କରୋନା ଯୋଦ୍ଧାଙ୍କୁ ଅସମ୍ମାନ : ଯୁବ ଡାକ୍ତରଙ୍କୁ ମାରପିଟ ମାମଲାରେ ୨୪ ଗିରଫ, ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା IMA

Published By : Prameya-News7 Bureau | June 02, 2021 IST

ହୋଜାଇ ୦୨/୦୬ : କରୋନା ମହାମାରୀ ସମୟରେ ସ୍ୱାସ୍ଥ୍ୟ କର୍ମୀ ଲଗାତାର କରୋନା ଯୋଦ୍ଧାର ଭୂମିକା ଗ୍ରହଣ କରି ଦିନ ରାତି ଲୋକଙ୍କ ସେବା କରୁଛନ୍ତି । ଅପରପକ୍ଷରେ ଭୁଲ ଟିକାକରଣ ନେଇ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଲୋକେ ଆକ୍ରମଣ ମଧ୍ୟ କରିଛନ୍ତି । ଆସାମରେ କିଛି ଡାକ୍ତରଙ୍କୁ ମାଡ ମାରିଥିବା ମାମଲା ସାମ୍ନାକୁ ଆସିଥିଲା । ଆସାମ ହୋଜାଇ ଜିଲ୍ଲାରେ ଚିକିତ୍ସା ସମୟରେ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ହୋଇଯାଇଥିଲା । ରୋଗୀଙ୍କ ମୃତ୍ୟୁ ପରେ କିଛି ଲୋକ ଯୁବ ଡାକ୍ତରଙ୍କୁ ମାଡ ମାରିଥିଲେ । ଡାକ୍ତରଙ୍କୁ ମାଡ ମାରିଥିବା ଭିଡିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହୋଇଥିଲା । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ସରମା ଏହି ଭିଡିଓକୁ ଟ୍ୱିଟ କରି ସୂଚନା ଦେଇଛନ୍ତି ଯେ ମାମଲାରେ ପୋଲିସ ୨୪ ଜଣଙ୍କୁ ଗିରଫ କରିଛି ।

wp:embed {"url":"https://twitter.com/himantabiswa/status/1399750324953354247","type":"rich","providerNameSlug":"twitter","responsive":true,"className":""}
https://twitter.com/himantabiswa/status/1399750324953354247
/wp:embed


ଇଣ୍ଡିଆନ ମେଡିକାଲ ଆସୋସିଏସନ ଆସାମରେ ଡାକ୍ତରଙ୍କୁ ମାଡ ମାରିଥିବା ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି | ଆଇଏମଏ ମୁଖ୍ୟ ଡ.ଜେଏ ଜୟଲାଲ କହିଛନ୍ତି ଜେ, 'ଇଣ୍ଡିଆନ ମେଡିକାଲ ଆସୋସିଏସନ ଓ ଦେଶର ସମସ୍ତ ଡାକ୍ତର ଯୁବ ଡାକ୍ତରଙ୍କୁ ମାଡ ପାରିଥିବା ଘଟଣାକୁ ନେଇ ଦୁଃଖିତ । ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଏହିଭଳି ସ୍ଥିତିରେ ସରକାର ଡାକ୍ତରଙ୍କ ମନୋବଳ ବଢାଇବା ଉଚିତ ଏବଂ ଡାକ୍ତରଙ୍କ ସ୍ୱାସ୍ଥ୍ୟକୁ ସୁରକ୍ଷା ଦେବା ଉଚିତ ।'
ସେ କହିଛନ୍ତି ଗୋଟିଏ ପରେ ଲୋକେ ଡାକ୍ତରଙ୍କ ସମ୍ପର୍କରେ ନାନା ମନ୍ତବ୍ୟ ଦେଉଛନ୍ତି । ଅପରପକ୍ଷରେ ଲୋକେ ଡାକ୍ତରଙ୍କୁ ହମଲା ମଧ୍ୟ କରୁଛନ୍ତି । ହସ୍ପିଟାଲଗୁଡିକ ସୁରକ୍ଷିତ ଜୋନ ଘୋଷିତ ହେବା ଉଚିତ ଯେପରି ଡାକ୍ତର ସେଠାରେ ସୁରକ୍ଷିତ ରହିବେ । ଏହିଭଳି ଘଟଣା ଯେପରି ଆଗକୁ ଆଉ ନ ଘଟୁ ସେଥିପାଇଁ ସେ ଦୃଢ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କରିଛନ୍ତି

{"id":460401,"sizeSlug":"large","linkDestination":"none"}


ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ବୁଧବାର ଦିନ କହିଛନ୍ତି ଯେ, ହୋଜାଇ ଜିଲ୍ଲାରେ ଜଣେ ଡାକ୍ତରଙ୍କୁ ମାରପିଟ କରିଥିବା ମାମଲାରେ ପୋଲିସ ୨୪ ଜଣଙ୍କୁ ଗିରଫ କରିଛି । ପୋଲିସ ମାମଲାରେ ଖୁବ ଶୀଘ୍ର ଚାର୍ଜସିଟ ଦାଖଲ କରିବ ବୋଲି କହିଛି ଯେପରି ମଙ୍ଗଳବାର ରାତିରେ ଯୁବ ଡାକ୍ତର ସିୟୁଜ କୁମାରଙ୍କ ସହ ହୋଇଥିବା ମାରପିଟ ମାମଲାରେ ସାମିଲ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ଦଣ୍ଡିତ କରାଯାଇପାରିବ । ମୁଖ୍ୟମନ୍ତ୍ରୀ ନିଜେ ଯାଞ୍ଚ ଉପରେ ନଜର ରଖିଛନ୍ତି । ଡାକ୍ତରଙ୍କୁ ନିଶ୍ଚିତ ନ୍ୟାୟ ମିଳିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.