୩ ଲକ୍ଷ ସୁସ୍ଥ ପରେ ଆଜି ରାଜ୍ୟରେ କରୋନାରୁ ଆରୋଗ୍ୟ ହେଲେ ଆଉ ୧୩୦୩ ସଂକ୍ରମିତ

Published By : Prameya-News7 Bureau | November 18, 2020 IST

ଭୁବନେଶ୍ଵର ୧୮।୧୧: ରାଜ୍ୟରେ କରୋନା ସଂକ୍ରମଣ ସଂପ୍ରତି ନିୟନ୍ତ୍ରଣରେ ରହିଛି। ସୁସ୍ଥ ସଂଖ୍ୟା ୩ ଲକ୍ଷ ଅତିକ୍ରମ କରିବା ସ୍ଵାସ୍ଥ୍ୟ କ୍ଷେତ୍ର ପାଇଁ ବଡ ଉପଲବ୍ଧି ପାଲଟିଛି। ହେଲେ ମୃତ୍ୟୁ ସଂଖ୍ୟା ସ୍ଥିର ରହିଛି। ମହାମାରୀ ତଳମୁହାଁ ହେବା ସହ ନୂତନ ସଂକ୍ରମିତଙ୍କ ତୂଳନାରେ ଦୈନିକ ସୁସ୍ଥ ସଂଖ୍ୟା ଅଧିକ ରହୁଛି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩୦୩ ରୋଗୀ ଆରୋଗ୍ୟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସୁସ୍ଥ ସଂଖ୍ୟା ୩,୦୧,୭୭୭ରେ ପହଞ୍ଚିଛି।  ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ବୁଧବାର ଏହାର ସୂଚନା ଦିଆଯାଇଛି।

wp:html /wp:html

କଟକ ଜିଲ୍ଲାରୁ ସର୍ବାଧିକ ୧୦୮ ରୋଗୀ କରୋନା ମୁକ୍ତ ହୋଇଛନ୍ତି। ଏହି ପରି ଅନୁଗୁଳରୁ ୧୦୩, ମୟୂରଭଞ୍ଜରୁ ୧୦୧, ସୁନ୍ଦରଗଡରୁ ୯୭, ଖୋର୍ଦ୍ଧାରୁ ୯୬, ଝାରସୁଗୁଡାରୁ ୮୬, ଜଗତସିଂହପୁରରୁ ୫୫, କେନ୍ଦ୍ରାପଡାରୁ ୫୩, କେନ୍ଦୁଝରରୁ ୫୦, କଳାହାଣ୍ଡିରୁ ୪୭, ବଲାଙ୍ଗୀରରୁ ୪୬, ନୟାଗଡରୁ ୪୦, କୋରାପୁଟରୁ ୩୮ ଆରୋଗ୍ୟ ଲାଭ କରିଛନ୍ତି।

ସେହି ପରି ବରଗଡ ଜିଲ୍ଲାରୁ ୩୭, ନୂଆପଡାରୁ ୩୭, ପୁରୀରୁ ୩୪, ସମ୍ବଲପୁରରୁ ୩୨, ଯାଜପୁରରୁ ୩୦, ଗଞ୍ଜାମରୁ ୨୬, ସୋନପୁରରୁ ୨୫, ନବରଙ୍ଗପୁରରୁ ୨୨, ରାୟଗଡାରୁ ୧୪, ଢେଙ୍କାନାଳରୁ ୧୧, ମାଲକାନଗିରିରୁ ୧୦, କନ୍ଧମାଳରୁ ୯, ବୌଦ୍ଧରୁ ୭, ଗଜପତିରୁ ୪, ଦେବଗଡରୁ ୩ ଓ ଭଦ୍ରକରୁ ୨ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି।

wp:html /wp:html

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୬୮ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୧୦୯୨୦ବୃଦ୍ଧି ଘଟିଛି। ଅନ୍ୟପଟେ କରୋନାରେ ଆଉ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ କରୋନଜନିତ ମୃତ୍ୟୁ ସଂଖ୍ୟା ୧୫୭୫ରେ  ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.