ଢେଙ୍କାନାଳର ଚର୍ଚ୍ଚିତ ହତ୍ୟା ଘଟଣାରେ ଖୋଲିଲା ଗୁମର,ସ୍ତ୍ରୀ ଥଲା ସ୍ଵାମୀର ହତ୍ୟାକାରୀଣି

Published By : Prameya-News7 Bureau | October 04, 2018 IST

ଢେଙ୍କାନାଳ ;୦୪/୧୦-ଢେଙ୍କାନାଳ ସହରରେ ସ୍ପଷ୍ଟ ଦିବାଲୋକରେ ଘଟିଥିବା ମଣ୍ଟୁ ପାତ୍ର ହତ୍ୟାକାଣ୍ଡରେ ଆଜି ଟାଉନ ପୁଲିସ ମୃତ ମଣ୍ଟୁଙ୍କ ପତ୍ନୀ ଅରୁଣା ପାତ୍ରକୁ ଗିରଫ କରିଛି ଗତ ମାସ ଅର୍ଥାତ ସପ୍ଟେମ୍ବର ୩ ତାରିଖ ଦିନ ଦ୍ବିପ୍ରହରରରେ ଢେଙ୍କାନାଳ ଜନଗହଳୀ ପୂର୍ଣ୍ଣ ମୀନାବଜାରରେ ତାଙ୍କ ଭଡା ଘରେ ପଶି ମଣ୍ଟୁ ପାତ୍ରଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିଲା ଏହି ଚର୍ଚ୍ଚିତ ହତ୍ୟା ଘଟଣାରେ ଇତି ମଧ୍ୟରେ ଏକ ମାସ ବିତିଯାଇଥିଲେ ମଧ୍ୟ ମୁଖ୍ୟ ହତ୍ୟାକରୀକୁ ଟାଉନ ପୁଲିସ ଗିରଫ କରିନାହିଁ ତବେ ହତ୍ୟାକାଣ୍ଡ ପ୍ରାଥମିକ ତଦନ୍ତରୁ  ହତ୍ୟା ପଛରେ ଅନୈତିକ ସଂପର୍କରୁ ମୃଣ୍ଟୁ ପାତ୍ରଙ୍କ ପତ୍ନୀ ଅରୁଣାର ହାତ ଥିବା ପୁଲିସ ଜାଣି ସାରି ମଧ୍ୟ ଚୁପ ରହିଥିବା ବଳେ ଆଜି ହଠାତ ତାଙ୍କୁ ଗିରଫ ଦର୍ଶ।ଇଛି ଏହା ପଛରେ ପୁଲିସର ଚଞ୍ଚକତା ରହିଥିବା ବଳେ ପ୍ରକୃତ ହତ୍ୟାକାରୀକୁ ଖସାଇ ଦେଇ ପତ୍ନୀ ଅରୁଣାକୁ ଏହି ହତ୍ୟାକାଣ୍ଡ ମୋହରା କରିଥିବା ପୁଲିସର ଭୂମିକା ନେଇ ସନ୍ଦେହ କରାଯାଇଛି ଆଜି ସଂପର୍କରେ ଢେଙ୍କାନାଳ ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ଡାକିଥିଲେ ମଧ୍ୟ ତାଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଏସପି ଗଣମାଧ୍ୟମକୁ ସଫେଇ ଦେବା ବେଶ ରହସ୍ୟମୟ ହୋଇପଡିଛି ଏପରିକି ମଣ୍ଟୁଙ୍କୁ ତାଙ୍କ ପତ୍ନୀ ଅରୁଣା ଖାଦ୍ୟରେ ନିଶା ପଦାର୍ଥ ମିଶାଇ ସେ ଶୋଇବା ପରେ ହତ୍ୟା ପାଇଁ ଯୋଜନା କରିଥିଲା ଯାହାକୁ ମୃତ ମଣ୍ଟୁଙ୍କ ଭିସ୍ରା ରିପୋର୍ଟରୁ ଜଣାପଡିଥିବା ବଳେ ପତ୍ନୀ ଅରୁଣାଙ୍କ ସହ ପ୍ରେମ ସଂପର୍କ ରଖିଥିବା ଜଣେ ଯୁବକ ହତ୍ୟା କରିଥିବା ସ୍ପଷ୍ଟ କରିଛନ୍ତି  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.