ବଲିଉଡ ଅଭିନେତ୍ରୀ ଦିଶା ପଟାନୀଙ୍କ ବାପା କରୋନାରେ ସଂକ୍ରମିତ : ଅନ୍ୟ ୨ଅଧିକାରୀ ସଂକ୍ରମିତ ହେବା ସହ ଅଫିସ୍ ସିଲ୍
6/08/2020 at 10:20 AM

Image Courtesy : bollywood tadka
ମୁମ୍ବାଇ ୬/୮: ବଲିଉଡ ଅଭିନେତ୍ରୀ ଦିଶା ପଟାନିଙ୍କ ବାପା କରୋନାରେ ସଂକ୍ରମିତ ହୋଇଛନ୍ତି। ଉତ୍ତରପ୍ରଦେଶ ପାଓ୍ବାର ଡିପାର୍ଟମେଣ୍ଟରେ ଭିଜିଲାନ୍ସ ୟୁନିଟର ୩ଜଣ ଅଫିସର କରୋନାରେ ସଂକ୍ରମିତ ହୋଇଛନ୍ତି। ସେହି ୩ଜଣ ଅଫିସରଙ୍କ ଦିଶା ପଟାନୀଙ୍କ ବାପା ସାମିଲ ଅଛନ୍ତି।

ଆଡିସନାଲ୍ ସିଏମଓ ଅଶୋକ କୁମାର ବୁଧବାର ଜଗଦୀଶ ପଟାନି ଏବଂ ବାକି ୨ଜଣ ଅଫିସରଙ୍କ କରୋନାରେ ସଂକ୍ରମିତ ହେବାର ସୂଚନା ଦେଇଛନ୍ତି। ଏହା ମଧ୍ୟ କହିଛନ୍ତି ଯେ ଜୋନଲ୍ ଚିଫ ଇଞ୍ଜିନିୟର ଅଫିସକୁ ଆଗାମୀ ୪୮ଘଣ୍ଟା ପାଇଁ ବନ୍ଦ କରି ଦିଆଯାଇଛି। ଏହି ୩ଜଣ ଅଫିସର ଟ୍ରାନ୍ସଫର୍ମର ସ୍କାମର ଯାଞ୍ଚ କରୁଥିଲେ। ଦିଶା ପଟାନିଙ୍କ ବାପା ୟୁପି ପାଓ୍ବାର ଡିପାର୍ଟମେଣ୍ଟର ଭିଜିଲାନ୍ସ ୟୁନିଟର ଡେପୁଟି ଏସପି। ଦିଶା ପଟାନୀ ଶେଷ ଥର ବାଗି ୩ରେ ନଜର ଆସିଥିଲେ।

ଦିଶା ଏବେ ସଲମାନ ଖାନଙ୍କ ସହ ଫିଲ୍ମ ରାଧେରେ ନଜର ଆସିବେ।
