ଜାତୀୟ ପତାକାକୁ ଅସମ୍ମାନ, ସ୍କୁଲରେ ଓଲଟା ଉଡିଲା ତ୍ରିରଙ୍ଗା

Published By : Prameya-News7 Bureau | August 15, 2020 IST

ଭଦ୍ରକ, ୧୫|୦୮:  ବିଦ୍ୟାଳୟରେ ଓଲଟା ଉଡିଲା ତ୍ରିରଙ୍ଗା ପତାକା । ଏମିତି ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମୁକୁନ୍ଦପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । 

ମୁକୁନ୍ଦପୁର ପଞ୍ଚାୟତର ଏହି ବିଦ୍ୟାଳୟ ସକାଳୁ ସରକାରୀ ନିୟମ ଅନୁଯାୟୀ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଜାତୀୟ ପତାକାକୁ ଓଲଟା ଉତ୍ତୋଳନ ପରେ ସ୍କୁଲର ସମସ୍ତ ଶିକ୍ଷକ , ଶିକ୍ଷୟତ୍ରୀ ଓ କର୍ମଚାରୀ ସ୍କୁଲରୁ ପଳାଇଯାଇଥିଲେ ବୋଲି ସୂଚନା ମିଳିଛି । ଗ୍ରାମବାସୀଙ୍କ ନଜରକୁ ଆସିବା ପରେ ଜନୈକ ଗ୍ରାମବାସୀ ପତାକାକୁ ଓହ୍ଲାଇ ପୁଣି ଥରେ ଠିକ୍ ଭାବେ ଉତ୍ତୋଳନ କରିଥିଲେ।

ତେବେ ସିଆରସିସି କହିଛନ୍ତି ଯେ, ସେ କରୋନା ଡ୍ୟୁଟିରେ ଥିଲେ କିନ୍ତୁ ଜାତୀୟ ପତାକାକୁ ଓଲଟା ଭାବେ ଉତ୍ତୋଳନ କରାଯାଇଥିବା ଖବର ପାଇ ବିଦ୍ୟାଳୟକୁ ଯାଇଥିଲେ । କିନ୍ତୁ ସେଠାରେ ପତାକା ଠିକ ଭାବେ ଉତ୍ତୋଳନ ହୋଇଥିବା ଦେଖିଥିବା ସୂଚନା ଦେଇଛନ୍ତି । କିନ୍ତୁ ତିହିଡି ଥାନାରେ ଏ ନେଇ ଲିଖିତ ଏତଲା ମଧ୍ୟ ଦିଆଯାଇଛି । ଯେଉଁଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜାତୀୟ ପତାକାକୁ ଅସମ୍ମାନ କରିଥିବା ନେଇ ଅଭିଯୋଗ ହୋଇଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.