ଅର୍ଡାଗାଁରେ ବ୍ୟାପୁଛି ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା, ଚିକିତ୍ସାଧୀନ ଅବସ୍ଥାରେ ଆଉଜଣଙ୍କ ମୃତ୍ୟୁ ଅଭିଯୋଗ

Published By : Prameya-News7 Bureau | November 19, 2019 IST

ତରଭା ୧୯।୧୧: ସୋନପୁର ଜିଲ୍ଲା ତରଭା ବ୍ଲକ ରାଣିସର୍ଡା ପଞ୍ଚାୟତର ଅର୍ଡାଗାଁରେ ଝାଡାବାନ୍ତିରେ ପୁଣି ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ମୃତକ ଅର୍ଡା ଗାଁର ତରଣୀ କୁମାର ବୋଲି ଜଣାପଡିଛି ।

{"id":186484,"width":571,"height":321,"sizeSlug":"large"}

ସୂଚନାଯୋଗ୍ୟ ଯେ, ଅର୍ଡା ଗାଁରେ ଗତ 6 ତାରିଖରେ ଝାଡାବାନ୍ତି  ବ୍ୟାପିଥିଲା । ସେଥିପାଇଁ ଗାଁର ପ୍ରାୟ ୩୫ ଜଣରୁ ଅଧିକଲୋକ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି  । ସମସ୍ତ ଆକ୍ରାନ୍ତଙ୍କୁ ମେଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରଯାଇଥିଲେ , କିନ୍ତୁ ସେଠାରେ କୌଣସି ଡାକ୍ତର ନଥିବାରୁ ନାଇକେନପାଲି, ତରଭା, ଲୋଇସିଂହା, ଏବଂ ବଲାଙ୍ଗିର ଭଳି ଡାକ୍ତରଖାନାକୁ  ଯାଇ ଚିକିତ୍ସିତ ହେଉଛନ୍ତି। କିଛି ଆକ୍ରାନ୍ତଙ୍କ  ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ବୁର୍ଲା  ଓ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଭୁଦତ୍ତ କର୍ମୀ ନାମକ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ । ଗତକାଲି ରାତିରେ ବୁର୍ଲା ବଡ ମେଡିକାଲରେ ତରଣୀଙ୍କର ମୃତ୍ୟୁ ହୋଇଛି ।

{"id":186485,"sizeSlug":"large"}

ବର୍ତମାନ ପର୍ଯ୍ୟନ୍ତ ମୃତକଙ୍କ ଘରକୁ ପ୍ରଶାସନିକ ଅଧତ୍କାରୀ ପହଞ୍ଚିନାହାନ୍ତି । ଗ୍ରାମବାସୀମାନେ ମୃତକଙ୍କ ପରିବାରକୁ କ୍ଷତିପୁରଣ ଦେବା ପାଇଁ ଦାବି କରିଛନ୍ତି । କ୍ଷତିପୁରଣ ଦିଆନଗଲେ ରାଜରାସ୍ତାକୁ ଓହ୍ଲାଇବାକୁ ମଧ୍ୟ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.