ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ : ଅଖ ଚକ ଡେରା ନୀତି ସଂପନ୍ନ
  • ||
  • କୁତବ ମୀନାର ପରିସରରେ ଖନନ ସହ ଆଇକନୋଗ୍ରାଫି କରିବାକୁ ଏଏସ୍‌ଆଇକୁ ସଂସ୍କୃତି ମନ୍ତ୍ରାଳୟର ନିର୍ଦ୍ଦେଶ
  • ||
  • ସ୍ୱିଜରଲାଣ୍ଡରେ ବିଶ୍ୱ ଅର୍ଥନୈତିକ ମଞ୍ଚର ବାର୍ଷିକ ସମ୍ମିଳନୀ : ମହାମାରୀରୁ ମୁକ୍ତି ପାଇଁ ବାଟ ବାହାର କରିବେ ବିଶ୍ୱନେତା
  • ||
  • ମ୍ୟାଚ୍ ପୂର୍ବରୁ ରନ୍ ଅପ୍ ଯାଞ୍ଚ କଲେ ଅର୍ଜୁନ ତେନ୍ଦୁଲକର : କିନ୍ତୁ ଚୂଡାନ୍ତ ଏକାଦଶରେ ମିଳିଲାନି ଏଣ୍ଟ୍ରି
  • ||

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପାଇଁ ନବୀନ ନିବାସରେ ଆରମ୍ଭ ହେଲା ଆଲୋଚନା, ୪ ଲୋକସଭା ଆସନର ପର୍ଯ୍ୟବେକ୍ଷକ ଉପସ୍ଥିତ

13/03/2019 at 6:27 PM

ଭୁବନେଶ୍ୱର ୧୩/୩ : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା ମାର୍ଚ୍ଚ ୧୮ ତାରିଖରୁ ଆରମ୍ଭ ହେଉଛି | ଓଡିଶାରେ ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ ଗ୍ରହଣ ହେବା | ଏ ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନର ପ୍ରାର୍ଥୀ ଚୟନ ପାଇଁ ବିଜେଡି ବିଧିବଦ୍ଧ ଭାବେ କସରତ ଆରମ୍ଭ କରିଛି | ନବୀନ ନିବାସରେ ୪ଟି ଲୋକସଭା ଆସନର ପର୍ଯ୍ୟବେକ୍ଷକ ଏବଂ ବରିଷ୍ଠ ନେତାଙ୍କୁ ନେଇ ଆରମ୍ଭ ହୋଇଛି ରୁଦ୍ଧଦ୍ବାର ବୈଠକ | ବୈଠକରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରୁଛନ୍ତି |


ସୂଚନାଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଲୋକସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଵ | ସେହିଭଳି ବ୍ରହ୍ମପୁର ଲୋକସଭା ନିର୍ବାଚନୀ ମଣ୍ଡଳୀର ଅନ୍ତର୍ଗତ ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁର, ସିକିଟି, ଦିଗପହଣ୍ଡି, ମୋହନ ଏବଂ ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ମଧ୍ୟ ନିର୍ବାଚନ ହେଵ| ସେହିଭଳି କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀର କୋରାପୁଟ, ଜୟପୁର, ଗୁଣୁପୁର, ବିଷମକଟକ, ରାୟଗଡା, ପଟାଂଗୀ ଓ ଲକ୍ଷ୍ମୀପୁର ବିଧାନସଭା ଆସନ ପାଇଁ ମଧ୍ୟ ଭୋଟ ହେବ |


ନବରଙ୍ଗପୁର ଲୋକସଭା ଆସନର ନବରଙ୍ଗପୁର, ଉମରକୋଟ, ଝରୀଗାଁ, ଡାବୁ ଗାଁ, କୋଟପାଡ଼, ମାଲକାନଗିରି ଓ ଚିତ୍ରକୋଣ୍ଡା ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବ | କଳାହାଣ୍ଡି ଲୋକସଭା ଆସନ ଅନ୍ତର୍ଗତ ଭବାନୀପାଟଣା, ନୂଆପଡା, ଖରିଆର, ଲାଞ୍ଜିଗଡ, ଜୁନାଗଡ଼, ଧର୍ମଗଡ ଓ ନର୍ଲା ବିଧାନସଭା ଆସନ ପାଇଁ ଏହି ପର୍ଯ୍ୟାୟରେ ମତ ଗ୍ରହଣ ହେବ | ସେଥିପାଇଁ ଏହି ୪ ଲୋକସଭା ଆସନ ଓ ୨୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଚୂଡାନ୍ତ କରିବା ଲାଗି ନବୀନ ନିବାସରେ କସରତ ଚାଲିଛି |


ଆଜି ଦିନ ତମାମ ନବୀନ ନିବାସକୁ ବହୁ ବିଧାୟକ, ମନ୍ତ୍ରୀ ଓ ଆଶାୟୀଙ୍କ ଯାତାୟାତ ଲାଗି ରହିଥିଲା | ଯେହେତୁ ଟିକେଟ ପାଇଁ ବିଜୟ ସମ୍ଭାବନାକୁ ଅଧିକ ଗୁରୁତ୍ୱ ଦିଆଯାଉଛି ତେଣୁ ପାଖାପାଖି ୭୦ଟି ଆସନରେ ଏଥର ନୂଆ ମୁହଁ ଟିକେଟ ପାଇବେ ବୋଲି ଆକଳନ କରାଯାଉଛି | ସେହିଭଳି ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ୨୮ଟି ବିଧାନସଭା ଆସନରେ ପାଖାପଖି ୧୪ ଜଣ ନୂଆ ମୁହଁ ଦେଖିବାକୁ ମିଳିବ ବୋଲି କୁହାଯାଉଛି |


ଅପରପକ୍ଷରେ ୪ଟି ଲୋକସଭା ଆସନ ମଧ୍ୟରୁ ୪ଟି ଯାକର ସାଂସଦଙ୍କୁ ବଦଳାଇ ନୂଆ ନେତାଙ୍କୁ ଟିକେଟ ଦେବା ମୁଡ଼ରେ ଦଳ ରହିଛି | ଏପରିକି ବ୍ରହ୍ମପୁର ଓ କୋରାପୁଟ ଲୋକସଭା ଆସନରେ ଦଳ ମହିଳା ପ୍ରାର୍ଥୀ ଦେବା ପାଇଁ ଯୋଜନା କରୁଛି | କୋରାପୁଟ ଆସନରୁ ସାଂସଦ ଝିନ ହିକକାଙ୍କ ପତ୍ନୀ କୌଶଲ୍ୟାଙ୍କୁ ଦଳ ପ୍ରାର୍ଥୀ କରିପାରେ | ସେହିଭଳି ବ୍ରହ୍ମପୁର ଆସନରୁ ପୂର୍ବତ୍ତନ ସାଂସଦ ଗୋପୀନାଥ ଗଜପତିଙ୍କ ଝିଅ କଲ୍ୟାଣୀ ଗଜପତିଙ୍କୁ ପ୍ରାର୍ଥୀ କରାଯିବ ବୋଲି ଆଲୋଚନା ହେଉଛି |


ଅପରପକ୍ଷରେ କଳାହାଣ୍ଡି ସାଂସଦ ଅର୍କ କେଶରୀ ସିଂହଦେଓଙ୍କୁ ପରିବର୍ତ୍ତନ କରି ତାଙ୍କ ସ୍ଥାନରେ ପୂର୍ବତ୍ତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ପ୍ରାର୍ଥୀ କରାଯାଇପାରେ | ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀଙ୍କୁ ପରିବର୍ତ୍ତନ କରି ତାଙ୍କ ସ୍ଥାନରେ ମନ୍ତ୍ରୀ ରମେଶ ମାଝୀଙ୍କୁ ଦଳ ପ୍ରାର୍ଥୀ କରିପାରେ | ତେବେ ଏ ସମସ୍ତ ବିଷୟରେ ନବୀନ ଆଜି ପର୍ଯ୍ୟବେକ୍ଷକଙ୍କ ସହ ଘମାଘୋଟ ଆଲୋଚନା ଜାରି ରଖିଛନ୍ତି | ୧୭ ତାରିଖ ସୁଦ୍ଧା ବିଜେଡି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିବା ଆଶା କରାଯାଉଛି |

   Related Posts