ପୁଣି ଥରେ ଗ୍ଲାମରସ୍ ଲୁକରେ ନଜର ଆସିଲେ ଦିଶା ପଟାନୀ : ମେରୁନ୍ ରଙ୍ଗର ସର୍ଟ ଡ୍ରେସରେ ଫଟୋ ଭାଇରାଲ୍
14/03/2020 at 11:53 AM

ମୁମ୍ବାଇ ୧୪/୩: ଦିଶା ପଟାନୀ ଷ୍ଟାଇଲିସ୍ ହେବା ସହ ଅତ୍ୟଧିକ ବୋଲ୍ଡ ମଧ୍ୟ। ଅଧିକାଂଶ ସମୟରେ ସେ ଗ୍ଲାମରସ୍ ଲୁକରେ ନଜର ଆସିଥାଆନ୍ତି। ମାର୍ଚ ୧୨ତାରିଖରେ ଫିଲ୍ମ ମଲଙ୍ଗର ସକ୍ସେସ୍ ପାର୍ଟିରେ ପହଞ୍ଚିଥିବା ଦିଶା ଗ୍ଲାମରସ୍ ଅନ୍ଦାଜରେ ନଜର ଆସିଥିଲେ। ଏହା ଦେଖି ସମସ୍ତେ ତାଙ୍କୁ ପ୍ରଶଂସା କରିଥିଲେ।

ଫିଲ୍ମ ମଲଙ୍ଗର ସଫଳତା ପାର୍ଟିରେ ପହଞ୍ଚିଥିବା ଦିଶା ପଟାନୀ ମେରୁନ ରଙ୍ଗର ସର୍ଟ ଡ୍ରେସ୍ ପିନ୍ଧିଥିଲେ। ଫୁଲ୍ ସ୍ଲିଭ ଏବଂ ଡିପ୍ ରାଉଣ୍ଡ ନେକ୍ ବଡିକାନ ଡ୍ରେସରେ ଦିଶାଙ୍କ ଲୁକ୍ ଚମତ୍କାର ଲାଗୁଥିଲା। ଏହି ସୁନ୍ଦର ଡ୍ରେସ୍ ସହ ଷ୍ଟ୍ରାପି ବ୍ଲାକ୍ ରଙ୍ଗର ମ୍ୟାଚିଂ ହିଲ୍ ବହୁତ ସୁନ୍ଦର ଲାଗୁଥିଲା।

ଲାଇଟ୍ କର୍ଲ କେଶ ଏବଂ ମେରୁନ୍ ଶେଡର ଆଇ ମେକଅପ୍ ସହ ଦିଶାଙ୍କ ପରଫେକ୍ଟ ଫିଗର ପ୍ରଶଂସାଯୋଗ୍ୟ ଥିଲା। ଏହି ସକ୍ସେସ ପାର୍ଟିରେ ପହଞ୍ଚିଥିବା ଆଦିତ୍ୟ ରାୟ କପୁର,ଦିଶାଙ୍କ ସହ ମ୍ୟାଚିଂ କରି ମେରୁନ ରଙ୍ଗର ଟିଶାର୍ଟ ପିନ୍ଧିଥିଲେ। ଏଥିରେ ସେ ମଧ୍ୟ ସବୁବେଳ ଭଳି ହ୍ୟାଣ୍ଡସମ୍ ଦେଖାଯାଉଥିଲେ।

ଫେବୃୟାରୀ ୭ତାରିଖରେ ମଲଙ୍ଗ ରିଲିଜ ହୋଇଥିଲା। ଏହି ଫିଲ୍ମ ଏବେ ସୁଦ୍ଧା ୬୦କୋଟି ଟଙ୍କା ଆୟ କରିଛି। ଫିଲ୍ମର ସଫଳତା ଖୁସିରେ ଏହି ପାର୍ଟିର ଆୟୋଜନ କରାଯାଇଥିଲା। ଏଥିରେ ମଲଙ୍ଗ ଟିମର ସମସ୍ତ ସଦସ୍ୟ ପହଞ୍ଚିଥିଲେ।

ପାର୍ଟିରେ ଅନିଲ କପୁର କରୋନା ଭାଇରସରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିଥିଲେ।
