ନିରାଶ କଲେ ବ୍ୟାଟସମ୍ୟାନ, ଶ୍ରୀଲଙ୍କା ସାମ୍ନାରେ ସହଜ ବିଜୟ ଲକ୍ଷ୍ୟ

Published By : Prameya-News7 Bureau | July 28, 2021 IST

କଲୋମ୍ବୋ ୨୮।୦୭: କୃଣାଲ ପାଣ୍ଡ୍ୟାଙ୍କୁ କରୋନା ହେବା ଏବଂ ତାଙ୍କ ସଂସ୍ପର୍ଶରେ ଆସି ଅନ୍ୟ ୭ ଖେଳାଳି ବାଦ୍ ପଡିବାର ପ୍ରଭାବ ଶ୍ରୀଲଙ୍କା ବିପକ୍ଷ ଦ୍ଵିତୀୟ ଟି-୨୦ ମ୍ୟାଚ୍‌ରେ ଦେଖିବାକୁ ମିଳିଛି। ଫର୍ମରେ ଥିବା ଖେଳାଳି ନ ଖେଳି ପାରିବା ଏବଂ ପ୍ରଥମ ଥର ଡେବ୍ୟୁ କରିଥିବା ବ୍ୟାଟସମ୍ୟାନଙ୍କ ବିଫଳତା କାରଣରୁ ଭାରତ ଦ୍ଵିତୀୟ ଟି-୨୦ରେ ବଡ ସ୍କୋର କରିବାରେ ବିଫଳ ହୋଇଛନ୍ତି। ଭାରତ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୩୨  ରନ କରିବାକୁ ସକ୍ଷମ ହୋଇଛି। ଦଳ ପକ୍ଷରୁ ଅଧିନାୟକ ଶିଖର ଧାଓ୍ଵନ ସର୍ବାଧିକ ୪୦ ରନ କରିଛନ୍ତି। ଦ୍ଵିତୀୟ ମ୍ୟାଚ୍ ଜିତିବା ପାଇଁ ଶ୍ରୀଲଙ୍କା ସମ୍ମୁଖରେ ୧୩୩ ରନର ସହଜ ବିଜୟ ଲକ୍ଷ୍ୟ ରହିଛି। ଏହା ପୂର୍ବରୁ ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ଶିଖର ଧାଓ୍ଵନ ଓ ଡେବ୍ୟୁ କରିଥିବା ଋତୁରାଜ ଗାଏକଓ୍ଵାଡ ଇନିଂସ ଆରମ୍ଭ କରିଥିଲେ। ୭ ଓଭରରେ ଦୁଇ ବ୍ୟାଟସମ୍ୟାନ ୪୯ ରନ ଯୋଡିଥିଲେ। ଋତୁରାଜ ୨୧ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଶିଖର ଧାଓ୍ଵନ ଧିମା ବ୍ୟାଟିଂ କରି ୪୨ ବଲ୍‌ରୁ ୫ ଚୌକା ସହ ୪୦ ରନ କରିଥିଲେ। ଦେବଦତ୍ତ ପାଡିକଲ ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ ଇନିଂସ ଖେଳି ପାରିନଥିଲେ। ସେ ୨୩ ବଲ୍‌ରୁ ୨୯ ରନ କରି ବିଦାୟ ନେଇଥିଲେ।

ସଞ୍ଜୁ ସାମସନ(୭) ଓ ନୀତୀଶ  ରାଣା(୯) ଦଳକୁ ନିରାଶ କରିଥିଲେ। ଶେଷ ଆଡକୁ ଭୁବନେଶ୍ଵର କୁମାର ୧୩ ରନ କର କରି ଅପରାଜିତ ଥିଲେ। ଶେଷରେ ଭାରତ ୫ ଓ୍ଵିକେଟ୍ ହରାଇ ୧୩୨ ରନ କରିଛି। ଶ୍ରୀଲଙ୍କା ପକ୍ଷରୁ ଅକିଳ ଧନଞ୍ଜୟ ୨ ଓ୍ଵିକେଟ୍ ନେଇଥିବା ବେଳେ ଦୁଷ୍ମତ ଚମିରା,  ଓ୍ଵାସିନ୍ଦୁ ଅସରଙ୍ଗା ଓ  ଦାସୁନ ଶନାଙ୍କା ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.