ଅପ୍ରେଲ ୩ରୁ ଭାରତରେ ଲଞ୍ଚ୍ ହେବ Disney +, ବର୍ଷକୁ ଖର୍ଚ୍ଚ ୩୯୯ ଟଙ୍କା

Published By : Prameya-News7 Bureau | April 01, 2020 IST

ନୂଆଦିଲ୍ଲୀ ୧।୪: ଦେଶବ୍ୟାପି ଲକ୍ ଡାଉନ୍ ସମୟରେ ଅନଲାଇନ୍ କଣ୍ଟେଟର ଚାହିଦା ଦ୍ରୁତ ଗତିରେ ବଢୁଛି । ହଟଷ୍ଟାର, ଆମାଜନ ପ୍ରାଇମ ଏବଂ ନେଟଫ୍ଲିକ୍ସ ପରି ପ୍ଲାଟଫର୍ମଗୁଡିକରେ ପୂର୍ବ ଅପେକ୍ଷା ଅଧିକ ୟୁଜର୍ସ ଆସୁଛନ୍ତି । ଏହି ସମୟରେ ବର୍ତ୍ତମାନ ଭାରତରେ Disney + ମଧ୍ୟ ପ୍ରବେଶ କରିବାକୁ ପ୍ରସ୍ତୁତ ରହିଛି ।

Disney + ଅପ୍ରେଲରେ ଭାରତରେ ଲଞ୍ଚ କରିବାକୁଯାଇଛି । ଉଲ୍ଲେଖଯୋଗ୍ୟ ଯେ, ହସଷ୍ଟାରକୁ Disney ପୂର୍ବରୁ କିଣିସାରିଛି । ତେଣୁ ଭାରତରେ Disney + ହଟଷ୍ଟାର ନାଁରେ ଉପଲବ୍ଧ ହେବ ।
Disney + ହଟଷ୍ଟାର ପ୍ରିମିୟମ ପାଇଁ ଆପଣଙ୍କୁ ବର୍ତ୍ତମାନ ବାର୍ଷିକ ୧୪୯୯ ଟଙ୍କା ଦେବାକୁ ପଡିବ । ଏହାପୂର୍ବରୁ ହଟଷ୍ଟାର ପ୍ରିମିୟମ ପାଇଁ କେବଳ ୯୯୯ ଟଙ୍କା ଦେବାକୁ ପଡୁଥିଲା । Disney + ହଟଷ୍ଟାରରେ ଆପଣ ୮ଟି ଭାରତୀୟ ଭାଷାରେ କଣ୍ଟେଟ ଦେଖିପାରିବେ । ଏଥିମଧ୍ୟରେ ତାମିଲ, ତେଲୁଗୁ ମଧ୍ୟ ଅନ୍ତର୍ଭୁକ୍ତ ।

ହଟଷ୍ଟାର ଅନୁଯାୟୀ, Disney + ହଟଷ୍ଟାର ଗ୍ରାହକମାନେ ଚାହିଁଲେ Disney + କଣ୍ଟେଟ ଅନଲିମିଟେଡ୍ ଡାଉନଲୋଡ୍ କରିପାରିବେ । ପୂର୍ବରୁ ଥିବା ସମସ୍ତ ହଟଷ୍ଟାର ପ୍ରିମିୟମ ଗ୍ରାହକଙ୍କୁ Disney + ହଟଷ୍ଟାରକୁ ଅପଗ୍ରେଡ କରିଦିଆଯିବ ଏବଂ ରିନ୍ୟୁ କରିବା ସମୟରେ ଏକ ନୂତନ ଚାର୍ଜ ଯୋଗ କରାଯିବ ।

ସବସ୍କ୍ରିପସନ୍ ଖର୍ଚ୍ଚ ବର୍ଷକୁ ୩୯୯ରୁ ଆରମ୍ଭ ହେଉଛି । ଏଥିରେ ଆପଣ ମାର୍ଭେଲ ସିନେମାଟିକ୍ ୟୁନିଭର୍ସର କଣ୍ଟେଟ ଦେଖିପାରିବେ । ଏଥିମଧ୍ୟରୁ ଆଭେଞ୍ଜର୍ସ, ଆଇରନମ୍ୟାନ୍, ଥୋର୍ ରଗନାରୋକ୍ ଭଳି ଫିଲ୍ମ ଅନ୍ତର୍ଭୁକ୍ତ ରହିଛି । ଏହା ବ୍ୟତୀତ ଆପଣ ଲାୟନ କିଙ୍ଗ, ଫ୍ରୋଜେନ II, ଆଲ୍ଲାଦ୍ଦୀନ, ଟୟ ଷ୍ଟୋରୀ ୪ ମଧ୍ୟ ଦେଖିପାରିବେ । ସେହିଭଳି ବଲିଉଡ୍ ଫିଲ୍ମ ପଙ୍ଗା ଏବଂ ତାନହାଜୀ ମଧ୍ୟ ଦେଖିପାରିବେ । ହଟଷ୍ଟାର ମୂଳ କଣ୍ଟେଟ ଏବଂ ଲାଇଭ ସ୍ପୋର୍ଟ ମ୍ୟାଜ୍ ମଧ୍ୟ ଏହି ସବସ୍କ୍ରିପସନରେ ଉପଲବ୍ଧ ହେବ ।

ଏହି ସବସ୍କ୍ରିପସନ୍ ପ୍ଲାନ୍ ଅଧୀନରେ ଆପଣଙ୍କୁ VIP କଣ୍ଟେଟ ମିଳିବା ସହ ଆପଣ Disney + ଅରିଜିନାଲ୍ସ ମଧ୍ୟ ଦେଖିପାରିବେ । ଯାହା ଆପଣଙ୍କୁ ଅନ୍ୟ ପ୍ଲାଟଫର୍ମରେ ମିଳିବନାହିଁ । ବିଶେଷ କଥା ହେଉଛି ଏହି ସବସ୍କ୍ରିପସନ୍ ରେ ଆପଣ Fox, HBO ଏବଂ Showtime ଭଳି ଆମେରିକୀୟ ଚ୍ୟାନେଲଗୁଡିକର ଶୋ ମଧ୍ୟ ଦେଖିପାରିବେ ।

ଭାରତରେ ମାର୍ଚ୍ଚ ୨୯ରେ Disney + ଲଞ୍ଚ ହେବାର ଥିଲା, କିନ୍ତୁ ଏହାକୁ ସ୍ଥଗିତ ରଖାଯାଇଥିଲା ଏବଂ ଏବେ ଏହି ନୂତନ ତାରିଖ ଘୋଷଣା କରାଯାଇଛି । ଯଦି ଆପଣ ହଟଷ୍ଟାର୍ ୟୁଜର ତେବେ ଏହି ପରିବର୍ତ୍ତନ ଆପଣଙ୍କ ପାଇଁ ଅପ୍ରେଲ ୩ ତାରିଖରୁ ଲାଗୁ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.