ଭିଡ ଜମିଲେ ବଢିପାରେ ସଂକ୍ରମଣ, ପାର୍ବଣ ଭିଡ ଉପରେ ସ୍ବତନ୍ତ୍ର ନଜର ରଖିବ ସ୍ବାସ୍ଥ୍ୟ ବିଭାଗ

Published By : Prameya-News7 Bureau | October 02, 2021 IST

ଭୁବନେଶ୍ବର ୨।୧୦: ପାର୍ବଣ ଭିଡ଼ ଉପରେ ସ୍ବତନ୍ତ୍ର ନଜର ରଖିବ ସ୍ବାସ୍ଥ୍ୟ ବିଭାଗ । ଭିଡ଼ ଜମିଲେ ସଂକ୍ରମଣ ବଢିପାରେ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କରିଛନ୍ତି । ପୂର୍ବ ଗାଇଡ଼ ଲାଇନକୁ କଡାକଡି ପାଳନ କରିବା ପାଇଁ ଗୃହ ବିଭାଗ ଗୁରୁତ୍ବ ଦେଇଛନ୍ତି ।

ବିଶେଷ କରି ସପିଂ ସମୟରେ ଭିଡ଼କୁ ଏଡ଼ାଇବା ପାଇଁ ସ୍ବତନ୍ତ୍ର ସ୍କ୍ବାଡ୍ର ନଜର ରହିବ । ଯେଉଁ ଅଞ୍ଚଳରେ ସଂକ୍ରମଣ ବଢ଼ିବ ସେଠାରେ ପୁଣି କଣ୍ଟେନମେଣ୍ଟ ଓ ମାଇକ୍ରୋ କଣ୍ଟେନମେଣ୍ଟ କରାଯିବ । ଏବେ ଦୈନିକ ୬୦ରୁ ୭୦ ହଜାର ଟେଷ୍ଟିଂ କରାଯାଉଛି । ତାହା ଜାରି ରହିବ । କଟକ ଓ ଭୁବନେଶ୍ବରରେ ସଂକ୍ରମଣ କମିଥିଲେ ମଧ୍ୟ ଭୟ ରହୁଛି । ତେଣୁ ଏଠାକାର ଲୋକମାନେ ସତର୍କ ଓ ସଚେତନ ରହିବା ଆବଶ୍ୟକ । ଆଇସିଏମଆର ଓ ନୀତି ଆୟୋଗ ଏ ନେଇ ପୂର୍ବରୁ ସତର୍କ କରେଇଛନ୍ତି ତେଣୁ ଆମେ ତାହାକୁ ଗୁରୁତ୍ବ ଦେଉଛୁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.