NCLATର ନିର୍ଦ୍ଦେଶଙ୍କୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲା ଟାଟା ସନ୍ସ

Published By : Prameya-News7 Bureau | January 02, 2020 IST

ନୂଆଦିଲ୍ଲୀ୨/୧:  ଟାଟା ଗ୍ରୁପର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରେ ସାଇରସ ମିସ୍ତ୍ରୀଙ୍କୁ ପୁନଃ ଅବସ୍ଥାପିତ କରାଯିବା ନେଇ NCLATର ନିର୍ଦ୍ଦେଶଙ୍କୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲା  ଟାଟା ସନ୍ସ।  ସାଇରସ ମିସ୍ତ୍ରୀ ଟାଟା କମ୍ପାନୀର ପ୍ରଥମ କାର୍ଯ୍ୟକାରୀ ଅଧ୍ୟକ୍ଷ ଥିଲେ ଯିଏ ଏକ ଟାଟା ପରିବାର ସହିତ ସଂପର୍କ ରଖୁ ନ ଥିଲେ।  ତେବେ ପରେ ରତନ ଟାଟାଙ୍କ ସହିତ ତାଙ୍କର ମତଭେଦ ହୋଇଥିଲା।  ଫଳରେ  ଟାଟା ସନ୍ ସ ତାଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରୁ ହଟାଇ ଦେଇଥିଲା।  

ଏହାକୁ  ସାଇରସ ମିସ୍ତ୍ରୀ  ନ୍ୟାସନାଲ କମ୍ପାନି ଲ ଆପାଲେଟ ଟ୍ରିବ୍ୟୁନାଲରେ ଚ୍ୟାଲେଞ୍ଜ କରିଥିଲେ। ୩ ବର୍ଷ ପରେ NCLAT  ଏହା ଉପରେ ରାୟ ଦେଇଥିଲେ ଯେ  ସାଇରସ ମିସ୍ତ୍ରୀଙ୍କୁ ହଟାଇ ଦେବା ବେଆଇନ । ଏଥିସହିତ ତାଙ୍କୁ ପୁଣି କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରେ ଅବସ୍ଥାପିତ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ।  ଟାଟା ଗ୍ରୁପ ପାଇଁ ଏହା ଏକ ବଡ଼ ଝଟକା ଥିଲା। ଯାହାକୁ ଗୁରୁବାରରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି ଟାଟା ସନ୍ସ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.