Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଓଲଟପୁର ନିରତାରର ନିର୍ଦ୍ଦେଶକ ଡାକ୍ତର ଶକ୍ତି ପ୍ରସାଦ ଦାସଙ୍କ ଉପରେ ମରଣାନ୍ତକ ଆକ୍ରମଣ

3/07/2019 at 6:27 PM

ନିଆଳି ୩|୭: ଓଲଟପୁରଠାରେ ଥିବା ଏସଭି ନିରତାରର ନିର୍ଦ୍ଦେଶକଙ୍କ ଉପରେ ଆଜି ମରଣାନ୍ତକ ଆକ୍ରମଣ ହୋଇଛି ।  ଅଫିସ ସରିବାପରେ ନିରତାରର ନିର୍ଦ୍ଦେଶକ ଡାକ୍ତର ଶକ୍ତି ପ୍ରସାଦ ଦାସ ଓଲଟପୁରରୁ ଫେରୁଥିବାବେଳେ  ଦାମୋଦରପୁର ଛକରେ କିଛି ଦୁର୍ବୃତ୍ତ ତାଙ୍କ ଗାଡି ଉପରକୁ ପଥର ମାଡ କରିବା ସହ ଆକ୍ରମଣ କରିଥିଲେ । ଆକ୍ରମଣରେ ଡାକ୍ତର ମିଶ୍ରଙ୍କ ଗାଡିର କାଚ ଭାଙ୍ଗିଯାଇଥିବାବେଳେ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି ।

ଘଟଣା ସମ୍ପର୍କରେ ଓଲଟପୁର ଥାନାରେ ଡାକ୍ତର ମିଶ୍ର ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଆକ୍ରମଣ ପରେ ଦୁର୍ବୃତ୍ତମାନେ ମଟର ସାଇକଲରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଦୁର୍ବତ୍ତମାନଙ୍କ ମଧ୍ୟରୁ କାହାକୁ ମଧ୍ୟ ଡାକ୍ତର ମିଶ୍ର ଚିହ୍ନି ନଥିବା କହିଛନ୍ତି । ଆକ୍ରମଣର କାରଣ ମଧ୍ୟ ଜଣାପଡି ନାହିଁ ।   

  

   Related Posts