Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

‘ମଲଙ୍ଗ’କୁ ନେଇ ଚର୍ଚ୍ଚାରେ ଦିଶା ପଟ୍ଟାନୀ… ବିକନିର ହଟ୍ ଅବତାର ଦେଖି ଘାୟଲ ହେଲେ ଦର୍ଶକ

16/01/2020 at 11:58 AM

ମୁମ୍ବାଇ୧୬|୧: ଅପକମିଂ ଫିଲ୍ମ “ମଲଙ୍ଗ” ର ଟ୍ରେଲର ଦର୍ଶକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଛି। ଆଦିତ୍ୟ ରୟ କପୁର ଏବଂ ଦିଶା ପଟ୍ଟାନୀଙ୍କୁ ଏକା ସହ ପରଦାରେ ଦେଖିବା ପାଇଁ ଫ୍ୟାନ୍ସ ବେଶ୍‌ ଉତ୍ସାହିତ । ଫେବୃଆରୀ ମାସ ୭ ତାରିଖ, ଭାଲେଣ୍ଟାଇନ ୱିକ୍‌ରେ ଫିଲ୍ମଟି ରିଲିଜ ହେବ। ଫିଲ୍ମର ପୋଷ୍ଟର ରିଲିଜ୍ ହେବା ପରେ ସୋସିଆଲ ମିଡିଆରେ ଉଭୟଙ୍କ କେମିଷ୍ଟ୍ରିର ଚର୍ଚ୍ଚା। ଫିଲ୍ମର ପୋଷ୍ଟର ଖୁବ୍‌ ଦମ୍‌ଦାର ରହିଛି। ପୋଷ୍ଟର ରିଲିଜ୍ ହେଉ ହେଉ ସୋସିଆଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଥିଲା।

ନିକଟରେ ମୋହିତ ସୁରୀଙ୍କ ଏହି ଫିଲ୍ମର ଏକ ଦମ୍‌ଦାର ଟିଜର ଦିଶା ନିଜ ଇନଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି। ଏଥିରେ ଦିଶା ଓଦା ଦେହରେ ବିକନି ପିନ୍ଧି ପୋଜ୍‌ ଦେବାରେ ନଜର ଆସିଛନ୍ତି। ପୁଣି ଆଦିତ୍ୟଙ୍କର ଏକ ଭିନ୍ନ ଲୁକ୍‌ ମଧ୍ୟ ଦେଖିବାକୁ ମିଳୁଛି । ଗତ ସପ୍ତାହରେ ‘ମଲଙ୍ଗ’ର ଏକ ଗୀତ ‘ଚଲ୍‌ ଘର ଚଲେଁ.’ ରିଲିଜ୍‌ ହୋଇ ଖୁବ୍‌ ଲୋକପ୍ରିୟ ହୋଇଛି । ତେବେ ଫିଲ୍ମ ରିଲିଜ ନେଇ ଅପେକ୍ଷାରେ ଅଛନ୍ତି ଦର୍ଶକ।

ଫିଲ୍ମ ସୁଟିଂ ସମୟର ଅନେକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସୂଚନାଯୋଗ୍ୟ ଯେ, ଫିଲ୍ମ ପାଇଁ ଅଭିନେତା ଓ ଅଭିନେତ୍ରୀ ବହୁତ ପରିଶ୍ରମ କରିଛନ୍ତି। ଏହି ଫିଲ୍ମରେ ଅଭିନେତା ଅନିଲ କପୁର, ଆଦିତ୍ୟ ରୟ କପୁର, ଦିଶା ପଟ୍ଟାନୀ ଓ କୁନାଲ ଖେମୁ ମଧ୍ୟ ନଜର ଆସିବେ। ତେବେ ଫିଲ୍ମଟି କେମିତି ହୋଇଥିବ ତାହା ଦେଖିବା ବାକି ରହିଛି।

 

   Related Posts