Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

କରୋନା ଆକ୍ରାନ୍ତଙ୍କ ପାଇଁ ନୂଆ ସମସ୍ୟା : ମିକୋର ମାଇକୋସିସ୍ ନଷ୍ଟ କରିଦେଉଛି ଆଖି, ସୁରଟରେ ବଢିଲା ଚିନ୍ତା

7/05/2021 at 2:35 PM

ଗୁଜୁରାଟ ୭/୫ : ଗୁଜୁରାଟରେ ଭୟାବହ ହେଉଛି କରୋନା ୨ୟ ଲହର । ସୁରଟରେ ବି ବ୍ୟାପିବାରେ ଲାଗିଛି କୋପ । ବେଡ୍, ଅମ୍ଳଜାନ, ଓ ଭେଣ୍ଟିଲେଟର ଅଭାବରୁ ଅନେକ ଆକ୍ରାନ୍ତ ପ୍ରାଣ ହରାଇବାରେ ଲାଗିଛନ୍ତି । ତେବେ ଏହାମଧ୍ୟରେ ସୁସ୍ଥ ହୋଇଥିବା କିଛି ଆକ୍ରାନ୍ତ ଦୃଷ୍ଟି ଶକ୍ତି ହରାଉନଥିବା ନଜର ଆସିଛି । ସେମାନଙ୍କ ଆଖି ବାହାର କରିବା ପରେ ବି ସେମାନେ ମୃତ୍ୟୁ ମୁଖରେ ପଡୁଛନ୍ତି । ଏହି ରୋଗର ନାଁ ହେଉଛି ମିକୋର ମାଇକୋସିସ୍ ।

ଗତ ୧୫ ଦିନରେ ସୁରଟର ୪୦ ଜଣଙ୍କ ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କ ଆଖି ବାହାର କରିବାକୁ ପଡିଛି । ଡାକ୍ତରଙ୍କ କହିବାନୁସାରେ, ଏହି ରୋଗ ଏକ ପ୍ରକାର ଫଙ୍ଗାଲ ଇନଫେକ୍ସନ । ଯାହା ଆଖି, ନାକ, ଗଳା ଓ ମସ୍ତିସ୍କକୁ ସଂକ୍ରମିତ କରିଥାଏ । ଦେଶରେ କରୋନା ମହାମାରୀ ସମୟରୁ ଏହି ନୂଆ ରୋଗ ବାବଦରେ ଆଭାସ ମିଳିଥିଲା । କିନ୍ତୁ ଦ୍ୱିତୀୟ ଲହରରେ ଏହାର ମାମଲା ଅଧିକ ରହିଛି । ଏହି ସଂକ୍ରମଣ ହେଲେ ୨ରୁ ୪ ଦିନ ମଧ୍ୟରେ ପୂରା ଆଖିକୁ ସଂକ୍ରମିତ କରିଥାଏ ।

୨୪ ଘଣ୍ଟାରେ ଏହା ମସ୍ତିଷ୍କ ଉପରେ ମଧ୍ୟ ପ୍ରଭାବ ପକାଏ । ଯଦି ଆଖି ବାହାର କରିବାକୁ ବିଳମ୍ବ ହୁଏ ତେବେ ଆକ୍ରାନ୍ତଙ୍କ ପ୍ରାଣ ହରାଇବାର ଅଧିକ ସମ୍ଭାବନା ରହିଛି ।
ଆଉ କିଛି ଡାକ୍ତର କହିଛନ୍ତି ଯେ, ଏହି ରୋଗ ଶରୀରର ରୋଗ ୟିମୁନିଟି ଲେଭଲକୁ ବି ଆକ୍ରମଣ କରିଥାଏ । ପରେ ଏହା ଶରୀର ଉପରେ ପ୍ରଭାବ ପକାଇଥାଏ । ଆଖିରୁ ପାଣି ବାହାରିବା ସହ ପ୍ରବଳ କଷ୍ଟ ହୋଇଥାଏ । ତେବେ ଏଭଳି କ୍ଷେତେରରେ ଆକ୍ରାନ୍ତଙ୍କୁ ତୁରନ୍ତ ଚିକିତ୍ସା ଦରକାର । ନଚେତ ମୃତ୍ୟୁମୁଖରେ ପଢିବାର ସମ୍ଭାବନା ବେଶୀ ଥାଏ ।

   Related Posts