ସାବଧାନ: ମାତିଛନ୍ତି ଡିଜେଲ ଆଉ କୋଇଲା ମାଫିଆ, ୪ ଗିରଫ

Published By : Prameya-News7 Bureau | November 20, 2020 IST

ଅନୁଗୁଳ୨୦/୧୧: ସାବଧାନ, ମାତିଛନ୍ତି ଡିଜେଲ ଆଉ କୋଇଲା ମାଫିଆ। ତାଳଚେର କୋଇଲାଖଣି ଅଞ୍ଚଳରୁ ବ୍ୟାପକ ପରିମାଣରେ ଡିଜେଲ ଆଉ କୋଇଲା ଜବତ କରିଛି କୋଲିୟାରୀ ପୋଲିସ। ତାଳଚେର କୋଇଲା ଖଣି ଅଞ୍ଚଳରେ ମାତିଛନ୍ତି ଡିଜେଲ  ମାଫିଆ ଆଉ କୋଇଲା ମାଫିଆ। ଖବର ପାଇବା ପରେ ତାଳଚେର କୋଲିୟାରୀ ପୋଲିସ ଚଢ଼ାଉ କରି ୧୨୦୦  ଲିଟର ଡିଜେଲ ଜବତ କରିଛି।

{"id":364606,"sizeSlug":"large"}

ଏହି ସବୁ ଡିଜେଲ ଅନନ୍ତ, ଜଗନ୍ନାଥ ଏବଂ ଭରତପୁର କୋଇଲାଖଣି ଗୁଡିକରୁ ଜବତ ହୋଇଛି। ୪୦ ଲିଟର ଡିଜେଲ ଭର୍ତ୍ତି ୩୦ଟି ଜାର୍କୀନକୁ ଜବତ କରିଛି କୋଲିୟାରୀ ପୋଲିସ।ଏହି ଘଟଣାରେ ତାଳଚେର ଅଞ୍ଚଳର ୨ ଜଣକୁ ଗିରଫ କରିଛି ପୋଲିସ। ସେହି ପରି ୨୦ ଟନ  କୋଇଲା ବୋଝେଇ ଟ୍ରକକୁ ମଧ୍ୟ ଜବତ କରିଛି କୋଲିୟାରୀ ପୋଲିସ।ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଅତର୍କିତ ଭାବେ ଚଢ଼ାଉ କରିଥିଲା ପୋଲିସ୍। ଏହି ଘଟଣାରେ ୪ ଜଣକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି କୋଲିୟାରୀ ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.