ସ୍ବାମୀଙ୍କୁ ହିଟ୍ କରାଇବା ଚକ୍କରରେ ନିଜ କ୍ୟାରିୟର ବରବାଦ କରିଥିଲେ ଏହି ଅଭିନେତ୍ରୀ : ଏବେ ଫିଟନେସ୍ ପାଇଁ ଲୋକପ୍ରିୟ

Published By : Prameya-News7 Bureau | October 10, 2019 IST

ମୁମ୍ବାଇ ୧୦/୧୦: ବଲିଉଡ ହେଉ କିମ୍ବା ଟିଭି ଜଗତରେ ଏପରି ଅନେକ କଳାକାର ଅଛନ୍ତି,ଯେଉଁମାନେ ବିବାହ ପରେ ନିଜ କ୍ୟାରିୟରକୁ ଛାଡ଼ି ନିଜ ଜୀବନସାଥୀଙ୍କୁ ବାଛିଥିଲେ। ଏହି ଅଭିନେତ୍ରୀମାନେ ନିଜ ସ୍ବାମୀଙ୍କ ପାଇଁ ତାଙ୍କ ସଫଳ କ୍ୟାରିୟରକୁ ଛାଡ଼ି ଦେଇଥିଲେ। ବଲିଉଡରେ ମଧ୍ୟ ଏପରି ଅନେକ ଅଭିନେତ୍ରୀ ଅଛନ୍ତି  ଯେଉଁମାନେ ଏପରି କରିଛନ୍ତି। ଆଜି ଆମେ ଆପଣଙ୍କୁ ଏପରି ଏକ ଅଭିନେତ୍ରୀଙ୍କ ବିଷୟରେ କହିବୁ ଯିଏ ନିଜ ସ୍ବାମୀଙ୍କୁ ହିଟ୍ କରିବା ଚକ୍କରରେ ନିଜ କ୍ୟାରିୟର ବରବାଦ୍ କରି ଦେଇଥିଲେ। ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ

{"id":168274,"width":576,"height":422}

ଆମେ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହୁଛୁ ସେ ଆଉ କେହି ନୁହଁନ୍ତି ବରଂ ସଲମାନ ଖାନଙ୍କ ସହ ‘ମୈନେ ପ୍ୟାର କିୟା’ରୁ ବଲିଉଡକୁ ଡେବ୍ୟୁ କରିଥିବା ଅଭିନେତ୍ରୀ ଭାଗ୍ୟଶ୍ରୀ। ଭାଗ୍ୟଶ୍ରୀ ତାଙ୍କ ସ୍ବାମୀଙ୍କୁ ହିଟ୍ କରାଇବା ଚକ୍କରରେ ନିଜର କ୍ୟାରିୟର ବରବାଦ କରି ଦେଇଥିଲେ।

{"id":168275}

‘ମୈନେ ପ୍ୟାର କିୟା’ ରେ ଭାଗ୍ୟଶ୍ରୀଙ୍କୁ ଖୁବ୍ ଲୋକପ୍ରିୟତା ମିଳିଥିଲା। ଭାଗ୍ୟଶ୍ରି ବଲିଉଡରେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। ଏହା ବ୍ୟତୀତ ସେ ଦକ୍ଷିଣ ଭାରତୀୟ ଫିଲ୍ମରେ ଅଭିନୟ କରିବା ସହ ଭୋଜପୁରୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ସେ ଫିଲ୍ମରେ କାମ ନ କରୁଥିଲେ ମଧ୍ୟ ନିଜ ଫିଟନେସ ଏବଂ ସୌନ୍ଦର୍ଯ୍ୟ ପାଇଁ ଖୁବ୍ ଲୋକପ୍ରିୟ।

{"id":168276}

ସେ ‘ମୈନେ ପ୍ୟାର କିୟା’ ଫିଲ୍ମରେ ସୁମନ ଭୂମିକାରେ ଅଭିନୟ କରିଥିଲେ। ଏହି ଚରିତ୍ରରେ ତାଙ୍କୁ ସମସ୍ତେ ପସନ୍ଦ କରିଥିଲେ। ଏହି ଫିଲ୍ମରେ ଚମତ୍କାର ଅଭିନୟ କରିଥିବା ଯୋଗୁଁ ତାଙ୍କୁ ବହୁତ ଆଓ୍ବାର୍ଡ଼ ମିଳିଥିଲା। ସଲମାନ ଏବଂ ଭାଗ୍ୟଶ୍ରୀଙ୍କ ଯୋଡ଼ି ସମସ୍ତଙ୍କୁ ଖୁବ୍ ଭଲ ଲାଗିଥିଲା। ଏହି ଫିଲ୍ମ ପରେ ସେ ହିମାଲୟ ଦଶାନିଙ୍କୁ ବିବାହ କରିଥିଲେ। ସେ ତାଙ୍କ ସ୍ବାମୀଙ୍କ ବ୍ୟତୀତ ଆଉ କାହା ସହ ଅଭିନୟ କରିବାକୁ ମନା କରି ଦେଇଥିଲେ।

{"id":168277}

ସେ ହିମାଲୟଙ୍କ ସହ ଅନେକ ଫିଲ୍ମରେ ଅଭିନୟ କରିଥିଲେ। କିନ୍ତୁ ସବୁ ଫ୍ଲପ୍ ହୋଇଥିଲା। ତାଙ୍କର ଏହି ନିଷ୍ପତ୍ତି ଯୋଗୁଁ ତାଙ୍କ କ୍ୟାରିୟର ବରବାଦ ହୋଇ ଯାଇଥିଲା। ସେ ବହୁତ ଫିଲ୍ମରେ ଅଭିନୟ କରିଥିଲେ ସୁଦ୍ଧା କିଛି ଖାସ୍ ନାଁ କମାଇ ପାରି ନଥିଲେ।

{"id":168278}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.