ଫିଲ୍ମ 'ଫାଷ୍ଟ ଏଣ୍ଡ ଫ୍ୟୁରିୟସ୍' ନିର୍ଦ୍ଦେଶକଙ୍କ ବିରୋଧରେ ଆସିଲା ଯୌନ ଶୋଷଣ ଅଭିଯୋଗ

Published By : Prameya-News7 Bureau | September 29, 2019 IST

ହଲିଉଡ୍ ଫିଲ୍ମ ସିରଜ୍ 'ଫାଷ୍ଟ ଏଣ୍ଡ ଫ୍ୟୁରିୟସ୍'ର ନିର୍ଦ୍ଦେଶକ ରବ କୋହେନଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆସିଛି। ମହିଳା ବେହୋଶ ଥିବା ବେଳେ ତାଙ୍କ ପ୍ରତି କୋହେନ୍ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି। ଜେନ ନାମ୍ନୀ ମହିଳା ୨୦୧୫ ମସିହାରେ କୋହେନ ଏକ ଟେଲିଭିଜନ ପ୍ରୋଗ୍ରାମ ସମ୍ପର୍କିତ ବ୍ୟବସାୟୀକ ମିଟିଂ ପରେ ତାଙ୍କ ପ୍ରତି ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ କରିଛନ୍ତି। ଏହି ମିଟିଂରେ ଜେନ ତାଙ୍କ ସହ ପ୍ରଥମ ଥର ଭେଟ ହୋଇଥିବା ବେଳେ ରାତିରେ ସେ ତାଙ୍କୁ ଡିନର ଲାଗି ଆମନ୍ତ୍ରଣ କରିଥିଲେ ବୋଲି ଏକ ଗଣମାଧ୍ୟମକୁ ସାକ୍ଷାତକାରରେ କହିଛନ୍ତି।

{"id":164309}

ତାଙ୍କ ସହ ଡିନର ପରେ ସ୍ୱାସ୍ଥ୍ୟ ଖରାପ ହେବାରେ ଲାଗିଥିଲା। ତେବେ କ୍ୟାରିୟର ମୋହ ଯୋଗୁ ସେ ତାଙ୍କ ସହିତ ଯାଇଥିଲେ। ହେଲେ ସକାଳେ ହୋସ ଆସିବା ପରେ ସେ କୋହେନଙ୍କ ସହ ଆପତ୍ତିଜନକ ଅବସ୍ଥାରେ ନିଜକୁ ଆବିଷ୍କାର କରିଥିଲେ ବୋଲି ଅଭିଯୋଗ କରିଛନ୍ତି। ହେଲେ ମହିଳାଙ୍କ ଅଭିଯୋଗକୁ ରବ କୋହେନ ଖଣ୍ଡନ କରିଛନ୍ତି। କୋହେନଙ୍କ ଓକିଲ ମାର୍ଟିନ ସିଙ୍ଗର ମଧ୍ୟ ଏଭଳି ଅଭିଯୋଗ କେବଳ ବଦନାମ କରିବା ଲାଗି ବୋଲି କହିଛନ୍ତି।

{"id":164310,"width":577,"height":383}

ତେବେ କୋହେନଙ୍କ ବିରୋଧରେ ଏଭଳି ଅଭିଯୋଗ କିଛି ନୂଆ କଥା ନୁହେଁ। ଏହା ପୂର୍ବରୁ ତାଙ୍କ ଝିଅ ଭାଲକରି ୱେଦର ବି ତାଙ୍କ ବିରୋଧରେ ଅଭଳି ଅଭିଯୋଗ ଆଣିସାରିଛନ୍ତି। ଫାଷ୍ଟ ଆଣ୍ଡ ଦି ଫ୍ୟୁରିୟସ ସିରିଜ ପୂର୍ବରୁ କୋହେନ ୨୦୦୮ ମସିହାରେ ମୁକ୍ତିଲାଭ କରିଥିବା ଦି ମମି ଓ ଟମ୍ବ ଅଫ ଦି ଡ୍ରାଗନ ଏମ୍ପରର ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇସାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.