ସ୍ୱେଚ୍ଛାକୃତ ଅବସର ଆବେଦନ କଲେ ଭୀମସାର ନିର୍ଦ୍ଦେଶକ, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବଙ୍କୁ ଲେଖାଗଲା ପତ୍ର

Published By : Prameya-News7 Bureau | January 22, 2022 IST

ସମ୍ୱଲପୁର ୨୨/୦୧: ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କଲେ ଭୀମସାର ନିର୍ଦ୍ଦେଶକ ଡାକ୍ତର ପ୍ରଫେସର ଲଳିତ ମେହେର । ଏନେଇ ରାଜ୍ୟାପାଳଙ୍କୁ ଚିଠି ଲେଖିବାବେଳେ ରାଜଭବନ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବଙ୍କୁ ଏନେଇ ପତ୍ର ଲେଖାଯାଇଛି । ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଏଭଳି ନିଷ୍ପତ୍ତି ନେଇଥିବା ନିର୍ଦ୍ଦେଶକ ଲଳିତ ମେହେର ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି । ତାଙ୍କ ଶରୀରରେ ଡାଇବେଟିସ, ହାର୍ଟ ସମସ୍ୟା, ହାଇପରଟେନସ ଇତ୍ୟାଦି ରହିଥିବାରୁ ସେ ସ୍ୱେଚ୍ଛାକୃତ ଅବସର ନେବାକୁ ନିବେଦନ କରିଛନ୍ତି ।

ତେବେ ପ୍ରଫେସର ଲଳିତ ମେହେର ୧୦ ଜୁନ୍ ୨୦୨୦ ରେ ଭୀମସାର ଡାଇରେକ୍ଟର ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବାବେଳେ ୨୦୨୩ ଫେବୃୟାରୀ ୨୩ରେ ସରିଥାନ୍ତା ତାଙ୍କ କାର୍ଯ୍ୟକାଳ । ହେଲେ ହଠାତ୍ ଏଭଳି ନିଷ୍ପତ୍ତିକୁ ସାଧାରଣ ଲୋକେ ଗ୍ରହଣ କରିପାରୁନାହାନ୍ତି । ସେପଟେ ପୂର୍ବ ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀ ମଧ୍ୟ କାର୍ଯ୍ୟକାଳ ପୂରା କରିନପାରି ଇସ୍ତଫା ଦେଇଥିଲେ । | ଫଳରେ କୌଣସି ଅଦୃଶ୍ୟ ଶକ୍ତି କାର୍ଯ୍ୟ କରୁଛି କି ସେନେଇ ଚର୍ଚ୍ଚା ଆରମ୍ଭ ହେଲାଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.