Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ୟୁଟ୍ୟୁବ ଭିଡିଓର ‘ଡିସଲାଇକ’ ଚିନ୍ତାରେ ପିଏମ ମୋଦି, ବିଜେପି ହଟାଇଲା ଅପସନ

21/10/2020 at 10:50 AM

ନୂଆଦିଲ୍ଲୀ ୨୧/୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସନ୍ଧ୍ୟା ୬ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ। କୋଭିଡ ନିୟମ ପାଳନ କରିବା ଓ ସତର୍କ ରହିବାକୁ ମୋଦି ଅନୁରୋଧ କରିଥିଲେ। ତେବେ ଏବେ ମହାମାରୀ ସମସ୍ୟା ସହ ୟୁଟ୍ୟବ ଚାନେଲ ମଧ୍ୟ ପିଏମ ମୋଦି ଓ ବିଜେପି ପାଇଁ ଚିନ୍ତାର କାରଣ ହୋଇଛି।

ଭାରତୀୟ ଜନତା ପାର୍ଟିର ଅଫସିଆଲ ୟୁଟ୍ୟୁବ ଚାନେଲରେ ଗତକାଲି ସନ୍ଧ୍ୟା ୬ଟାରେ ମୋଦିଙ୍କ ଭାଷଣ ପ୍ରସାରିତ ହୋଇଥିଲା। ମାତ୍ର ୟୁଜରଙ୍କ ଅଭିଯୋଗ ଅନୁସାରେ ଭିଡ଼ିଓ ଉପରେ ଲାଇକ ତୁଳନାରେ ଡିଜଲାଇ ଅଧିକ ମିଳିଲା। ଏହାର ତୁରନ୍ତ ପରେ ଲାଇକ-ଡିସଲାଇକ ଅପସନ ବନ୍ଦ କରି ଦିଆଗଲା। ଏହା ସହ ଟ୍ବିଟରରେ ଏହି ମାମଲା ଟ୍ରେଣ୍ଡ କରିବାରେ ଲାଗିଲା।

ପିଏମଙ୍କ ସମ୍ବୋଧନ ଥିଲା ୧୨ ମିନିଟ ପର୍ଯ୍ୟନ୍ତ । ଏହାର ଲାଇଭ ପ୍ରସାରଣ ଭିଡିଓରେ ଦ୍ରୁତ ଭାବେ ଡିସଲାଇକ ଦେଖିବାକୁ ମିଳିବାରୁ ଏହାର ଅପସନ ହଟାଇ ଦିଆଗଲା। ଏହା ପରେ ଭାଷଣର ତିନିଟି ଅନ୍ୟ କ୍ଲିପ୍ସକୁ ଅପଲୋଡ କରାଗଲା ସେଥିରେ ମଧ୍ୟ ଡିଜଲାଇକ ଅଧିକ ମିଳିଲା।

ସୂଚନାଯୋଗ୍ୟ ଅଗଷ୍ଟ ୩୦ରେ ‘ମନ କି ବାତ କାର୍ଯ୍ୟକ୍ରମ’ କୁ ଲାଇକରୁ ଅଧିକ ଡିଜଲାଇକ ମିଳିଥିଲା ଯାହା ଦେଶରେ ଚର୍ଚାର ପ୍ରସଙ୍ଗ ହୋଇଥିଲା।

   Related Posts