Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୨୮ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୧୭୪୧ ପଜିଟିଭ୍ ଚିହ୍ନଟ
  • ||
  • ନୟାଗଡ଼ : ରେଳ ଷ୍ଟେସନରେ ଲଙ୍କାକାଣ୍ଡ : ବ୍ୟାପକ ପୋଡାଜଳା ଓ ଭଙ୍ଗାରୁଜା, ବିରୋଧ କରିବାରୁ ମ୍ୟାନେଜର ଓ କର୍ମଚାରୀଙ୍କୁ ଆକ୍ରମଣ
  • ||
  • ଆଜି ୧୧ ଜିଲ୍ଲାରେ କାଳବୈଶାଖି ବର୍ଷା ! ୧୫ ଯାଏଁ ତାତିରୁ ମିଳିବ ତ୍ରାହି
  • ||

ଯୋଡାମୁଣ୍ଡରୁ ଅଲଗା ହୋଇଥିବା ଜଗା-କାଳିଆଙ୍କ ମଧ୍ୟରୁ ଜଗାକୁ ଏସସିବିରୁ ଡିସ୍‌ଚାର୍ଜ କରିବା ପ୍ରକ୍ରିୟା ହେଲା ଆରମ୍ଭ, ପରିବାର ପକ୍ଷରୁ ଅସନ୍ତୋଷ ବ୍ୟକ୍ତ

17/10/2019 at 2:04 PM

କଟକ ୧୭|୧୦: ଅଲଗା ହୋଇଥିବା ଜୋଡାମୁଣ୍ଡ ଶିଶୁ ଜଗାକୁ କଟକ ବଡ ମେଡିକାଲରୁ ଡିସଚାର୍ଜ କରିବା ପ୍ରକ୍ରୀୟା ଆରମ୍ଭ ହୋଇଛି। ଖୁବଶୀଘ୍ର ଏନେଇ ବିଭାଗୀୟ ନିଷ୍ପତ୍ତି ନିଆଯିବ ବୋଲି ଏସସିବି ପକ୍ଷରୁ ସୂଚନା ଦିଆଯାଇଛି। ମାତ୍ର ଏହାକୁ ନେଇ ଜଗା-କାଳିଆଙ୍କ ପରିବାର ଅସନ୍ତୋଷ ପ୍ରକାଶ କରିଛନ୍ତି। କାଳିଆ ସମ୍ପୂର୍ଣ୍ଣ ଠିକ ନହେବା ପର୍ଯ୍ୟନ୍ତ ଦୁଇ ଭାଇଙ୍କୁ ଅଲଗା ସମ୍ଭାଳିବା ମୁସ୍କିଲ ହୋଇପଡିବ ବୋଲି ତାଙ୍କ ବାପା ଭୂୟାଁ କହଁର ନ୍ୟୁଜ୍ ସେଭେନକୁ କହିଛନ୍ତି।

ପରସ୍ପର ଠାରୁ ଅଲଗା ହୋଇଥିବା ଜୋଡାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ମଧ୍ୟରୁ ଜଗା ଏବେ ସମ୍ପୂର୍ଣ୍ଣ ସୁସ୍ଥ। କଟକ ଏସସିବିରେ ଏବେ ଏହି ଉଭୟ ଶିଶୁ ଚିକିତ୍ସିତ ହେଉଥିଲେ ମଧ୍ୟ ଜଗା ସ୍ବାସ୍ଥ୍ୟରେ ଆଶାନୁରୂପ ସୁଧାର ଆସିଛି ବୋଲି ବଡ ମେଡିକାଲ କତ୍ତୃପକ୍ଷ କହିଛନ୍ତି। କେବେ ଜଗାକୁ ଡିସଚାର୍ଜ କରାଯିବ ସେନେଇ ସୁପରିଡେଣ୍ଡେଣ୍ଟ ଏକ ରିପୋର୍ଟ ସ୍ବାସ୍ଥ୍ୟ ବିଭାଗ ନିକଟକୁ ପଠାଇଛନ୍ତି। ବିଭାଗୀୟ ଅନୁମତି ମିଳିବା ପରେ ଜଗାକୁ ଡିସଚାର୍ଜ କରାଯିବ।

ତେବେ ଜଗାକୁ ହସ୍ପିଟାଲରୁ ଡିସଚାର୍ଜ କରାଯିବା ପରେ ତାର ମେଡିକାଲ କେୟାର କିଭଳି ରହିବ ତାହା ମଧ୍ୟ ସରକାରୀ ନିଷ୍ପତ୍ତି ଅନୁସାରେ କରାଯିବ। ଅପରପକ୍ଷରେ କାଳିଆର ସ୍ବାସ୍ଥ୍ୟରେ ମଧ୍ୟ ଉନ୍ନତି ଘଟୁଛି। ଦୁଇଦିନ ତଳେ ନିମୋନିଆରେ ପିଡିତ କାଳିଆକୁ ଭେଣ୍ଟିଲେଟରରୁ କଢାଯାଇଛି। ତେବେ ଏବେ ତାର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଏସସିବି କତ୍ତୃପକ୍ଷ କହିଛନ୍ତି।

ସମ୍ପୂର୍ଣ୍ଣ ଠିକ ନହେବା ପୂର୍ବରୁ ଜଗା-କାଳିଆଙ୍କୁ ଅଲଗା ଅଲଗା କରାଯିବା ଘଟଣାକୁ ଏମାନଙ୍କ ବାପା ଭୂୟାଁ କହଁର ନାପସନ୍ଦ କରିଛନ୍ତି। ଜଗାକୁ ଯଦି କଟକ ଏସସିବିରୁ ଡିସଚାର୍ଜ କରିଦିଆଯାଏ ତାହେଲେ ଉଭୟ ସ୍ବାମୀ ସ୍ତ୍ରୀ ଜଗା ବା କାଳିଆ କାହା ପାଖରେ ରହିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ନିଜ ଗାଁରେ ଏମାନଙ୍କ ଯତ୍ନ ନେବାପାଇଁ କେହି ନଥିବା କାରଣରୁ ଉଭୟଙ୍କୁ ଠିକ ହେବା ପର୍ଯ୍ୟନ୍ତ ଏକାଠି ରଖାଯାଉ ବୋଲି ସେ ଦାବି କରିଛନ୍ତି।

ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶଙ୍କ ଅଧ୍ୟକ୍ଷତାରେ  ଶୁକ୍ରବାର ଭୁବନେଶ୍ବର ଠାରେ ଏକ ବୈଠକ ଅନୁଷ୍ଠିତ ହେବ। ଏସସିବି ଅଧିକ୍ଷକଙ୍କୁ ଏହି ବୈଠକକୁ ଡକାଯିବା ସହ ଜଗାର ଡିସଚାର୍ଜ ନେଇ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି।

   Related Posts