ରେଲଓ୍ବେ ଗ୍ରାହକଙ୍କ ପାଇଁ ଖୁସି ଖବର : ଜିନିଷ ପହଞ୍ଚିବାରେ ବିଳମ୍ବ ହେଲେ ମିଳିବ କ୍ୟାଶବ୍ୟାକ୍

Published By : Prameya-News7 Bureau | June 11, 2020 IST

ନୂଆଦିଲ୍ଲୀ ୧୧/୬: ରେଲଓ୍ବେ ମାଲ୍ ପରିବହନକୁ ଅଧିକ ଆକର୍ଷକ ଏବଂ   ବ୍ୟାବହାରିକ କରିବା ପାଇଁ ବିଭିନ୍ନ ଉପାୟ ପ୍ରତି ଧ୍ୟାନ ଦେଉଛି। ତେଣୁ ମାଲ୍ ଭଡ଼ାରୁ ରୋଜଗାର ବଢ଼ାଇବା ପାଇଁ ଦୂର ବସ୍ତୁର ପରିବହନ ଉପରେ କିଛି ଛାଡ଼,ବିଳମ୍ବରେ ଡେଲିଭରି ଉପରେ କ୍ୟାଶବ୍ୟାକ୍ ଭଳି ଯୋଜନା ଉପରେ ବିଚାର କରାଯାଉଛି। ଲକଡାଉନ୍ ସମୟରେ ମାଲ୍ ଭଡ଼ା କମିଯିବାରୁ ୮୦୦୦କୋଟି ଟଙ୍କାରୁ ଅଧିକ କ୍ଷତି ଉଠାଇବା ପରେ ରେଲଓ୍ବେ ଏବେ ନିଜ ଆୟ ବଢ଼ାଇବା ଉପରେ ଧ୍ୟାନ ଦେଉଛି। ତାଜା ପରିସଂଖ୍ୟାନ ଅନୁସାରେ ରେଲଓ୍ବେ ମାଲ୍ ପରିବହନରୁ ଏପ୍ରିଲ୍-ମେ ମାସରେ ଗତ ବର୍ଷ ତୁଳନାରେ ୮,୨୮୩ଟଙ୍କା କମ୍ ଆୟ ହୋଇଛି।

ରେଳ ମନ୍ତ୍ରୀ ପିୟୁଷ ଗୋୟଲ୍ ମଙ୍ଗଳବାର ଅଧିକାରୀଙ୍କ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ଏହି ବୈଠକରେ ରେଲଓ୍ବେ ମାଧ୍ୟମରୁ ବସ୍ତୁ ପରିବହନକୁ ବ୍ୟବହାରିକ ଏବଂ ଆକର୍ଷକ କରିବା ପାଇଁ ଉପାୟ ଉପରେ ବିଚାର କରାଯାଇଥିଲା। ସେମାନେ ରେଳ ମଣ୍ଡଳକୁ ରେଲଓ୍ବେରୁ ବସ୍ତୁ ପରିବହନକୁ ନେଇ ସ୍ଥାନୀୟ ବ୍ୟବସାୟୀ ଏବଂ ମାଲ୍ ଚାଲାଣକାରୀଙ୍କ ନିକଟକୁ ପହଞ୍ଚାଇବା ପାଇଁ ପ୍ରୋତ୍ସାହିତ କରିଥିଲେ। ଏହା ସହିତ ତାଙ୍କୁ ଯଥାସମ୍ଭବ ନିର୍ଦ୍ଧାରିତ ପାର୍ସେଲ୍ ଟ୍ରେନ୍ ଚଲାଇବାକୁ ନିର୍ଦେଶ ଦେଇଥିଲେ।

ତେଜସ୍ ଏକ୍ସପ୍ରେସ୍ ଭଳି ଗ୍ରାହକଙ୍କୁ ବିଳମ୍ବରେ ଜିନିଷ ଡେଲିଭରି ଉପରେ ଛାଡ଼ କିମ୍ବା କ୍ୟାଶବ୍ୟାକ୍ ଉପରେ ମଧ୍ୟ ଚର୍ଚ୍ଚା କରାଯାଇଥିଲା। ଏହା ସହିତ ଅଧିକ ଦୂର ପାଇଁ ମାଲ୍ ପରିବହନ ଉପରେ ରିହାତି ଦର ଲାଗୁ ଉପରେ ମଧ୍ୟ ବିଚାର କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.