ମିରର ସେଲ୍‌ଫି ଫଟୋ ସେୟାର କଲେ ଦିଶା ପଟାନି , ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ

Published By : Prameya-News7 Bureau | January 09, 2021 IST

ମୁମ୍ବାଇ ୦୯/ ୦୧: ବଲିଉଡ ଅଭିନେତ୍ରୀ ଦିଶା ପାଟାନି ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ରହିଥାନ୍ତି | ସେ ସବୁବେଳେ ନିଜର ଫୋଟୋ  ସୋସିଆଲ ମିଡିଆରେ ସେୟାର କରିଥାନ୍ତି | ଏବେ ସେ ଏକ ଫୋଟୋ ସେୟାର କରିଛନ୍ତି । ସୋସିଆଲ୍‌ ମିଡିଆରେ ଖୁବ୍‌ ଟ୍ରୋଲ ହେବାରେ ଲାଗିଛି । ଯାହାକୁ ନେଇ ଫ୍ୟାନ୍ସମାନେ ଢେର କମେଣ୍ଟ ଦେବ ସହ ସେୟାର ମଧ୍ୟ କରୁଛନ୍ତି ।

ଫୋଟୋରେ ଦିଶା ଡାର୍କ ଲିପିସ୍ଟିକ ଲଗାଇଥିବା ନଜରକୁ ଆସିଛନ୍ତି | ସେ ତାଙ୍କ କେଶ ଖୋଲା ରଖି ମିରର ସାମ୍ନାରେ ସେଲ୍ଫି ନେଇଥିବା ଦେଖାଯାଉଛି | ତାଙ୍କର ଏହି ଫୋଟୋକୁ ସେ ଇନଷ୍ଟା ଷ୍ଟୋରୀରେ ସେୟାର କରିଛନ୍ତି | ସୋସିଆଲ ମିଡ଼ିଆ ଛଡା ଦିଶା, ଟାଇଗର ସର୍ଫଙ୍କ ସହ ସମ୍ପର୍କ ପାଇଁ ବେଶ ଚର୍ଚ୍ଚା ରେ ମଧ୍ୟ ରହୁଛନ୍ତି | 

{"id":389413,"sizeSlug":"large","linkDestination":"none"}

କପିଳ ଶର୍ମା ସୋ ରେ , ଅତିଥି ହୋଇ ଯାଇଥିବା ଅନିଲ କପୁର ଙ୍କୁ କପିଳ ପଚାରିଥିଲେ ଆପଣ କେଉଁ ବଲିଉଡ ଆକ୍ଟରଙ୍କର ଡାଏଟ ନେବାକୁ ଚାହୁଁଛନ୍ତି | ଅନିଲ କହିଥିଲେ ମୁଁ ସବୁଠାରୁ ଫିଟ ଟାଇଗରଙ୍କର ଡାଏଟ ନେବାକୁ ଚାହିଁବି, କିନ୍ତୁ ମୁଁ ତାଙ୍କ ସହ କେବେ କାମ କରିନି , ତାଙ୍କର ଯେଉଁ ଗାର୍ଲ ଫ୍ରେଣ୍ଡ ଦିଶା ମୁଁ ତାଙ୍କର ଡାଏଟ ନିଶ୍ଚୟ ନେବି |  

ଟାଇଗର ଏବଂ ଦିଶା ବାଗି-୨ ରେ ସାଥି ହୋଇ କାମ କରିସାରିଛନ୍ତି | ଏହା ଛଡା ଦିଶା ଟାଇଗରଙ୍କ ଫିଲ୍ମ ବାଗି-୩ ରେ ଆଇଟମ ଡ୍ୟାନ୍ସ ମଧ୍ୟ କରିଛନ୍ତି |  ୨୦୧୯ ରେ ଇନଷ୍ଟା ଗ୍ରାମ ରେ ଜଣେ ୟୁଜର ଟାଇଗରଙ୍କୁ ପ୍ରଶ୍ନ ପଚାରିଥିଲେ , କ'ଣ ଆପଣ ଦିଶାଙ୍କୁ ଡେଟ କରୁଛନ୍ତି ? ଟାଇଗର ମଜାରେ ଉତ୍ତର ଦେଇଥିଲେ କି ମୋର ଓଉକାତ ନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.