Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଭିନ୍ନକ୍ଷମଙ୍କ ଅଧିକାର ପାଇଁ ଅହରହ ଲଢ଼େଇ କରିଆସୁଥିବା ନିରଞ୍ଜନଙ୍କୁ ମିଳିବ ଜାତୀୟ ପୁରସ୍କାର

29/11/2019 at 2:25 PM

ଗଜପତି ୨୯।୧୧: ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଭିନ୍ନକ୍ଷମ ନିରଞ୍ଜନଙ୍କୁ ମିଳିବ ଜାତୀୟ ପୁରସ୍କାର । ଭିନ୍ନକ୍ଷମଙ୍କ ଅଧିକାର ପାଇଁ ଦୀର୍ଘ ୨୦ ବର୍ଷ ହେଲା ଲଢ଼େଇ କରି ଆସୁଥିବା ନିରଞ୍ଜନଙ୍କୁ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପକ୍ଷରୁ ଆସନ୍ତା ୩ ତାରିଖରେ ଦିଲ୍ଲୀ​‌ର ବିଜ୍ଞାନ ଭବନରେ ସମ୍ମାନିତ କରାଯିବ । ଯାହାକୁ ନେଇ ଏବେ ଖୁସି ଜାହିର କରିଛନ୍ତି ନିରଞ୍ଜନଙ୍କ ପରିବାର ଓ ସାଙ୍ଗସାଥୀ । ସେପଟେ ନିରଞ୍ଜନ ତାଙ୍କର ମହତ୍‌ କାର୍ଯ୍ୟ ପାଇଁ ନ୍ୟାସନାଲ ଆଓ୍ବାର୍ଡ଼ ପାଇବାକୁ ମନୋନୀତ ହୋଇଥିବାରୁ ସେ ଗଜପତି ଜିଲ୍ଲାପାଇଁ ଗର୍ବ ଓ ଗୌରବ ବୋଲି କହିଛନ୍ତି ଜିଲ୍ଲାପାଳ ।

ସୂଚନାଯୋଗ୍ୟ ଯେ, ଓଡ଼ିଶା ବିକଳାଙ୍ଗ ମଞ୍ଚର ରାଜ୍ୟ ସଭାପତି ନିରଞ୍ଜନ ବେହେରା । ନିଜେ ଜଣେ ଭିନ୍ନକ୍ଷମ ହୋଇ ବି ଦୀର୍ଘ ୨୦ବର୍ଷ ହେଲା ସାରା ରାଜ୍ୟର ଭିନ୍ନକ୍ଷମଙ୍କ ଅଧିକାର ପାଇଁ ଅହରହ ଲଢ଼େଇ କରିଆସୁଛନ୍ତି । ଭିନ୍ନକ୍ଷମ କ୍ଷେତ୍ରରେ ବ୍ୟକ୍ତିଗତ ତଥା ଜଣେ ଅଣପେଷାଦାର କର୍ମୀ ଭାବେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ନିରଞ୍ଜନଙ୍କ ନାଁକୁ ଜାତୀୟ ପୁରସ୍କାର ପାଇଁ ମନୋନୀତ କରିଛି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ।  ଆସନ୍ତା ୩ ତାରିଖରେ ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନିରଞ୍ଜନଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏକଥା ଜାଣିବା ପରେ ବେଶ୍‌ ଖୁସି ଅଛନ୍ତି ନିରଞ୍ଜନ ଓ ତାଙ୍କ ପରିବାର ।

ନିରଞ୍ଜନ ୨୦୧୩ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ବର୍ଦ୍ଧିତ ହୋଇଛନ୍ତି । ସେହିଭଳି ୨୦୧୭ରେ ରେଡକ୍ରସ ମଧ୍ୟ ନିରଞ୍ଜନଙ୍କୁ ସମ୍ମାନିତ କରସାରିଛି । ପ୍ରତ୍ୟେକ ପୁରସ୍କାର ଆଉ ସମ୍ମାନ ନିରଞ୍ଜନଙ୍କୁ ଆଗକୁ ବଢ଼ିବାକୁ ଅଧିକ ପ୍ରେରଣା ଦେଇଛି । ପାରଳାଖେମୁଣ୍ଡି ସହରର ଓଡ଼ିଆ ପାରଳା ସାହିରେ ବାସିନ୍ଦା ରବି ନାରାୟଣଙ୍କ ତିନି ପୁଅ ଭିତରୁ ନିରଞ୍ଜନ ହେଉଛନ୍ତି ବଡ଼ । ତୃତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ ଧୀରେ ଧୀରେ ତାଙ୍କ ଆଖି ଖରାପ ହେବାକୁ ଲାଗିଲା ।  ଉପଯୁକ୍ତ ଚିକିତ୍ସା ଅଭାବରୁ କିଛି ଦିନ ଭିତରେ ସେ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇବସିଲେ । ନିଜେ ଜଣେ ଭିନ୍ନକ୍ଷମ ହୋଇଥିବାରୁ ଅନ୍ୟ ଭିନ୍ନକ୍ଷମଙ୍କ ଅଭାବ ଅସୁବିଧାକୁ ବୁଝିପାରି ସେମାନଙ୍କ ଅଧିକାର ପାଇଁ ଲଢ଼େଇ କରିବାକୁ ନିଷ୍ପତ୍ତି ନେଇଥିଲେ । ଦୀର୍ଘ ୨୦ବର୍ଷ ହେଲା ନିରଞ୍ଜନ ତାଙ୍କ ଲଢ଼େଇ ଜାରି ରଖିଛନ୍ତି ।

ନିଜେ ଜଣେ ଭିନ୍ନକ୍ଷମ ହୋଇ ବି ଅନ୍ୟଙ୍କୁ ସାହାଯ୍ୟ କରିବାରେ ସେ କେବେ ବି ପଛଘୁଞ୍ଚା ଦେଇନାହାନ୍ତି । ସେଥି ପାଇଁ ସେ ଆଜି ସମସ୍ତଙ୍କ ଆଦରର ପାତ୍ର ପାଲଟିଛନ୍ତି । ଭିନ୍ନକ୍ଷମ ନିରଞ୍ଜନ ସାରା ଗଜପତି ଜିଲ୍ଲା ପାଇଁ ଗର୍ବ ଆଉ ଗୌରବ । ତାଙ୍କର ସିଦ୍ଧାନ୍ତ, ତାଙ୍କର ଅହରହ ସଂଘର୍ଷ ଆଜି ତାଙ୍କୁ ଜଣେ ସଫଳ ବ୍ୟକ୍ତିତ୍ବ ରୂପେ ଗଢ଼ି ତୋଳିଛି ।

   Related Posts