Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ଦିଶା ପଟାନୀଙ୍କ ଲୁକ୍ ଦେଖି ୟୁଜର୍ସ କଲେ ଟ୍ରୋଲ୍, କହିଲେ-ଅଭିନେତ୍ରୀ କରିଛନ୍ତି ପ୍ଲାଷ୍ଟିକ୍ ସର୍ଜରୀ

27/11/2021 at 11:36 AM

ନୂଆଦିଲ୍ଲୀ ୨୭/୧୧: ବଲିଉଡ ଅଭିନେତ୍ରୀ ଦିଶା ପଟାନୀଙ୍କ ଏକ ଭିଡିଓ ଖୁବ୍ ଭାଇରାଲ୍ ହେଉଛି। ଭିଡିଓରେ ତାଙ୍କୁ ଯିଏ ବି ଦେଖୁଛନ୍ତି ଟ୍ରୋଲ୍ କରୁଛନ୍ତି। କାରଣ ପ୍ରଶଂସକ ତାଙ୍କ ମୁହଁରେ କିଛି ବଦଳିଲା ପରି ଦେଖୁଛନ୍ତି। ଯାହାକୁ ନେଇ ଅଭିନେତ୍ରୀ ସର୍ଜରୀ କରାଇଥିବା କହୁଛନ୍ତି।

ନଭେମ୍ବର ୨୬ ରେ ସଲମାନ ଖାନ ଏବଂ ଆୟୁଷ ଶର୍ମାଙ୍କ ଫିଲ୍ମ ‘ଅନ୍ତିମ’ ରିଲିଜ ହୋଇଛି। ରିଲିଜ୍ ପୂର୍ବରୁ ବଲିଉଡର ଅନେକ ସେଲିବ୍ରିଟି ଫିଲ୍ମର ସ୍କ୍ରିନିଂରେ ଯୋଗ ଦେଇଥିଲେ । ଏହି ସମୟରେ ଦିଶା ପଟାନୀ ମଧ୍ୟ ପହଞ୍ଚିଥିଲେ। ଯାହାର ଫଟୋ ଏବଂ ଭିଡିଓ ଭାଇରାଲ ହେବା ପରେ ଲୋକମାନେ ତାଙ୍କର ଲୁକକୁ ନେଇ କମେଣ୍ଟ ଦେଉଛନ୍ତି। କିଛି ଲୋକ ଅନୁଭବ କରୁଛନ୍ତି ଯେ ଦିଶା ସର୍ଜରୀ କରିଛନ୍ତି।

‘ଅନ୍ତିମ’ର ପ୍ରିମିୟରରେ ଦିଶା ପଟାନି ୟୋଲୋ ଟପ୍ ଏବଂ ଆଇସ୍ ବ୍ଲୁ ଜିନ୍ସ ପିନ୍ଧି ପହଞ୍ଚିଥିଲେ । ସେ ଫଟୋଗ୍ରାଫରଙ୍କୁ ମଧ୍ୟ ପୋଜ୍ ଦେଇଥିଲେ। କିନ୍ତୁ ତାଙ୍କର ଏହି ଭିଡିଓ ସାମ୍ନାକୁ ଆସିବା ପରେ ଲୋକମାନେ ତାଙ୍କ ନାକକୁ ନେଇ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ନାକ ଟିକେ ମୋଟା ଦେଖାଯିବା ପାଇଁ ଅଭିନେତ୍ରୀ ପ୍ଲାଷ୍ଟିକ୍ ସର୍ଜରୀ କରିଛନ୍ତି ବୋଲି ଅନେକ ଲୋକ ଦାବି କରିଛନ୍ତି।

   Related Posts