Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ସୋମବାର ରାଜ୍ୟରେ ରେକର୍ଡ ସଂଖ୍ୟକ ଟିକାକରଣ, ଦିଆଯାଇଛି ୪ ଲକ୍ଷ ୧୬ ହଜାର ଟିକା : ପରିବାର କଲ୍ୟାଣ ନିର୍ଦ୍ଦେଶକ

21/09/2021 at 11:20 AM

ଭୁବନେଶ୍ବର ୨୧।୯: କୋଭିଡ୍ ଟିକାକରଣ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି, ସୋମବାର ରାଜ୍ୟରେ ରେକର୍ଡ ସଂଖ୍ୟକ ଟିକାକରଣ ହୋଇଛି । ଜାନୁଆରୀ ୧୬ ତାରିଖରେ ଆରମ୍ଭ ହୋଇଥିଲା ଟିକାକରଣ । ସୋମବାର ୪ ଲକ୍ଷ ୧୬ ହଜାର ଟିକା ଦିଆଯାଇଛି ।

ବର୍ତ୍ତମାନ ସୁଦ୍ଧା ୨ କୋଟି ୮୦ ଲକ୍ଷ ଟିକାକରଣ କରାଯାଇଛି । ଏହା ଭିତରୁ ୬୬ ପ୍ରତିଶତ ପ୍ରଥମ ଡୋଜ୍ ନେଇଛନ୍ତି । ପ୍ରଥମ ଡୋଜ୍ ନେବା ପରେ ଦ୍ବିତୀୟ ଡୋଜ୍ ପାଇଁ ଡିୟୁ ହୋଇଥିବା ଲୋକମାନଙ୍କ ମଧ୍ୟରୁ ୭୨ ପ୍ରତିଶତ ସେକେଣ୍ଡ ଡୋଜ୍ ନେଇଛନ୍ତି । ୨୨ ଲକ୍ଷ ଟିକା ବର୍ତ୍ତମାନ ଆମ ପାଖରେ ମହଜୁଦ ରହିଛି । ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟରେ ପ୍ରଥମ ଡୋଜ ଟିକା ଦେବାକୁ ଚେଷ୍ଟା କରୁଛୁ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।

   Related Posts