Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଡିସ୍ ଟିଭି ଲଞ୍ଚ କଲେ ‘ ମେରା ଆପନା ପ୍ୟାକ୍’, ମିଳିବ ଅନଲିମିଟେଡ୍ ଫ୍ରି ଟୁ ଏୟାର ଚ୍ୟାନେଲ୍ସ

ନୂଆଦିଲ୍ଲୀ,୮।୩: ଟିଆରଏଆଇ କେବୁଲ ଟିଭି ଓ ଡିଟିଏଚ୍ ନିୟମରେ ପରିବର୍ତ୍ତନ କରିଛନ୍ତି। ଏଣୁ ଡିସ୍ ଟିଭି ନିଜର ୟୁଜର୍ସଙ୍କ ପାଇଁ ଲଞ୍ଚ କରିଛି ‘ମେରା ଅପନା ପ୍ୟାକ୍’ ପ୍ଲାନ୍ । ଯେଉଁଥିରେ ୟୁଜର୍ସଙ୍କୁ ମିଳିବ ୧୦୦ଟି ବଛା ବଛା ପେଡ୍ ଚ୍ୟାନେଲ୍ସ ସମେତ ୧୦୦ ଫ୍ରି ଟୁ ଏୟାର ଚ୍ୟାନେଲ୍ର ଲାଭ । ଏଥିରେ ୟୁଜର୍ସଙ୍କୁ ୧୦୦ ପେଡ୍ ଚ୍ୟାନେଲ୍ସ ପାଇଁ ୧୩୦ ଟଙ୍କା ଦେବାକୁ ପଡ଼ିବ। ଏଥିରେ ୧୮ପ୍ରତିଶତ ଜିଏସଟି ସହ ୟୁଜର୍ସ ମାସିକ ଦେବେ ମୋଟ ୧୫୩ ଟଙ୍କା।

ଟିଆରଏଆଇଙ୍କ  ନିୟମ ଅନୁସାରେ ଏହି ୧୦୦ ଚ୍ୟାନେଲରେ ୨୫ଟି ଚ୍ୟାନେଲ ଦୂରଦଶର୍ନରେ ମିଳିବ। ବାକି ୭୫ ସ୍ପଟରେ ୟୁଜର୍ସ ନିଜର ନିଜ ହିସାବରେ ଫ୍ରି ଟୁଏୟାର ଚ୍ୟାନେଲକୁ ବାଛି ପାରିବେ। ସେହିପରି ଡିଟିଏଚ୍ ସର୍ଭିସ ପ୍ରଦାନକାରୀ ‘ଟାଟା ସ୍କାଏ’ ମଧ୍ୟ  ବହୁଗୁଣିତ ସଂଯୋଗ ନେଉଥିବା ୟୁଜର୍ସଙ୍କ ପାଇଁ ନୂଆ ପ୍ରାଇସ୍ ଲିଷ୍ଟ ଲାଗୁ କରିଛନ୍ତି। ନୂଆ ପ୍ରାଇସ୍ ଲିଷ୍ଟ ଅନୁସାରେ ବହୁଗୁଣିତ ସଂଯୋଗ ନେବାକୁ ଥିବା ୟୁଜର୍ସଙ୍କୁ ଚ୍ୟାନେଲ୍ ବାଛିବା ପାଇଁ କମ୍ ଟଙ୍କା ଦେବାକୁ ପଡ଼ିବ।

   Related Posts