ବିବାହ ପରେ ପ୍ରିୟଙ୍କା ଚୋପଡାଙ୍କ ପାଇଁ ବଡ ଝଟକା : ଦିଶା ପଟ୍ଟାନୀ ମୁଖ୍ୟ ବିପଦ

Published By : Prameya-News7 Bureau | April 15, 2019 IST

wp:heading {"level":5}
ମୁମ୍ୱାଇ୧୫|୪: ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପଡା ଏବେ ବିଦେଶରେ ନିଜ ଜଲୱା ଦେଖାଉଛନ୍ତି। ପ୍ରିୟଙ୍କା ଗୋଟେ ପରେ ଗୋଟେ ହଲିଉଡ ପ୍ରଯେକ୍ଟରେ କାମ କରିଚାଲିଛନ୍ତି। ଏହାସହ ତାଙ୍କ ସହ କିଛି ଏମିତି ହୋଇଛି ଯାହା ତାଙ୍କ ଫ୍ୟାନ୍‌ଙ୍କୁ ନିରାଶ କରିଛି। ବିବାହ ପରେ ପ୍ରିୟଙ୍କାଙ୍କ ବ୍ରାଣ୍ଡ ଭେଲ୍ୟୁ କମି ଯାଇଛି। ଏବେ ତାଙ୍କୁ କୌଣସି ନୂଆ ବ୍ରାଣ୍ଡ ମିଳୁନାହିଁ। ବ୍ରାଣ୍ଡଏଣ୍ଡର୍ସମେଣ୍ଟରୁ ମଧ୍ୟ ତାଙ୍କ ପୁରୁଣା କଣ୍ଟରାକ୍ଟ ସରିବାକୁ ଲାଗିଲାଣି।
/wp:heading {"id":103687}
wp:heading {"level":5}
କ୍ୟୁଟ ସ୍ମାଇଲ ପାଇଁ ଫେମସ ହୋଇଥିବା ଅଭିନେତ୍ରୀ ଦିଶା ପଟ୍ଟାନୀ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମରୁ ଅଧିକ ଦିଶା ଆଜିକାଲି ବ୍ରାଣ୍ଡ ପ୍ରମୋସନରେ ବ୍ୟସ୍ଥ ଅଛନ୍ତି। ଏବେ କିଛି ଦିନ ତଳେ ମୁମ୍ୱାଇରେ ଏକ କାର୍ଯ୍ୟକ୍ରମରେ ଗୋଟେ ପ୍ରଯେକ୍ଟ ଲଂଚ କରିବା ପାଇଁ ଦିଶା ଯାଇଥିଲେ। ସେଠାରେ ଦିଶାଙ୍କୁ ବହୁତ ଭଲ ଭାବେ ସ୍ୱାଗତ କରାଯାଇଥିଲା।
/wp:heading {"id":103690}
wp:heading {"level":5}
ସେଠାରେ ଦିଶାଙ୍କୁ ଦେଖିବା ପାଇଁ ବହୁତ ଭିଡ ମଧ୍ୟ ହୋଇଥିଲା। ଦିଶା ନିଜ ପରିଧାନ ଶୈଳୀ ଓ ଲୁକ୍‌ସ ପାଇଁ ଚର୍ଚ୍ଚାରେ ରୁହନ୍ତି। ଏହି ଇଭେଣ୍ଟରେ ଦିଶା ହ୍ୱାଇଟ୍‌ ଟପ୍‌ ଓ ବ୍ଲୁ ଜିନ୍‌ସରେ ଥିଲେ ।
/wp:heading {"id":103689}

ଏହି ସିମ୍ପଲ୍‌ ଆଉଟ୍‌ଫିଟ୍‌ରେ ମଧ୍ୟ ସେ ବହୁତ ସୁନ୍ଦର ଲାଗୁଥିଲେ। ସେଠାରେ ଦିଶା ଏକ ଇଣ୍ଟରନ୍ୟାସନାଲ ବ୍ରାଣ୍ଡର ଘଡି ଓ ଗହଣା ଲଂଚ କରିବାକୁ ପହଞ୍ଚିଥିଲେ। ଦିଶାଙ୍କ ବ୍ରାଣ୍ଡିଂ କାମକୁ ଅନେକ ବହୁତ ପ୍ରଶଂସା କରୁଛନ୍ତି। ସଲମାନଙ୍କ ସହ ଭାରତ ଫିଲ୍ମରେ ଅଭିନୟ କରିଲା ପରେ ତାଙ୍କ ବ୍ରାଣ୍ଡିଂ ଭେଲ୍ୟୁ ବଢିଯାଇଛି।

{"id":103691}
wp:heading {"level":5}
ଦିଶାଙ୍କୁ ମିଳୁଥିବା ବଡ ବ୍ରାଣ୍ଡ ମିଳିବା ପଛରେ ସଲମାନ ପ୍ରଡକ୍‌ସନର ହାତ ଅଛି ବୋଲି କୁହାଯାଉଛି। ଭାରତ ଫିଲ୍ମରେ ସଲମାନଙ୍କ ସହ ଦିଶା ଓ କ୍ୟାଟ୍ରିନାଙ୍କୁ ଦେଖିବାକୁ ମିଳିବ।  ତେବେ କୁହାଯାଉଥିଲା ଯେ, ଦିଶାଙ୍କ ପୂର୍ବରୁ ଏହି ପ୍ରୋଜେକ୍ଟରେ ପ୍ରିୟଙ୍କା କାମ କରିବେ। ବିବାହ ପରେ ପ୍ରିୟଙ୍କା ନିଜେ ଏହି ପ୍ରୋଜେକ୍ଟରୁ ବାହାରିଯାଇଥିଲେ।
/wp:heading {"id":103692}
wp:heading {"level":5}
ଦିଶା ଖୁବ୍‌ ଶିଘ୍ର ମୋହିତ ସୁରୀଙ୍କ ଆଗାମୀ ଫିଲ୍ମ “ମଲଂଗ”ରେ ଅଭିନୟ କରିବାକୁ ଯାଉଛନ୍ତି। ପ୍ରିୟଙ୍କା ହଲିଉଡ ପ୍ରୋଜେକ୍ଟରେ ବ୍ୟସ୍ତ ରହୁଛନ୍ତି ସତ,  କିନ୍ତୁ ଖୁବ୍‌ ଶିଘ୍ର ସେ ବଲିଉଡ ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିବେ। ବିବାହ ପରେ ପ୍ରିୟଙ୍କା ଲଗାତାର ଚର୍ଚ୍ଚାରେ ରହୁଛନ୍ତି। କିଛି ଦିନ ତଳେ ପ୍ରିୟଙ୍କା ଓ ନିକ୍‌ଙ୍କୁ ଛାଡପତ୍ର ଦେବେ ବୋଲି ଗୁଜବ ବ୍ୟାପିଥିଲା। ଏହା ପରେ ପ୍ରିୟଙ୍କା ନିକ୍‌ଙ୍କ ସହ ବହୁତ ଖୁସି ଅଛନ୍ତି ବୋଲି ଏକ ସାକ୍ଷାତକାରରେ କହିଥିଲେ।
/wp:heading {"id":103694}

ଅଧିକାଂଶ ସମୟରେ ଉଭୟଙ୍କ ଫଟୋ ଭାଇରାଲ ହୋଇଥାଏ। ଏହା ସହ ପ୍ରିୟଙ୍କା ଗର୍ଭବତୀ ଥିବା ଗୁଜବ ଶୁଣିବାକୁ ମିଳିଥିଲା। ଏହି ବିଷୟରେ ତାଙ୍କ ପରିବାର ଲୋକେ ମିଡିଆରେ ବିରୋଧ କରି କହିଥିଲେ ଯେ, ଏଭଳି ଗୁଜବ ଉପରେ ଧ୍ୟାନ ଦେବା ଅନୁଚିତ୍‌। ପ୍ରିୟଙ୍କା ଏବେ ହଲିଉଡ ଫିଲ୍ମ କାମରେ ବ୍ୟସ୍ଥ ଅଛନ୍ତି। ଭାରତରେ ଦର୍ଶକ ତାଙ୍କ ଆଗାମୀ ଫିଲ୍ମ ଅପେକ୍ଷାରେ ଅଛନ୍ତି।

{"id":103695}

ତେବେ ସେ ହଲିଉଡରେ ବ୍ୟସ୍ତ ରହିବା କାରମରୁ ବାରତରେ ବହୁ ବଡ ବଡ ବ୍ରାଣ୍ଡ ପ୍ରମୋସନକୁ ହାତଛଡା କରୁଛନ୍ତି । ଏହା ତାଙ୍କ ପାଇଁ ଶୁଭଙ୍କର ନୁହେଁ ବୋଲି ସମୀକ୍ଷକମାନେ ମତ ରଖିଛନ୍ତି । ତାଙ୍କ ସ୍ଥାନ ଏବେ ଦିଶା ପଟ୍ଟାନୀ ନେବାକୁ ଲାଗିଲେଣି  ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.