Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରାର୍ଥୀ ତାଲିକା ଘୋଷଣା କଲେ ମମତା ବାନାର୍ଜୀ : ନନ୍ଦିଗ୍ରାମରୁ ଲଢିବେ ଦିଦି, ମୁସଲିମ ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ
  • ||
  • ଆଠଗଡ : କାଜୁ ବଗିଚାରୁ ଅଜଣା ମହିଳାଙ୍କ ମୃତଦେହ ଠାବ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭଦ୍ରକ : ସେବା ସମବାୟ ସମିତିରେ ଧାନ କିଣାକୁ ନେଇ ବ୍ୟାପକ ଜାଲିଆତି, ଡାଟା ଏଣ୍ଟ୍ରି ଅପରେଟର ଓ ସମ୍ପାଦକ ନିଲମ୍ବିତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୧ କୋଭିଡ୍ ପଜିଟିଭ୍, ୩୩୭୬୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେବଗଡ : ଅଭିଯୋଗକାରିଣୀଙ୍କୁ ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଏସଆଇ
  • ||
  • ନୀଳଗିରି : ମହିଳା ସମିତି ସଭ୍ୟାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାଁରେ ମାମଲା ରୁଜୁ
  • ||
  • ବିନିକା : ସହିପାରିଲେନି ବାପଘରୁ ବିଦା ହେବାର ଦୁଃଖ, କାନ୍ଦି କାନ୍ଦି ଚାଲିଗଲା ନବବଧୂଙ୍କ ଜୀବନ
  • ||
  • ଆଠଗଡ : ବାଇକ୍‌କୁ ଧକ୍କା ଦେଲା ‘ନିଶା’ : ଆରୋହୀ ମୃତ, ବସ୍ ଡ୍ରାଇଭର ଫେରାର
  • ||
  • ବଲାଙ୍ଗିର : ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ବେଡ୍‌ସିଟ୍ ଗୁଡାଇ ଛାତ ଉପରୁ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ବାରଙ୍ଗ : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ସିନ୍ ରିକ୍ରିଏସନ୍ କଲା ସିବିଆଇ ଟିମ୍, ବିବନ ବଖାଣିଲା ୨୨ବର୍ଷ ତଳର ଲୋମଟାଙ୍କୁରା ଘଟଣା
  • ||

ଫେଲ୍ ମାରିଲା ଆଲୋଚନା ; ଅଧ୍ୟାପକ ଶିକ୍ଷକ ମିଳିତ ମଞ୍ଚର ଜାରି ରହିବ ଆନ୍ଦୋଳନ

12/09/2018 at 3:00 PM

ଭୁବନେଶ୍ବର ୧୨|୯: ଆଜି ଶିକ୍ଷକ ସମସ୍ୟା ନେଇ ସଚିବାଳୟରେ ବସିଥିବା ମନ୍ତ୍ରୀସ୍ତରୀୟ କମିଟି ବୈଠକ ବିଫଳ ହୋଇଛି । ଫଳରେ ଆନ୍ଦୋଳନ ପୂର୍ବ ପରି ଚାଲିବ ବୋଲି କହିଛି ଅଧ୍ୟାପକ ଶିକ୍ଷକ ମିଳିତ ମଞ୍ଚ । ଦାବି ପୂରଣ ପାଇଁ ସରକାର ୩ ମାସ ସମୟ ମାଗିଥିଲେ । ତେବେ ମଞ୍ଚ ୭ଦିନ ସମୟ ଦେବାକୁ ରାଜି ଥିବା ଜଣାଇଥିଲା । ସୂଚନା ଯୋଗ୍ୟ ଯେ ସୁପ୍ରିମକୋର୍ଟଙ୍କ ନିୟମ ଆଧାରରେ ଏକ୍ସପର୍ଟ ବା ବିଶେଷଜ୍ଞ କମିଟି ଗଠନ କରି ଦାବି ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବାକୁ ମନ୍ତ୍ରୀସ୍ତରୀୟ କମିଟି ଚାହୁଁଥିବା ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ପ୍ରକାଶ କରିଛନ୍ତି । ଆଜି ଆଲୋଚନା ପ୍ରାୟ ୨ଘଣ୍ଟା ଧରି ଚାଳିଥିଲା । ଦୀର୍ଘ ୨୮ଦିନ ଧରି ଆନ୍ଦୋଳନରେ ବସିବା ପରେ ପୁଣି ସରକାରଙ୍କୁ ୩ମାସ ସମୟ ଦେବା ପ୍ରଶ୍ନ ଉଠୁନାହିଁ ବୋଲି ମିଳିତ ମଞ୍ଚ ସ୍ପଷ୍ଟ କରିଛି ।

ସଚିବାଳୟରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀସ୍ତରୀୟ ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଉପସ୍ଥିତ ଥିଲେ । ଏହାସହ ଆନ୍ଦୋଳନରତ ଶିକ୍ଷକଙ୍କ ଏକ ପ୍ରତିନିଧି ଦଳ ଉପସ୍ଥିତ ଥିଲେ । ପୂର୍ଣ୍ଣ ଅନୁଦାନ ଦାବିରେ ଶିକ୍ଷକ ଓ ଅଧ୍ୟାପକ ମିଳିତ ମଞ୍ଚ ୨୮ ଦିନ ହେଲା ଲୋୟର ପିଏମଜିରେ ଆନ୍ଦୋଳନ ଚଳାଇଛନ୍ତି ।

   Related Posts