Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ଭାରତୀୟ କ୍ରିକେଟରଙ୍କ ଦିୱାନୀ ଦିଶା ପଟ୍ଟାନୀ…

5/02/2020 at 12:33 PM

ମୁମ୍ବାଇ୫|୨: ବଲିଉଡର କ୍ୟୁଟ୍‌ ଓ ସେକ୍ସି ଅଭିନେତ୍ରୀ ଦିଶାଙ୍କ ଅପକମିଂ ଫିଲ୍ମ “ମଲଙ୍ଗ” ର ଟ୍ରେଲର ଦର୍ଶକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଛି। ଏହି ଫିଲ୍ମରେ ଆଦିତ୍ୟ ରୟ କପୁର ଏବଂ ଦିଶା ପଟ୍ଟାନୀ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଏହି ଯୋଡିକୁ ପ୍ରଥମଥର ପାଇଁ ପରଦାରେ ଦେଖିବାକୁ ମିଳିବ। ଏହି ଫିଲ୍ମ ରିଲିଜ ହେବା ନେଇ ଫ୍ୟାନ୍ସ ବେଶ୍‌ ଉତ୍ସାହିତ ଅଛନ୍ତି । ଫେବୃଆରୀ ମାସ ୭ ତାରିଖ, ଭାଲେଣ୍ଟାଇନ ୱିକ୍‌ରେ ଫିଲ୍ମଟି ରିଲିଜ ହେବ। ଏବେ ସୋସିଆଲ ମିଡିଆରେ ଉଭୟଙ୍କ କେମିଷ୍ଟ୍ରିରର ଚର୍ଚ୍ଚା ଜୋରସୋର୍‌ରେ ଚାଲିଛି।

ନିକଟରେ ଫିଲ୍ମର ଏକ ପ୍ରମୋସନାଲ୍‌ ଇଭେଣ୍ଟରେ ଦିଶା ନିଜ ଫେଭ୍‌ରେଟ୍‌ କ୍ରିକେଟରଙ୍କ ଖୁଲାସା କରିଥିଲେ। ଦିଶା ପୂର୍ବରୁ ମହେନ୍ଦ୍ର ସିଂହ ଧୋନୀଙ୍କ ବାୟୋପିକ୍‌ରେ ଅଭିନୟ କରିଥିଲେ। ଏଥିପାଇଁ ପ୍ରାୟତଃ ଲୋକେ ଭାବିଥିଲେ ଯେ, ଦିଶା ଧୋନୀଙ୍କ ନାଁ ନେବେ। ହେଲେ ଦିଶାଙ୍କ ଫେଭ୍‌ରେଟ୍‌ କ୍ରିକେଟର ଧୋନୀ ବା ବିରାଟ କୋହଲୀ ନୁହଁନ୍ତି, ସେ ଜସ୍‌ପ୍ରିତ୍‌ ବୁମ୍‌ରାହଙ୍କର ବହୁତ ବଡ ଫ୍ୟାନ୍‌। ଦିଶାଙ୍କ ଅନୁସାରେ ସବୁଠାରୁ ଭଲ ଖେଳାଳୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଜସ୍‌ପ୍ରିତ୍‌।

ତେବେ ଆଗକୁ ମୋହିତ ସୁରୀଙ୍କ ଫିଲ୍ମ ମଲଙ୍ଗର ଦମ୍‌ଦାର କାହାଣୀ ଲୋକଙ୍କୁ କେତେ ପସନ୍ଦ ଆସିବ ତାହା ଦେଖିବା ବାକି ରହିଛି। ଫିଲ୍ମ ସୁଟିଂ ସମୟର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସୂଚନାଯୋଗ୍ୟ ଯେ, ଫିଲ୍ମ ପାଇଁ ଅଭିନେତା ଓ ଅଭିନେତ୍ରୀ ବହୁତ ପରିଶ୍ରମ କରିଛନ୍ତି। ଏହି ଫିଲ୍ମରେ ଅଭିନେତା ଅନିଲ କପୁର, ଆଦିତ୍ୟ ରୟ କପୁର, ଦିଶା ପଟ୍ଟାନୀ ଓ କୁନାଲ ଖେମୁ ମଧ୍ୟ ନଜର ଆସିବେ।

   Related Posts