Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ନଖରା ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟ‌ରେ ଅଗ୍ନିକାଣ୍ଡ
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||

ଆପଣ ବି ଗୁପଚୁପ୍ ଖାଇବାକୁ ଭଲ ପାଆନ୍ତି କି ? ଜାଣନ୍ତୁ କେତେ ମାରାତ୍ମକ ହୋଇପାରେ ଆପଣଙ୍କ ପ୍ରିୟ ଷ୍ଟ୍ରିଟ୍ ଫୁଡ୍

21/01/2021 at 6:47 PM

ଭୁବନେଶ୍ୱର ୨୧/୦୧ : ଗୁପଚୁପ ଭଲା କାହାକୁ ପସନ୍ଦ ନୁହେଁ। ଗୁପଚୁପ ନାଁ ଶୁଣି ଅନେକ ଲୋକଙ୍କ ପାଟିରୁ ଲାଲ ଗଡି ଆସିଥାଏ। ଗୁପଚୁପ ସବୁଠାରୁ ଲୋକପ୍ରିୟ ଷ୍ଟ୍ରିଟ ଫୁଡ୍। ଅଧିକାଂଶ ଲୋକ ଗୁପଚୁପ ପାଣି ବି ଢକ ଧକା ପିଇଯାଆନ୍ତି। ଏତେ ଖୁସିରେ ଖାଇଯାଉଥିବା ଗୁପଚୁପ ଆପଣଙ୍କୁ ଗମ୍ଭୀର ରୋଗରେ ପକାଇପାରେ। ଗୁପଚୁପ୍ ପାଟିକୁ ଯେତେ ସ୍ୱାଦିଷ୍ଟ ସ୍ୱାସ୍ଥ୍ୟ ପାଇଁ ସେତିକି ହାନିକାରକ।

ଗୁପଚୁପ୍ ଖାଇବାର ଅନେକ ହାନିକାରକ ଗୁଣ ରହିଛି। ଗୁପଚୁପ୍ ଦ୍ୱାରା ଡାଇରିଆ, ଡିହାଇଡ୍ରେସନ୍, ବାନ୍ତି, ଝାଡା, ଜଣ୍ଡିସ୍, ଅଲସର୍, ପାଚନ କ୍ରିୟାରେ ସମସ୍ୟା, ପେଟ ସମସ୍ୟା, ଅନ୍ତନଳୀରେ ସୁଜନ ଆଦି ସମସ୍ୟା ଦେଖାଦେଇପାରେ। ଗୁପଚୁପ ଖାଇବା ଦ୍ୱାରା ରକ୍ତଚାପ ସମସ୍ୟା ମଧ୍ୟ ଦେଖାଦେଇଥାଏ।

ଗୁପଚୁପର ଖଟା ପାଣିରେ ବହୁ ମାତ୍ରାରେ ଲୁଣ ବ୍ୟବହାର କରାଯାଇଥାଏ। ଯେଉଁଥିପାଇଁ ରକ୍ତଚାପ ବୃଦ୍ଧି ପାଇଥାଏ। ବାହାରେ ମିଳୁଥିବା ଗୁପଚୁପ୍ ଛାଣିବା ପାଇଁ ଅନେକ ଥର ଛଣା ହୋଇଥିବା ତେଲ ବ୍ୟବହାର କରାଯାଇଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ। ଏହାଦ୍ୱାରା ଏସିଡ଼ିଟି, ଗ୍ୟାସ୍, ପେଟରେ ଯନ୍ତ୍ରଣା ଆଦି ସମସ୍ୟା ଦେଖାଦେଇଥାଏ।

ଗୁପଚୁପ ବିକ୍ରି କରୁଥିବା ଦୋକାନୀ ସଫା ସୁତୁରା ପ୍ରତି ଦୃଷ୍ଟି ଦିଅନ୍ତି ନାହିଁ। ସେଥିପାଇଁ ସବୁବେଳେ ସଫା ସୁତୁରା ଜଗା ଦେଖି ହିଁ ଗୁପଚୁପ ଖାଇବା ଉଚିତ, ଯେଉଁଠାରେ ସବୁ ଜିନିଷ ଘୋଡେଇ ରଖାଯାଇଥିବ ଏବଂ ବିକ୍ରି କରୁଥିବା ଲୋକ ହାତରେ ଗ୍ଳୋବ୍ସ ପିନ୍ଧିଥିବେ। ବର୍ଷା ଦିନରେ ଦେଖି ଚାହିଁ ଗୁପଚୁପ ଖାଇବା ଉଚିତ। କାରଣ ବର୍ଷା ଦିନରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ସେଥିପାଇଁ ବର୍ଷା ଦିନରେ ଗୁପଚୁପ ନ ଖାଇବାକୁ ଚେଷ୍ଟା କରନ୍ତୁ।

   Related Posts