Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦିଶା ସାଲିୟନଙ୍କୁ କରାଯାଇଥିଲା ହତ୍ୟା! ଆସିଲା ପୋଷ୍ଟମର୍ଟମ ରିପୋର୍ଟ

6/08/2020 at 10:52 AM

ମୁମ୍ବାଇ ୬/୮: ସୁଶାନ୍ତ ରାଜପୁତଙ୍କ ଏକ୍ସ ମ୍ୟାନେଜର ଦିଶା ସାଲିୟନଙ୍କ ମୃତ୍ୟୁକୁ ନେଇ ଗତ କିଛି ଦିନ ହେବ ବିଭିନ୍ନ ପ୍ରକାରର କଥା ସାମନାକୁ ଆସୁଛି। ଦିଶାଙ୍କ ମୃତ୍ୟୁ ଏବେ ଯାଏଁ ଆତ୍ମହତ୍ୟା ବୋଲି କୁହାଯାଉଥିଲା କିନ୍ତୁ ସୁଶାନ୍ତଙ୍କ ମୃ୍ତ୍ୟୁ ପରେ ଦିଶାଙ୍କ କନେକ୍ସନ ଅଭିନେତାଙ୍କ ମୃତ୍ୟୁ ସହ ଯୋଡ଼ା ଯାଉଛି।

ନିକଟରେ ବିଜେପି ନେତା କେତେକ ଗୁରୁତର ଅଭିଯୋଗ ଆଣି କହିଛନ୍ତି ଯେ ଦିଶା ଏବଂ ସୁଶାନ୍ତଙ୍କ ହତ୍ୟା ହୋଇଛି। ଦିଶା ସାଲିୟନଙ୍କ ପୋଷ୍ଟମର୍ଟମ ରିପୋର୍ଟ ଲୁଚାଇବା ହେଉଛି ଏହା ପଛର କାରଣ। ବର୍ତ୍ତମାନ ଦିଶାଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମନାକୁ ଆସିଛି।

ଦିଶାଙ୍କ ମୃତ୍ୟୁ ଜୁନ୍ ୯ତାରିଖ ରାତି ପାଖାପାଖି ୨ଟାରେ ହୋଇଥିଲା କିନ୍ତୁ ପୋଷ୍ଟମର୍ଟମ ୨ଦିନ ପରେ ଜୁନ୍ ୧୧ତାରିଖରେ କରାଯାଇଥିଲା। ଏହା ପୂର୍ବରୁ ପ୍ରଶ୍ନ ଉଠୁଛି ଯେ କେଉଁଥିପାଇଁ ବୋରିବଲି ପୋଷ୍ଟମର୍ଟମ ସେଣ୍ଟରରେ ଅଟୋପ୍ସି ୨ଦିନ ବିଳମ୍ବରେ କରାଯାଇଥିଲା।

ଅଟୋପ୍ସି ମୁତାବକ ମୁଣ୍ଡରେ ଆଘାତ ଲାଗିବା ଏବଂ ବିଭିନ୍ନ ପ୍ରକାରର ଅପ୍ରାକୃତିକ କ୍ଷତ ଦିଶାଙ୍କ ମୃତ୍ୟୁର କାରଣ ଥିଲା। ସେ ୧୪ମହଲାରୁ ତଳକୁ ପଡ଼ିଯାଇଥିବାରୁ ଏହା ତାଙ୍କ ମୃତ୍ୟୁଙ୍କ କାରଣ ବୋଲି କୁହାଯାଉଛି।

ଭାଜପା ସାଂସଦ ନାରାୟଣ ରାଣେ ଆଣିଥିବା ଅଭିଯୋଗ ଅନୁସାରେ ଦିଶାଙ୍କୁ ପ୍ରତାରିତ କରାଯାଇଥିଲା। ଏହା ପରେ ତାଙ୍କୁ ହତ୍ୟା କରାଯାଇଥିଲା। କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟରେ ଏହା କ୍ଲିୟର ହୋଇଛି ଯେ ଦିଶାଙ୍କ ତଳେ ପଡ଼ିବା ଯୋଗୁଁ ମଲ୍ଟିପଲ୍ ଇଞ୍ଜୁରୀ ହୋଇଥିଲା। ତାଙ୍କ ସହ କୌଣସି ପ୍ରକାରର ଯୌନ ଶୋଷଣ କରାଯାଇନଥିଲା।

   Related Posts