ଭିନ୍ନକ୍ଷମ ନୁହେଁ, ଅନନ୍ୟ ପ୍ରତିଭା ସୁଭଦ୍ରା

Published By : Prameya-News7 Bureau | August 25, 2018 IST

ବାରିପଦା ୨୪/୮ : ଅଷ୍ଟମ ଶ୍ରେଣୀରେ ପଢୁଥିବା ୧୩ ବର୍ଷର ଝିଅ ଟିଏ । ସ୍କୁଲର ଅନ୍ୟ ପିଲାମାନଙ୍କ ମଧ୍ୟରେ ସେ ମଧ୍ୟ ଜଣେ। ଦେଖିଲେ ବାରି ହୋଇ ପଡେ, କାରଣ ସେ ଜଣେ ଭିନ୍ନକ୍ଷମ। ଜନ୍ମରୁ ଭଗବାନ ତାକୁ ହାତ ୨ଟି ଦେଇ ନାହାନ୍ତି । ସେଥତ୍ପାଇଁ ବାପା, ମାଆ ନାଁ ରଖିଥିଲେ 'ସୁଭଦ୍ରା'। ମଣିଷର ଭାଗ୍ୟ ହାତରେ ଥାଏ ବୋଲି କହନ୍ତି, କିନ୍ତୁ ହାତ ନ ଥାଇ ମଧ୍ୟ ନିଜ ନିଷ୍ଠା ଓ ମନୋବଳ ଦ୍ୱାରା ସୁଭଦ୍ରା ନିଜ ଭାଗ୍ୟ ଆଜି ନିଜେ ଲେଖିବାକୁ ସକ୍ଷମ । ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକର କାଳିଆଶୋଳ ପ୍ରକଳ୍ପ ବିଦ୍ୟାଳୟର ୮ମ ଶ୍ରେଣୀରେ ପଢ଼ନ୍ତି ସୁଭଦ୍ରା ତୁଙ୍ଗ। ଜନ୍ମରୁ ହାତ ନଥିବା ସୁଭଦ୍ରା ଜଣେ ଭିନ୍ନକ୍ଷମ, ହେଲେ ସୁଭଦ୍ରାଙ୍କ ସକ୍ଷମତା ଦେଖିଲେ ବିଶ୍ବାସ କରିବା କଷ୍ଟ। ନିଜର ୨ ଗୋଡ ସାହାଯ୍ୟରେ ସତେ ଯେମିତି ଜଗତ ଜିତିବାର ସକ୍ଷମତା। ସୁସ୍ଥ ସବଳ ମଣିଷ ଯାହା ନ କରି ପାରିବ, ସୁଭଦ୍ରା ତାହା କରି ଦେଖାଇ ପାରିଛନ୍ତି । ସେହି ଗୋଡ ସାହାଯ୍ୟରେ ଲେଖିବା, ଖାଇବା, ଖେଳିବା କୌଣସି କାମରେ କମ୍ ନୁହନ୍ତି ସୁଭଦ୍ରା। ସ୍କୁଲର ଅନ୍ୟ ପିଲାଙ୍କ ଅପେକ୍ଷା ବରଂ ସେ ବହୁ ଗୁଣରେ ଅଧତ୍କ ବୋଲି କହନ୍ତି ତାଙ୍କ ସହପାଠୀ ମାନେ। କେବଳ ସେତିକି ନୁହେଁ, କୁନି କୁନି ୨ ଗୋଡରେ ଖୁବ୍ ସୁନ୍ଦର ଚିତ୍ର ମଧ୍ୟ ଆଙ୍କି ପାଇଛନ୍ତି ଅନେକ ପୁରସ୍କାର । ତା ସାଙ୍ଗକୁ ପାଠରେ ୮୦ ପ୍ରତିଶତରୁ ଅଧତ୍କ ନମ୍ବର ରଖୁଥିବାରୁ ତାଙ୍କୁ ନେଇ ପୁରା ସ୍କୁଲ ଗର୍ବ କରେ ବୋଲି କହିଛନ୍ତି ସୁଭଦ୍ରାଙ୍କ ପ୍ରଧାନ ଶିକ୍ଷୟିତ୍ରୀ। କେବଳ ସ୍କୁଲରେ ନୁହେଁ, ଘରେ ମଧ୍ୟ ସୁଭଦ୍ରା କରିତ୍କର୍ମ। । ନିଜ ଦୈନନ୍ଦିନ କାମରେ ତାଙ୍କୁ କେହି ସାହାଯ୍ୟ କରିବେ କଣ? ଓଲଟା ଘର କାମରେ ସେ ମାଆ, ବାପାଙ୍କୁ ସାହାଯ୍ୟ କରନ୍ତି । ପରିବା କାଟିବା, ବାସନ ମାଜିବା ସହିତ ଆଶ୍ଚର୍ଯ୍ୟଜନକ ଭାବରେ ସବାଇଘାସ କୁ ପାଦରେ ବଳି ଦଉଡି ବନାଇବା ଭଳି କାମ ମଧ୍ୟ କରି ପକାନ୍ତି । ତେଣୁ ଭିନ୍ନକ୍ଷମ ଝିଅକୁ ପାଇ ଦୁଖ କରିବା ପରିବର୍ତ୍ତେ ଗର୍ବ କରନ୍ତି ବୋଲି କହନ୍ତି ସୁଭଦ୍ରାଙ୍କ ବାପା। ନିଆରା ସୁଭଦ୍ରାଙ୍କର ମେଧା ଓ ପାରଦର୍ଶିତାକୁ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସହଯୋଗର ହାତ ଲମ୍ବିଛି। କେବଳ ଭିନ୍ନକ୍ଷମ ସହାୟତା ନୁହେଁ, ସୁଭଦ୍ରା ପାଠ ପଢି ଆତ୍ମନିର୍ଭରଶୀଳ ହେବା ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ସବୁ ପ୍ରକାର ସାହାଯ୍ୟ ସହଯୋଗ କରିବ ବୋଲି କହିଛନ୍ତି ସର୍ବଶିକ୍ଷା ଅଭିଯାନର ଜିଲ୍ଲା ଭିନ୍ନକ୍ଷମ ସଂଯୋଜକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.