Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

କୃଷି ଫାର୍ମ ପ୍ରତିଷ୍ଠା ପାଇଁ ବିଭାଗରୁ ନେଇଥିଲେ ଅର୍ଥ, ଖର୍ଚ୍ଚ ହିସାବ ନଦେବାରୁ ୧୬ କୃଷି ଉପ ନିର୍ଦ୍ଦେଶକଙ୍କୁ ଚିଠି

6/10/2019 at 10:18 AM

ଭୁବନେଶ୍ବର ୬।୧୦: କୃଷି ବିଭାଗରେ ବିଭାଗୀୟ ୧୬କୃଷି ଉପନିର୍ଦ୍ଦେଶଙ୍କୁ ନୋଟିସ୍ । କୃଷି ଫାର୍ମ ପ୍ରତିଷ୍ଠା ପାଇଁ ନେଇଥିବା ଅର୍ଥର ହିସାବ ଦେଉନାହାନ୍ତି ଅଧିକାରୀ । ତିନି ବର୍ଷ ଭିତରେ ଏବାବଦରେ ୧୬ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଥିଲା । ବିଭାଗ ପକ୍ଷରୁ ଥରେ ହିସାବ ମଗାଯାଇଥିଲା । ଏବେ ଆଉ ଥରେ ରିମାଇଣ୍ଡର ଦିଆଯାଇ ସପ୍ତାହକ ମଧ୍ୟରେ ରିପୋର୍ଟ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ୧୬ଟି ଜିଲ୍ଲାରେ ଆଦର୍ଶ କୃଷି ଫାର୍ମ ପ୍ରତିଷ୍ଠା ପାଇଁ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୧୬ କୋଟି ୪୪ ଲକ୍ଷ ୭୧ ହଜାର ୮୨୪ ଟଙ୍କା ପ୍ରଦାନ କରାଯାଇଥିଲା । ଢେଙ୍କାନାଳ, ସୋନପୁର, ବଲାଙ୍ଗୀର, ସମ୍ବଲପୁର, ବରଗଡ, ସୁନ୍ଦରଗଡ, ଅନୁଗୋଳ, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ମୟୁରଭଂଜ, ବାଲେଶ୍ବର, ଭଦ୍ରକ, କୋରାପୁଟ, ନବରଙ୍ଗପୁର, ନୂଆପଡା ଓ ଗଂଜାମ ଜିଲ୍ଲାକୁ ଏହି ସହାୟତା ଦିଆଯାଇଥିଲା । ୨୦୧୬-୧୭ରୁ ୨୦୧୮-୧୯ ମଧ୍ୟରେ ଏହି ଅର୍ଥ ପ୍ରଦାନ କରାଯାଇଥିଲା । ଏହି ଫାର୍ମ ପ୍ରତିଷ୍ଠା ହୋଇଛି କି ନାହିଁ ଏବଂ କେତେ ଟଙ୍କା ଖର୍ଚ୍ଚ ହେଲା ତାର ହିସାବ ଦେଉନାହାନ୍ତି କୃଷି ଉପ ନିର୍ଦ୍ଦେଶକମାନେ ।

ଫଳରେ ରାଜ୍ୟ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ଏହି ୧୬ଟି ଜିଲ୍ଲାର କୃଷି ଉପନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି । ପୂର୍ବରୁ ଗତ ମେ ମାସ ୨୦ ତାରିଖରେ ଖର୍ଚ୍ଚ ହିସାବ ମଗାଯାଇଥିଲା । କିନ୍ତୁ ହିସାବ ନମିଳିବାରୁ ଏବେ ପୁଣି ଥରେ ଚିଠି ଲେଖି ଫାର୍ମ ପ୍ରତିଷ୍ଠା ନେଇ ଅଗ୍ରଗତି ଓ ଖର୍ଚ୍ଚର ରିପୋର୍ଟ ମଗାଯାଇଛି । 

   Related Posts