ସକ୍ଷମ ଦିବ୍ୟାଙ୍ଗ – ଗୋଡ ନଥାଇ ବି ସଫଳ , ନିଜ ଉଦ୍ୟମରେ ନିଜେ ବଞ୍ଚିବା ସହ ପରିବାର ପ୍ରତିପୋଷଣ କରୁଛନ୍ତି

Published By : Prameya-News7 Bureau | December 03, 2019 IST

ଭଦ୍ରକ ୦୩। ୧୨ -  ମନରେ ଥିଲା ଅସୁମାରୀ ଆଶା ।  କିନ୍ତୁ ଦଇବ ଦାଉ ସାଧିଲା । ଦୁର୍ଘଟଣା ଭାଙ୍ଗିଦେଲା  ଭବିଷ୍ୟତର ସୁନେଲୀ ସ୍ବପ୍ନ । ଦୁର୍ଘଟଣାରେ ଗୋଟିଏ ଗୋଡ଼ ହରାଇଲେ ସତ । କିନ୍ତୁ କାହା ଦୟାର ପାତ୍ର ହୋଇନାହାନ୍ତି ଭଦ୍ରକ ଲାହାପଟି ଅଞ୍ଚଳର ଚନ୍ଦନ ସିଂ ।

{"id":193421,"sizeSlug":"large"}

ଭଦ୍ରକ ଲାହାପଟିର ଚନ୍ଦନ ସିଂ ।  ବୟସ ଯେତେବେଳେ ମାତ୍ର ୧୨ ସେତେବେଳେ  ଘଟିଲା ଭୟଙ୍କର ଦୁର୍ଘଟଣା । କଟାହେଲା ଗୋଟିଏ ଗୋଡ଼  । ଆଉ ତାପରେ ଆରମ୍ଭ ହୁଏ ଚନ୍ଦନଙ୍କ ସଂଘର୍ଷମୟ ଜୀବନ । ଭଦ୍ରକ କୋର୍ଟ ପରିସରରେ ଏକ ଛୋଟିଆ  ପାନ ଦୋକାନ କରିଛନ୍ତି ଚନ୍ଦନ । ସେଥିରୁ ଯାହା ରୋଜଗାର ହୁଏ ସେଥିରେ ପରିବାରର ୭ ପ୍ରାଣୀ କୁଟୁମ୍ବ  ଚଳନ୍ତି  । ରାତି ୪ଟାରୁ ଉଠି ନିତ୍ୟକର୍ମ ସାରିବା ପରେ ସାଇକେଲ୍, ଲୁନା ଗୋଟିଏ ଗୋଡ଼ରେ ଚଳାଇ ଯାଆନ୍ତି ଦୋକାନକୁ । 

{"id":193422,"sizeSlug":"large"}

ପରିବାର ସହ ଚନ୍ଦନ ବସ ଯୋଗେ ବାଲେଶ୍ବର ସୋର ଅଞ୍ଚଳକୁ  ଯାଉଥିଲେ ।  ,  ରାସ୍ତା ପାର ହେଉଥିବା ସମୟରେ ଏକ ଟ୍ରକ ଦୁର୍ଘଟଣାର ଶିକାର ହେଲେ । ଚେତାଶୂନ୍ୟ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିଲେ ଚନ୍ଦନ  । ହୋସ୍ ଆସିବା ବେଳକୁ ତାଙ୍କର ଡାହାଣ ଗୋଡ଼ କଟାସରିଛି । ତା ପରଠାରୁ ପଛ କଥା ନଭାବି ଜୀବନ ଜିଇଁବା ପାଇଁ ସଂଘର୍ଷ କରି ଚାଲିଲେ ।   ସରକାରଙ୍କ ତରଫରୁ ଦିବ୍ୟାଙ୍ଗ ଭତ୍ତା ମିଳୁଛି  । ତେବେ ଛାତ ଫାଟି ରଡ଼ ଦେଖାଯାଉଥିବା ଏବଂ ପ୍ଲାଷ୍ଟର ଛାଡ଼ିଯାଇଥିବା ଏଇ ବିପଦସଙ୍କୁଳ ଘରେ ରହୁଛନ୍ତି । ସରକାରୀ ଯୋଜନାରେ ଘର ଖଣ୍ଡେ ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି ଚନ୍ଦନ । ସେପଟେ ବାପାଙ୍କ ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ଝିଅ ପାଠରେ ଡୋରି ବାନ୍ଧିଦେଇଛି ।

{"id":193423,"sizeSlug":"large"}

ଭିନ୍ନକ୍ଷମ ସତ । ହେଲେ ଆତ୍ମବିଶ୍ବାସ ଢେର । ସଂଘର୍ଷ ମାଧ୍ୟମରେ ନିଜକୁ ସକ୍ଷମ ବୋଲି ପ୍ରମାଣ କରିଛନ୍ତି ଚନ୍ଦନ ।

{"id":193424,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.