ତଥାପି ଛାଡ଼ିନି ଟିକଟକ୍ ନିଶା : କ୍ବାରେଣ୍ଟାଇନରେ ଟିକଟକ କରି ଚର୍ଚ୍ଚାରେ ଦିଶା ପଟାନି ଓ ଟାଇଗରଙ୍କ ଭଉଣୀ କୃଷ୍ଣା

Published By : Prameya-News7 Bureau | March 24, 2020 IST

ମୁମ୍ବାଇ ୨୪/୩: କରୋନା ଭାଇରସର ଆତଙ୍କ ଯୋଗୁଁ ବିଶ୍ବର ଗତି ଥମି ଯାଇଛି। ବଲିଉଡ ଷ୍ଟାର ମଧ୍ୟ ଘରେ ବସିଛନ୍ତି। ନା ଫିଲ୍ମର ସୁଟିଂ ହେଉଛି ନା କେହି ଅସାଇନମେଣ୍ଟ ପାଇଁ ଯାଉଛନ୍ତି। ଏପରି ପରିସ୍ଥିତିରେ ସବୁ ଷ୍ଟାରମାନେ କୌଣସି କୌଣସି ବାହାନା କରି ନିଜ ସମୟ ବିତାଉଛନ୍ତି। ବଲିଉଡ ଟାଉନର ଚର୍ଚ୍ଚିତ ଚେହେରା ମଧ୍ୟରୁ ଜଣେ ଦିଶା ପଟାନି ମଧ୍ୟ କ୍ବାରେଣ୍ଟାଇନରେ ସମୟ ବିତାଉଛନ୍ତି। କିନ୍ତୁ ଏବେ ସେ ତାଙ୍କର ସୋ କଲଡ ବୟଫ୍ରେଣ୍ଡ ଟାଇଗର ଶ୍ରଫଙ୍କ ସହ ନୁହେଁ ବରଂ ତାଙ୍କ ଭଉଣୀ କୃଷ୍ଣା ଶ୍ରଫଙ୍କ ସହ ସମୟ ବିତାଉଛନ୍ତି।

wp:core-embed/instagram {"url":"https://www.instagram.com/p/B-FVCEFhtpx/","type":"rich","providerNameSlug":"instagram","className":""}
https://www.instagram.com/p/B-FVCEFhtpx/
/wp:core-embed/instagram

  ସୋସିଆଲ ସାଇଟରେ ଦିଶା ପଟାନି ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ କୃଷ୍ଣା ଶ୍ରଫଙ୍କ ସହ ନଜର ଆସିଛନ୍ତି। ଦୁହେଁ ଟିକଟକ୍ ଭିଡିଓ ରେକର୍ଡ଼ କରୁଥିବା ନଜର ଆସିଛନ୍ତି। ଦିଶା ପଟାନି ଏହି ଭିଡିଓରେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ସେ ହ୍ବାଇଟ୍ ଟି-ଶାର୍ଟ ପିନ୍ଧିଛନ୍ତି। ଉଭୟେ ମଥାରେ ଟିକିଲି ଲଗାଇଛନ୍ତି।

{"id":243472,"sizeSlug":"large"}

ଟାଇଗରଙ୍କ ସହ ସମ୍ପର୍କ ଯୋଡ଼ିବା ପରେ ଦିଶାଙ୍କ ସହ ତାଙ୍କ ଭଉଣୀ କୃଷ୍ଣାଙ୍କର ମଧ୍ୟ ବଣ୍ଡିଙ୍ଗ୍ ହୋଇଥିଲା। ଅନେକ ଥର ସେମାନେ ଜିମରେ ମଧ୍ୟ ଏକାଠି ଓ୍ବାର୍କଆଉଟ୍ କରୁଥିବା ନଜର ଆସିଛନ୍ତି।

{"id":243473,"sizeSlug":"large"}

ଓ୍ବାର୍କଫ୍ରଣ୍ଟ କଥା କହିବା ଯଦି ନିକଟରେ ଦିଶା ପଟାନିଙ୍କ ମଲଙ୍ଗ ରିଲିଜ ହୋଇଥିଲା। ଫିଲ୍ମ ଠିକଠାକ୍ ବିଜନେସ୍ କରିଥିଲା ଯାହା ପରେ ସକସେସ୍ ପାର୍ଟି ହୋଇଥିଲା। ସେଠାରେ ଦିଶାଙ୍କ କୋ-ଷ୍ଟାର ଆଦିତ୍ୟ ରୟ କପୁର,ଅନିଲ କପୁର ଏବଂ ନିର୍ଦେଶକ ମୋହିତ ସୁରୀ ମଧ୍ୟ ନଜର ଆସିଥି​‌ଲେ।

{"id":243474,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.