ବରିଷ୍ଠ ଆଇଏଏସ ଅଧିକାରୀ ଗଗନ ଧଳଙ୍କ ଇସ୍ତଫା ନେଇ ଚର୍ଚ୍ଚା

Published By : Prameya-News7 Bureau | August 16, 2019 IST

ଭୁବନେଶ୍ବର ୧୬|୮: ବରିଷ୍ଠ ଆଇଏଏସ ଅଧିକାରୀ ଗଗନ ଧଳ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । ୧୯୮୫ ବ୍ୟାଚର ଆଇଏଏସ ଅଫିସର ଗଗନ କୁମାର ଧଳ କୃଷି ଉତ୍ପାଦନ କମିଶନର ଥିଲେ । ସେ ଆସନ୍ତା ଡିସେମ୍ବର ମାସରେ ଅବସର ନେଇଥାନ୍ତେ। ଅବସର ଗ୍ରହଣ କରିବାର ୪ ମାସ ପୂର୍ବରୁ ସେ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ହେଉଛି। 

ଗତକାଲି ପ୍ରଶାସନିକ ଅଦଳବଦଳ ବେଳେ ୧୯୮୬ ବ୍ୟାଚର ଆଇଏଏସ ଅଧିକାରୀ ଅସିତ ତ୍ରିପାଠୀଙ୍କୁ ମୁଖ୍ୟ ଶାସନ ସଚିବ ଏବଂ ସେହି ବ୍ୟାଚ୍‌ର ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଉନ୍ନୟନ କମିଶନର ଭାବେ ଅବସ୍ଥାପିତ କରାଯାଇଛି । ଏଥିପାଇଁ ସେ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.