ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟାକୁ ନେଇ ଶେଖର କପୁରଙ୍କ ବଡ ଖୁଲାସା : କହିଲେ, ‘ତୁମ ସହିତ ଯାହା ହେଲା ତାହା ତୁମର ନୁହେଁ, ସେମାନଙ୍କ କର୍ମଫଳ’
15/06/2020 at 3:30 PM

ମୁମ୍ବାଇ ୧୫/୦୬ : ନିଜ ଦକ୍ଷତା ଓ ଅଭିନୟ ବଳରେ ଲୋକଙ୍କ ହୃଦୟରେ ରାଜ କରୁଥିଲେ ସୁଶାନ୍ତ ସିଂହ ରାଜପୁତ | ଆଜି ସେ ଆଉ ଏହି ଦୁନିଆରେ ନାହାନ୍ତି | ସମସ୍ତଙ୍କୁ ଛାଡି ସେ ସବୁଦିନ ପାଇଁ ଏହି ନିଷ୍ଠୁର ସମାଜ, ଏହି ଦୁନିଆରୁ ବିଦାୟ ନେଇଛନ୍ତି | ରବିବାର ଦିନ ସେ ଆତ୍ମହତ୍ୟା କରିଛନ୍ତି | ତାଙ୍କର ମୃତ୍ୟୁ ଖବର ଏବେ ମଧ୍ୟ ବିଶ୍ୱାସଯୋଗ୍ୟ ନୁହେଁ | ଆଜି ମଧ୍ୟ ବିଶ୍ୱାସ ହେଉନାହିଁ ଯେ ତାଙ୍କ ଭଳି ଜଣେ ସହୃଦୟ ବ୍ୟକ୍ତି ନିଜ ଜୀବନକୁ ନେଇ ଏତେ ବଡ ପଦକ୍ଷେପ ନେଇପାରିବ | ତାଙ୍କ ଆତ୍ମହତ୍ୟା କାରଣ ଖୋଜିବାକୁ ପୋଲିସ ଚେଷ୍ଟା କରୁଛି | ବଲିଉଡ ତାରକାମାନେ ସୋସିଆଲ ମିଡ଼ିଆରେ ଦୁଃଖ ପ୍ରକାଶ କରୁଛନ୍ତି | ବଲିଉଡ ଇଣ୍ଡଷ୍ଟ୍ରିର ଜଣାଶୁଣା ନିର୍ଦେଶକ ଶେଖର କପୁର ସୁଶାନ୍ତ ସିଂହଙ୍କ ନିଧନ ସହ ଜଡିତ ଏମିତି ଏକ ପୋଷ୍ଟ କରିଛନ୍ତି ଯାହାକୁ ପଢି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | ସେ କହିଛନ୍ତି ସୁଶାନ୍ତ ସିଂହ ତାଙ୍କ ପାଖକୁ ଯାଉଥିଲେ ଏବଂ ଦୁଃଖ ସମୟରେ ତାଙ୍କ ପାଖେ ଯାଇ କାନ୍ଦୁଥିଲେ |

ଶେଖର କପୁର ସୁଶାନ୍ତଙ୍କ ନିଧନ ପରେ ଟ୍ୱିଟରରେ ଏକ ପୋଷ୍ଟ କରିଛନ୍ତି | ଏହି ପୋଷ୍ଟରେ ସେ ଏକ ଖୁଲାସା କରିଚାଙ୍ଗଟି | ସେ ନିଜ ପୋଷ୍ଟରେ ଲେଖିଛନ୍ତି, ‘ମୁଁ ଜାଣିଛି ତୁମେ କେଉଁ କଷ୍ଟରେ ଥିଲ, ମୁଁ ଜାଣିଥିଲି ସେମାନଙ୍କ କାହାଣୀ ଯେଉଁମାନେ ତୁମକୁ ଏହିଭଳି ନିରାଶ କରିଛନ୍ତି, ତୁମେ ମୋ କାନ୍ଧରେ ମୁଣ୍ଡ ରଖି କାନ୍ଦୁଥିଲ, ମୋତେ ମନର କଥା କହୁଥିଲା | ୬ ମାସ ମୁଁ ତୁମ ଆଖପାଖରେ ଥାଆନ୍ତି ଯଦି ତୁମେ ମୋ ସଂଗେ କଥା ହେଇଥାନ୍ତ | ତୁମ ସହିତ ଯାହା ହେଲା ସେଇଟା ତୁମର ନୁହେଁ, ବରଂ ସେଇମାନଙ୍କ କର୍ମ ଫଳ #SushantSinghRajput’

ଶେଖର କପୁରଙ୍କ ଏହି ଟ୍ୱିଟ ପରେ ଜଣାପଡୁଛି ଯେ ସେ ସୁଶାନ୍ତଙ୍କ ଯନ୍ତ୍ରଣା ଜାଣିଥିଲେ ଯାହା ତାଙ୍କୁ ବ୍ୟତିବ୍ୟସ୍ତ କରିପକାଇଥିଲା | ଯେଉଁଥିପାଇଁ ସେ ଭିତରୁ ଭାଙ୍ଗି ପଡ଼ିଥିଲେ | ଯାହା ତାଙ୍କୁ ଗଭୀର ଭାବେ ଆଘାତ କରିଥିଲା | ତେବେ ଶେଖର ସେହି ଲୋକଙ୍କ ସମ୍ପର୍କରେ କିଛି ଖୁଲାସା କରିନାହାନ୍ତି ଯେଉଁମାନଙ୍କ ଦ୍ୱାରା ସୁଶାନ୍ତ ନିରାଶ ହୋଇଥିବା କଥା ସେ କହିଛନ୍ତି |