ସରିଲା ସେସୁର ଡେଡ୍‌ଲାଇନ୍, ଆଜିଠାରୁ ହେବ ବିଦ୍ୟୁତ୍ କାଟ୍

Published By : Prameya-News7 Bureau | January 16, 2020 IST

ଭୁବନେଶ୍ବର ୧୬।୧: ସରିଛି ସେସୁର ଡେଡଲାଇନ୍ । ଆଜିଠାରୁ ହେବ ବିଦ୍ୟୁତ୍ କାଟ୍ । ବିଦ୍ୟୁତ୍ ଦେୟ ଖିଲାପକାରୀଙ୍କର ୧୬ ତାରିଖରୁ ଲାଇନ୍ ନିଶ୍ଚୟ କଟାଯିବ ବୋଲି ସେସୁ ପକ୍ଷରୁ କୁହାଯାଇଥିଲା । ଏଥିପାଇଁ ୯ଟି ଜିଲ୍ଲାରେ ୪୧୩ଟି ସ୍କାର୍ଡକୁ ଦାୟିତ୍ବ ଦିଆଯାଇଛି ।

ତେବେ ପ୍ରଥମେ କମର୍ସିଆଲ ଉପଭୋକ୍ତା ଓ ଯେଉଁ ଘରୋଇ ଉପଭୋକ୍ତାଙ୍କ କ୍ଷମତା ଅଛି ବିଲ୍ ଦେବାକୁ, ହେଲେ ବିଲ୍ ପେମେଣ୍ଟ କରୁନାହାନ୍ତି ସେମାନଙ୍କ ବିଦ୍ୟୁତ୍ କାଟ୍ ହେବ । ସାରା ଗାଁରେ ବିଦ୍ୟୁତ୍ କାଟ୍ ହେବନି । ଯେଉଁ ଘର ସବୁ ବିଲ୍ ଦେଇନଥିବେ ସେମାନଙ୍କର ହିଁ ବିଦ୍ୟୁତ୍ ସଂଯୋଗ କାଟି ଦିଆଯିବ ବୋଲି ସେସୁ କମର୍ସର ସିନିୟର ଜେନେରାଲ ମ୍ୟାନେଜର ମନୋଜ ସିଂ ସ୍ପଷ୍ଟ ସୂଚନା ଦେଇଛନ୍ତି ।

ବିଦ୍ୟୁତ୍ ବିତରକ କମ୍ପାନୀଙ୍କ ଉପରେ ୭୬୫୬ କୋଟି ଟଙ୍କା ବାକି ଥିବାବେଳେ, ୧୧ ହଜାର ଗାଁକୁ ଅନ୍ଧାର କରିବାକୁ ସେସୁ ପକ୍ଷରୁ ପୂର୍ବରୁ କୁହାଯାଇଛିଲା । ତେବେ  ଆଗକୁ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଅଛି । ପିଲାଙ୍କ ଭବିଷ୍ୟତକୁ ଦେଖି ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରିବାକୁ ବିଜେପି ଦାବି କରିଥିଲା ।  ତେବେ ଆଜି ସେସୁର କାର୍ଯ୍ୟପନ୍ଥା କଣ ରହୁଛି ତାହା ଦେଖିବାକୁ ବାକି ରହିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.