Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

କରୋନା ଓ୍ବାରିୟର୍ସଙ୍କ ପାଇଁ ସହରର ୮ଟି ହୋଟେଲ୍ ବୁକ୍ କଲେ ରୋହିତ ଶେଟ୍ଟୀ, ଧନ୍ୟବାଦ ଜଣାଇଲା ମୁମ୍ବାଇ ପୋଲିସ

21/04/2020 at 10:25 PM

ମୁମ୍ବାଇ ୨୧।୪: ସାରା ଦେଶରେ ଏବେ ସଙ୍କଟ ସୃଷ୍ଟି କରିଛି କରୋନା ଭାଇରସ୍ । ଅନେକ ସେଲିବ୍ରିଟି କରୋନା ଭାଇରସ୍ ମହାମାରୀରେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । କେହି କେହି ଟଙ୍କା ଦାନ ଦେଉଥିବା ବେଳେ ଆଉ କେହି ତାଙ୍କ ଅଫିସ୍ ଦେଇଛନ୍ତି । ସମସ୍ତେ ସେମାନଙ୍କ ତରଫରୁ କିଛି ନା କିଛି ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି । ଏହି ସମୟରେ ଫିଲ୍ମ ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ମଧ୍ୟ ତାଙ୍କର ଉଦାରତା ଦେଖାଇଛନ୍ତି । ରୋହିତ ମୁମ୍ବାଇ ପୋଲିସ ପାଇଁ ସହରର ୮ଟି ହୋଟେଲ ଦେଇଛନ୍ତି । ଏ ସମ୍ପର୍କରେ ମୁମ୍ବାଇ ପୋଲିସ ଟ୍ବିଟ୍ କରି ସୂଚନା ଦେଇଛି ।

ରୋହିତ ଶେଟ୍ଟୀ ମୁମ୍ବାଇ ପୋଲିସ ପାଇଁ ସହରର ୮ଟି ହୋଟେଲରେ ରହିବାକୁ ବ୍ୟବସ୍ଥା କରିଛନ୍ତି । ଏହି ସମୟ ମଧ୍ୟରେ ଏହି ହୋଟେଲଗୁଡିକରେ ପୋଲିସ ରହିପାରିବେ ଯେଉଁମାନେ ଲୋକଙ୍କ ସୁରକ୍ଷା ପାଇଁ ଘର ବାହାରେ ରାସ୍ତାଘାଟ ଛକରେ ଡ୍ୟୁଟି କରୁଛନ୍ତି ।

ମୁମ୍ବାଇ ପୋଲିସ ଟ୍ବିଟ୍ କରି କହିଛି ଯେ, ‘ରୋହିତ ଶେଟ୍ଟୀ ଆମ ଅନ୍-ଡ୍ୟୁଟି କରୋନା ୱାରିୟର୍ସଙ୍କ ପାଇଁ ସହରର ୮ଟି ହୋଟେଲ ଦେଇଛନ୍ତି । ଯେଉଁଥିରେ ଆମେ ଆରାମ କରିପାରିବୁ, ଗାଧୋଇପାରିବୁ, ଆମର ଜଳଖିଆ ଏବଂ ରାତ୍ରୀ ଭୋଜନ ମଧ୍ୟ ବ୍ୟବସ୍ଥା କରାଯାଇଛି । ଆମେ ତାଙ୍କର ଏହି ଦୟା ଏବଂ ସାହାଯ୍ୟ ପାଇଁ ତାଙ୍କୁ ଧନ୍ୟବାଦ ଦେଉଛୁ ।

ଆମେ ସମସ୍ତେ ଜାଣିଛୁ ଯେ, ଡାକ୍ତରୀ କର୍ମଚାରୀଙ୍କ ବ୍ୟତୀତ ପୋଲିସ ମଧ୍ୟ ଜନସାଧାରଣଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହେଉଛନ୍ତି । ସେମାନେ ନିଜ ଘରୁ ବାହାରେ ଅଛନ୍ତି ଫଳରେ ଲକ୍ ଡାଉନ୍ ସଠିକ୍ ଭାବରେ ପାଳନ କରାଯାଇପାରିବ । ସେମାନଙ୍କ ମଧ୍ୟରେ ଅନେକ ଲୋକ ଅଛନ୍ତି ଯେଉଁମାନେ ସଂକ୍ରମଣ ହେତୁ ନିଜ ଘରକୁ ଯାଉନାହାନ୍ତି । କିଛି କରୋନା ଯୋଦ୍ଧା ଗାଡିରେ ଶୋଉଛନ୍ତି । ତେଣୁ ଏହିପରି ଲୋକଙ୍କୁ ସାହାଯ୍ୟ କରିବା ପାଇଁ ରୋହିତ ଶେଟ୍ଟୀଙ୍କ ଏହି ପଦକ୍ଷେପ ପ୍ରଶଂସନୀୟ ।

ସୂଚନାଯୋଗ୍ୟ ଯେ, ରୋହିତ ଶେଟ୍ଟୀଙ୍କ ବ୍ୟତୀତ ଶାହରୁଖ ଖାନ, ଅକ୍ଷୟ କୁମାର, ସଲମାନ ଖାନ, ହ୍ରିତିକ ରୋଶନ, ଦୀପିକା ପାଦୁକୋନ, ଅନୁଷ୍କା ଶର୍ମା, ପ୍ରିୟଙ୍କା ଚୋପ୍ରାଙ୍କ ଭଳି ସେଲିବ୍ରିଟମାନେ ମଧ୍ୟ କରୋନା ଭାଇରସ୍ ବିରୋଧରେ ଯୁଦ୍ଧରେ ସହଯୋଗ କରିଛନ୍ତି । ଅମିତାଭ ବଚ୍ଚନ ଅଭାବୀ ଲୋକଙ୍କୁ ଖାଦ୍ୟ ଯୋଗାଇବା ଦାୟିତ୍ବ ଗ୍ରହଣ କରିଥିବାବେଳେ ଶାହରୁଖ ଖାନ୍ ତାଙ୍କ କାର୍ଯ୍ୟାଳୟକୁ ଏକ କ୍ବାରେଣ୍ଟାଇନ୍ ସେଣ୍ଟର ପାଇଁ ଦେଇଛନ୍ତି ।

   Related Posts