ତଳମୁଣ୍ଡରେ ୪ଟି ଘାଇ, ପାଣି କମିଲେ ମରାମତି ହେବ

Published By : Prameya-News7 Bureau | September 23, 2021 IST

ଭୁବନେଶ୍ୱର ୨୩।୦୯: ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ନେଇ ଜଳ ସମ୍ପଦ ବିଭାଗ ସତର୍କ ଅଛି । ସମ୍ଭାବ୍ୟ ବିପଦପୂର୍ଣ୍ଣ ସ୍ଥାନରେ ଇଂଜିନିୟର ମାନେ ଅଛନ୍ତି । ଘାଇ ଉପରେ ନଜର ରଖିଛନ୍ତି ବୋଲି କହିଛନ୍ତି ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ୍‌ ସାମଲ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଜଳକା ଯୋଗୁ ତଳମୁଣ୍ଡରେ ୪ ଟି ଘାଇ ହୋଇଛି । ପାଣି କମିଲେ ମରାମତି କାର୍ଯ୍ୟ ଆରମ୍ଭ ହେବ । ସମସ୍ତ ଉପକରଣ ମହଜୁଦ ରହିଛି ।  ଉପର ମୁଣ୍ଡରେ ବର୍ଷା ଅଳ୍ପ ଅଳ୍ପ ହେଉଛି । ମାତ୍ର ବର୍ତ୍ତମାନ ରାଜଘଟ ଠାରେ ସୁବର୍ଣ୍ଣରେଖା ବିପଦ ସଙ୍କେତ ତଳେ ରହିଛି । ସନ୍ଧ୍ୟା ସୁଦ୍ଧା ବିପଦ ସଂକେତ ପର୍ଯ୍ୟନ୍ତ ଛୁଇଁ ପାରେ । ତଥାପି ସେମିତି କିଛି ଅସୁବିଧା ହେବାର ନାହିଁ । ମହନଦୀ  ଅଵବାହିକାରେ ବର୍ତ୍ତମାନ ସେପରି କିଛି ସମସ୍ୟା ନାହିଁ । ହୀରାକୁଦର ଗେଟ ଗୁଡିକ ନିୟମ ମୁତାବକ ଖୋଲାଯାଉଛି । ଜଳସ୍ତରକୁ ଦେଖି ଇଂଜିନିୟର ମାନେ ଗାଇଡ଼ ଲାଇନ ମୁତାବକ ଗେଟ ଖୋଲୁଛନ୍ତି , ବନ୍ଦ କରୁଛନ୍ତି । କେବେ ବି ୩ ରୁ ୪ ଘଣ୍ଟା ଭିତରେ ଗେଟ ଖୋଲା ଯାଇ ବନ୍ଦ କରାଯାଉନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.