ଶସ୍ତା ବାଇକ୍‌ କିଣିବାର ସୁଯୋଗ, ଦୀପାବଳିରେ କମ୍ପାନୀମାନେ ଦେଉଛନ୍ତି ବମ୍ପର ଅଫର୍

Published By : Prameya-News7 Bureau | October 25, 2021 IST

ନୂଆଦିଲ୍ଲୀ ୨୫।୧୦: ଆପଣ କୌଣସି ୨ ଚକିଆ ଯାନ କିଣିବାକୁ ଯୋଜନା କରୁଛନ୍ତି କି । ତେବେ ଖୁବ୍‌ ଭଲ ସମୟ ଆସିଯାଇଛି । ଦୀପାବଳି ଅବସରରେ ବହୁ ଅଟୋ ମୋବାଇଲ୍‌ କମ୍ପାନୀ ରିହାତି ଦରରେ ଗାଡ଼ି କିଣିବାକୁ ସୁଯୋଗ ଦେଉଛନ୍ତି । ଏହି ଅଫରର ସୁବିଧା ନେଇ ଆପଣମାନେ କମ୍‌ ଟଙ୍କାରେ ନୂଆ ବାଇକ୍‌ କିଣିପାରିବେ । ଦୀପାବଳି ପର୍ବରେ ଘରକୁ ନୂଆ ଗାଡ଼ି ଆଣିବାର ଭଲ ସୁଯୋଗ ରହିଛି ।

ତେବେ ପ୍ରମୁଖ ବାଇକ୍‌ ଓ ସ୍କୁଟର କମ୍ପାନୀ ଟିଭିଏସ୍‌, ହିରୋ ମୋଟେ କର୍ପ, ବଜାଜ ଓ ହୋଣ୍ଡା ନିଜର କିଛି କିଛି ମଡେଲ ଉପରେ ପାର୍ବଣ ସମୟ ଦେଖି ଅଫର ଦେଇଛନ୍ତି । ଚାଳନ୍ତୁ ଜାଣିବା କେଉଁ ସବୁ ବାଇକ୍‌ରେ ରିହାତି ଅଫର ରହିଛି….

ହୋଣ୍ଡା-

ହୋଣ୍ଡା କମ୍ପାନୀ ନିଜର କିଛି ମଡେଲ ଉପରେ ବିଶେଷ ରିହାତି ଦେଉଛି । ପୁରୁଣା ବାଇକ୍‌ ଏକ୍ସଚେଞ୍ଜ  କରି ନୂଆ ବାଇକ୍‌ କିଣିଲେ ୧୫୦୦ ଟଙ୍କା ଡିସକାଉଣ୍ଟର ଅଫର ରହିଛି । ସେହିପରି ଯଦି ଆପଣ ସରକାରୀ କର୍ମଚାରୀ , ତେବେ କମ୍ପାନୀ ଆପଣଙ୍କ ପାଇଁ ୨୦୦୦ ଟଙ୍କାର ବିଶେଷ ରିହାତି ଦେଉଛି । ଏହାସହିତ ୧୨୫ ସିସି କ୍ଷମତା ବିଶିଷ୍ଠ ବାଇକ୍‌ କିଣିବା ଦ୍ୱାରା କମ୍ପାନୀ ଆପଣଙ୍କୁ ମାଗଣାରେ ଇନ୍‌ସ୍ୟୁରାନ୍ସ ଦେଉଛି ।

ବଜାଜ ଅଟୋ-

ବଜାଜ  କମ୍ପାନୀ ମଧ୍ୟ ଦୀପାବଳି ସମୟରେ ଅଫର ଲଞ୍ଚ କରିଛି । ଯଦି ଆପଣ ୧୦୦ ସିସି କ୍ଷମତା ବିଶିଷ୍ଟ ବାଇକ କିଣୁଛନ୍ତି । ତେବେ ୨୧୦୦ ଟଙ୍କାର ରିହାତି ମିଳୁଛି । ସେହିପରି ୧୩୫ ସିସି କ୍ଷମତା ବିଶିଷ୍ଟ ପଲ୍‌ସର ବାଇକ୍‌ ଉପରେ ୨୧୦୦ ଟଙ୍କାର ରିହାତି । ଏହାସହିତ ଅନ୍ୟ ବାଇକ୍‌ର କ୍ରୟ ଉପରେ ଫାଇନାସର ସୁବିଧା ରହିଛି । ଆପଣ ବିନା କୌଣସି ଅତିରିକ୍ତ ଚାର୍ଜରେ ଗାଡ଼ି ଫାଇନାସ କରିପାରିବେ ।

ଟିଭିଏସ୍‌ ମୋଟର

ଟିଭିଏସ୍‌ ମୋଟର ନିଜ ଗ୍ରାହକଙ୍କ ପାଇଁ ଦୀପାବଳୀରେ ଖାସ୍‌ ଅଫଲ ଲଞ୍ଚ କରିଛି । କମ୍ପାନୀ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ କାର୍ଡଧାରକଙ୍କ ପାଇଁ ବାଇକ୍‌ କିଣିବା ଉପରେ ୫ହଡାର ଟଙ୍କା ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍‌ ଦେଉଛି । ସେହିପରି ୧୬୦ ସିସି କ୍ଷମତା ବିଶିଷ୍ଟ ଆରଟିଆର୍‌ ୧୬୦ ୪ବି ବାଇକ୍‌ ଉପରେ ୫ବର୍ଷ ପର୍ଯ୍ୟନ୍ତ ମାଗଣାରେ ଇନ୍‌ସ୍ୟୁରାନ୍ସ, ଦେଉଛି କମ୍ପାନୀ ।ଏହାସହିତ ଯଦି ଆପଣ କିସ୍ତିରେ ବାଇକ୍‌ ନେଉଛନ୍ତି । ତେବେ ଆପଣଙ୍କୁ କମ୍ପାନୀ ସହଜରେ କିସ୍ତି ଦେବାରେ ସୁବିଧା ଦେବ ।

ହିରୋ ମଟୋକର୍ପ-

ହିରୋ କମ୍ପାନୀ ମଧ୍ୟ ନିଜ ଗ୍ରାହକଙ୍କ ପାଇଁ ଦମ୍‌ଦାର ଅଫର ଆଣିଛି । ହିରୋ ସ୍ଲେଣ୍ଡର ପ୍ଲସ ଠାରୁ ଆରମ୍ଭ କରି ଆଇଷ୍ଟ୍ରୋ ସ୍କୁଟର ପର୍ଯ୍ୟନ୍ତ ସମସ୍ତ ବାଇକ୍‌ ଓ ସ୍କୁଟିରେ ରିହାତ ଦେଉଛି କମ୍ପାନୀ । ୬.୯୯୯ ଟଙ୍କା ଡାଉନ୍ ପେମେଣ୍ଟ ଦେଇ ନୂଆ ବାଇକ୍‌ କିମ୍ବା ସ୍କୁଟର ନେଇପାରିବେ । ଯଦି ଆପଣ କୌଣସି ନୂଆ ବାଇକ୍ କିମ୍ବା ସ୍କୁଟର କିଣୁଛନ୍ତି । ତେବେ ୧୨,୫୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିପାରିବ ।

ଗାଡ଼ି ଏକ୍ସଚେଞ୍ଜ ଉପରେ ମଧ୍ୟ ରିହାତି ମିଳିପାରିବ । ଏହାସହିତ ଗ୍ରାହକଙ୍କୁ ୨୧୦୦ ଟଙ୍କାର କ୍ୟାସ୍ ଡିସ୍‌କାଉଣ୍ଟ ମଧ୍ୟ ମିଳିପାରେ । ଯଦି ଗ୍ରାହକମାନେ କାର୍ଡ ଜରିଆରେ ପେମେଣ୍ଟ କରୁଛନ୍ତି । ତେବେ ୭.୫୦୦ ଟଙ୍କା ପର୍ଯ୍ୟନ୍ତ ଅଫର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.