Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ସାହାଯ୍ୟର ହାତ ବଢାଇଲେ ଦିବ୍ୟାଙ୍ଗ : ବର୍ଷେ ପର୍ଯ୍ୟନ୍ତ ପିଏମ କେୟାର ଫଣ୍ଡକୁ ଦାନ କରିବେ ଦରମାର ୩୦ ପ୍ରତିଶତ

24/05/2020 at 12:22 PM

ନୂଆଦିଲ୍ଲୀ ୨୪/୦୫ : କରୋନା ଭାଇରସରେ ଦେଶରେ ଏବେ ଯାଏଁ ପାଖାପାଖି ୧ ଲକ୍ଷ ୩୨ ହଜାର ଲୋକ ସଂକ୍ରମିତ ହୋଇସାରିଛନ୍ତି | ୩ ହଜାର ୮୬୭ ଜଣ ପୀଡିତ ପ୍ରାଣ ହରାଇ ସାରିଛନ୍ତି | ଏହି ସଙ୍କଟ ସମୟରେ କରୋନା ବିରୋଧରେ ଯୁଦ୍ଧ କରିବା ପାଇଁ ସରକାରଙ୍କୁ ସାହାଯ୍ୟ କରିବାକୁ ଲଗାତାର ଜନତା ପ୍ରୟାସ କରୁଛନ୍ତି | ଲୋକେ ନିଜ ଇଛା ଏବଂ ସାମର୍ଥ୍ୟ ଅନୁଯାୟୀ ପିଏମ କେୟାର ଫଣ୍ଡକୁ ଆର୍ଥିକ ସାହାଯ୍ୟ କରୁଛନ୍ତି | ଏଥିରେ ବର୍ତ୍ତମାନ ଏମ୍ସର ଦିବ୍ୟାଙ୍ଗ ଫେଡେରେସନ ମଧ୍ୟ ସାମିଲ ହୋଇଛି |

କିଛି ଦିନ ପୂର୍ବରୁ ଫେଡେରେସନ ଲୋକଙ୍କୁ ମାସ୍କ ବାଣ୍ଟିଥିଲା | ଦିବ୍ୟାଙ୍ଗ ଫେଡେରେସନର ଅଧ୍ୟକ୍ଷ ସନ୍ତଦେବ ଚୌହାନ ନିଜ ଦରମାର ୩୦ ପରାଇସତ ପିଏମ କେୟାର ଫଣ୍ଡକୁ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି | ଆସନ୍ତା ଫେବୃଆରୀ ମାସ ପର୍ଯ୍ୟନ୍ତ ସେ ନିଜ ଦରମାରର ୩୦ ପ୍ରତିଶତ ପିଏମ କେୟାର ଫଣ୍ଡକୁ ଦାନ କରିବେ ବୋଲି କହିଛନ୍ତି | ସେ ମାର୍ଚ୍ଚ ଓ ଏପ୍ରିଲ ମାସରେ ୧୧ ହଜାର ଟଙ୍କା ଲେଖାଏଁ ପିଏମ କେୟାର ଫଣ୍ଡକୁ ଦାନ କରି ସାରିଛନ୍ତି | ବର୍ତ୍ତମାନ ଚଳିତ ମେ ମାସରୁ ଆସନ୍ତା ଫେବୃଆରୀ ମାସ ପର୍ଯ୍ୟନ୍ତ ପ୍ରତି ମାସରେ ସେ ନିଜ ଦରମାର ୩୦ ପ୍ରତିଶତ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ଦେବେ ବୋଲି କହିଛନ୍ତି | ଏନେଇ ସେ ନିଜ ବିଭାଗରେ ଆବେଦନ କରିଛନ୍ତି |

   Related Posts