ଦିଲ୍ଲୀରେ ସୁସ୍ଥ ହୋଇଥିବା କରୋନା ସଂକ୍ରମିତ ଦ୍ୱିତୀୟବାର ହେଉଛନ୍ତି ଆକ୍ରାନ୍ତ, ଡାକ୍ତର ମଧ୍ୟ ଚିନ୍ତିତ

Published By : Prameya-News7 Bureau | August 17, 2020 IST

ନୂଆଦିଲ୍ଲୀ ୧୭।୮: କରୋନା ଭାଇରସ ମହାମାରୀ ବିରୋଧରେ ଜାରି ଯୁଦ୍ଧରେ ଏବେ ଦିଲ୍ଲୀ ମଡେଲ ଅନୁକରଣ ଲାଗି କୁହାଯାଉଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଠାରୁ ଆରମ୍ଭ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ପର୍ଯ୍ୟନ୍ତ ସମସ୍ତେ ଦିଲ୍ଲୀ ଭଳି  ସତର୍କତା ଅବଲମ୍ବନ କରାଗଲେ ସାରା ଦେଶରୁ କରୋନା ଉଭେଇଯିବ ବୋଲି କହୁଛନ୍ତି। ହେଲେ କରୋନାକୁ ନେଇ ଦିଲ୍ଲୀରୁ ଯେଉଁ ଖବର ଆସୁଛି ତାହା କିନ୍ତୁ ଅତ୍ୟନ୍ତ ନିରାଶାଜନକ। ଏଠାରେ ଦେଢଦୁଇମାସ ତଳେ ସୁସ୍ଥ ହୋଇ ଘରକୁ ଫେରିଥିବା ଆକ୍ରାନ୍ତ ପୁଣି ସଂକ୍ରମିତ ହୋଇ ହସ୍ପିଟାଲକୁ ଆସୁଥିବାର ଜଣାପଡିଛି।

{"id":316187,"sizeSlug":"large"}

ଦିଲ୍ଲୀ ସରକାରଙ୍କ ପରିଚାଳିତ ରାଜୀବ ଗାନ୍ଧି ସୁପରସ୍ପେଶିଆଲିଟି ହସ୍ପିଟାଲକୁ ଚଳିତ ମାସ ପ୍ରାରମ୍ଭରେ ୨ଜଣ ଏପରି କରୋନା ଆକ୍ରାନ୍ତ ଆସିଥିଲେ ଯେଉଁମାନେ ପ୍ରାୟ ୨ରୁ ଅଢେଇମାସ ପୂର୍ବେ କୋଭିଡ-୧୯ ମୁକ୍ତ ହୋଇ ଘରକୁ ଫେରିଥିଲେ।  କେବଳ ଏହି ଗୋଟିଏ ହସ୍ପିଟାଲ ନୁହେଁ ଜାତୀୟ ରାଜଧାନୀର ଅନ୍ୟ ହସ୍ପିଟାଲକୁ ମଧ୍ୟ ଦ୍ୱିତୀୟବାର କୋଭିଡ ଆକ୍ରାନ୍ତ ରୋଗୀଙ୍କ ସୁଅ ଛୁଟୁଥିବା ଜଣାପଡିଛି। ଯାହା ଏବେ ଡାକ୍ତରଙ୍କ ଲାଗି ଚିନ୍ତାର କାରଣ ପାଲଟିଲାଣି।

{"id":316188,"sizeSlug":"large"}

ତେବେ ଦ୍ୱିତୀୟବାର ହସ୍ପିଟାଲ ଆସିଥିବା ଉଭୟ କୋଭିଡ ଆକ୍ରାନ୍ତଙ୍କଠାରେ ମଧ୍ୟମ ଲକ୍ଷଣ ଥିବାର ଦେଖାଯାଇଥିଲା। ଏମାନେ ସୁପରସ୍ପେଶିଆଲିଟି ହସ୍ପିଟାଲରୁ ସୁସ୍ଥ ହୋଇ ଫେରିବାର ୨ ମାସ ପରେ ସଂକ୍ରମିତ ହୋଇଥିଲେ। ସେହିପରି ଦ୍ୱାରକାରେ ଥିବା ଆକାଶ ହେଲଥ୍ କେୟାରରେ ମଧ୍ୟ ଏପରି ମାମଲା ଆସୁଥିବା କୁହାଯାଇଛି। ତେବେ ଏଠାକୁ କରୋନା ସଂକ୍ରମିତ ହୋଇ ଆସିଥିବା ଜନୈକ କର୍କଟ ଆକ୍ରାନ୍ତ ପ୍ରଥମ ଥର ସୁସ୍ଥ ହୋଇ ଫେରିଯାଇଥିଲେ। ହେଲେ ଦ୍ୱିତୀୟବାର ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କର ମୃତ୍ୟୁହୋଇଛି।

{"id":316190,"width":576,"height":300,"sizeSlug":"large"}

ସେହିପରି ଦିଲ୍ଲୀ ପୋଲିସରେ କାର୍ଯ୍ୟରତ ଜନୈକ ପୋଲିସ କର୍ମଚାରୀ ମାସକ ତଳେ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଥିବା ବେଳେ ପୁଣି ଥରେ ସଂକ୍ରମିତ ହୋଇ ହସ୍ପିଟାଲକୁ ଆସିଥିବାର ମଧ୍ୟ ନଜିର ରହିଛି। ଦିଲ୍ଲୀ ନଗରନିଗମ ପରିଚାଳିତ କୋଭିଡ-୧୯ ହସ୍ପିଟାଲରେ କାମ କରୁଥିବା ଜନୈକା ନର୍ସ ସଂକ୍ରମିତ ହେବା ଯୋଗୁ ହସ୍ପିଟାଲରେ ରହି ଚିକିତ୍ସିତ ହେବା ପରେ ମଧ୍ୟ ପୁଣି ଥରେ ସଂକ୍ରମିତ ହୋଇଛନ୍ତି। ତେବେ ଦିଲ୍ଲୀ ସରକାରଙ୍କ ପରିଚାଳିତ ହସ୍ପିଟାଲର ଚିକିତ୍ସା ନିର୍ଦ୍ଦେଶକ ଡା.ବି.ଏଲ.ଶେରୱାଲଙ୍କ ଅନୁସାରେ ଯେଉଁ ପର୍ଯ୍ୟନ୍ତ  ଭୂତାଣୁର ସମ୍ବର୍ଦ୍ଧନ ସମ୍ପର୍କିତ ତଥ୍ୟ ଜଣା ନପଡିଛି ଓ ଜେନି ସିକ୍ୱେନ୍ସ ନ ହୋଇଛି ସେ ପର୍ଯ୍ୟନ୍ତ ଭୂତାଣୁର କେଉଁ ଷ୍ଟ୍ରେନ୍‌ ସଂକ୍ରମିତ କରିଛି ତାହା ଜାଣିବା କଷ୍ଟକର ବୋଲି କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.