ଫିଲ୍ମ ନିର୍ମାତା କୌଶିକ ଗାଙ୍ଗୁଲି କରୋନା ସଂକ୍ରମିତ, ଟ୍ୱିଟ୍ କରି ଦେଲେ ସୂଚନା

Published By : Prameya-News7 Bureau | April 29, 2021 IST

ନୂଆଦିଲ୍ଲୀ ୨୯/୦୪: ସାରା ଦେଶରେ ଦ୍ରୁତ ଗତିରେ ବଢୁଥିବା କରୋନା ଭାଇରସର ଦ୍ୱିତୀୟ ଲହର ଯୋଗୁଁ ସମସ୍ତେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏଥିରୁ ବଲିଉଡ ଏବଂ ଟିଭି ଷ୍ଟାରମାନେ ମଧ୍ୟ ବାଦ ପଡିନାହାଁନ୍ତି । ଅନେକ ଷ୍ଟାର କରୋନା ସଂକ୍ରମଣ ହେବା ପରେ ସେଲ୍ଫ କ୍ୱାରେଣ୍ଟାଇନରେ ରହୁଛନ୍ତି ନଚେତ୍ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ।  ଏହି ସମୟରେ ଜାତୀୟ ପୁରସ୍କାର ବିଜେତା ତଥା ବଙ୍ଗାଳୀ ଫିଲ୍ମ ନିର୍ଦ୍ଦେଶକ କୌଶିକ ଗାଙ୍ଗୁଲି ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । କରୋନା ରିପୋର୍ଟ ପଜିଟିଭ ଆସିବା ମାତ୍ରେ ଫିଲ୍ମ ନିର୍ମାତା ସେଲ୍ଫ କ୍ୱାରେଣ୍ଟାଇନରେ ରହିଛନ୍ତି । କରୋନା ସଂକ୍ରମିତ ହେବାର ସୂଚନା ସେ ନିଜେ ତାଙ୍କ ଅଫିସିଆଲ୍ ସୋସିଆଲ ଆକାଉଣ୍ଟରେ ଦେଇଛନ୍ତି ।  

{"width":609,"height":457}
Kaushik Ganguly: National Award winner Kaushik Ganguly to make Bollywood  debut with 'Manohar Pandey' - The Economic Times

ନିକଟରେ ଗାଙ୍ଗୁଲି ତାଙ୍କର ନୂଆ ପ୍ରୋଜେକ୍ଟ ‘କବାଡ୍ଡୀ’ ର ସୁଟିଂ ପାଇଁ ବୋଲପୁର ଯାଇଥିଲେ ଏବଂ ଦୁଇ ଦିନ ପୂର୍ବରୁ କୋଲକାତା ଫେରିଥିଲେ । ନିର୍ଦ୍ଦେଶକ କୌଶିକ ଗାଙ୍ଗୁଲି ଟ୍ୱିଟ୍ କରି ଲେଖିଛନ୍ତି, ‘ସେ ସଂକ୍ରମିତ ହୋଇଛନ୍ତି ଏବଂ ସୁଟିଂ ସମୟରେ ନିଆଯାଇଥିବା ସମସ୍ତ ସତର୍କତା ସତ୍ତ୍ୱେ ସାମାନ୍ୟ ଲକ୍ଷଣ ସହିତ ତାଙ୍କ ରିପୋର୍ଟ ପଜେଟିଭ୍ ଆସିଛି । ମୁଁ ବର୍ତ୍ତମାନ ଘରେ କ୍ୱାରେଣ୍ଟାଇନରେ ଅଛି ଏବଂ ଡକ୍ଟର ରାଜୀବ ସିଲ୍ ମୋର ଯତ୍ନ ନେଉଛନ୍ତି । ଯେଉଁମାନେ ଗତ ୭ ଦିନ ମଧ୍ୟରେ ମୋ ସମ୍ପର୍କରେ ଆସିଛନ୍ତି, ମୁଁ ସେମାନଙ୍କୁ ଅନୁରୋଧ କରୁଛି ଯେ ସେମାନେ ତାଙ୍କର ଟେଷ୍ଟ କରାଇନିଅନ୍ତୁ... ମାନବିକତା ଜିତିବ ।'

wp:html /wp:html

ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ 'ନାଗାକିର୍ତ୍ତନ୍', 'ଜ୍ୟେଷ୍ଠପୁତ୍ରୋ', 'ଶବ୍ଦୋ', 'ଛୋଟୋଦର ଛୋବି', 'ଅପୁର ପାଞ୍ଚାଲି', 'ଯଷ୍ଟ ଅଦର ଲଭ୍ ଷ୍ଟୋରୀ' ଭଳି ବହୁ ପ୍ରତୀକ୍ଷିତ ଫିଲ୍ମ ନିର୍ମାଣ ନିର୍ମାଣ କରିଛନ୍ତି । ଚଳିତ ବର୍ଷ ୬୭ ତମ ଜାତୀୟ ଫିଲ୍ମ ପୁରସ୍କାର ସମେତ ତାଙ୍କ ଫିଲ୍ମ ପାଇଁ ସେ ବିଭିନ୍ନ ବର୍ଷରେ ପାଞ୍ଚଟି ଜାତୀୟ ପୁରସ୍କାର ଜିତିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.