ବଲିଉଡ ନିର୍ଦେଶକ ହନି ତ୍ରେହାନ୍ କରୋନାରେ ସଂକ୍ରମିତ : ସୋସିଆଲ୍ ମିଡିଆରେ ଦେଲେ ସୂଚନା

Published By : Prameya-News7 Bureau | August 28, 2020 IST

ମୁମ୍ବାଇ ୨୮/୮: ଜୁଲାଇ ୩୧ ତାରିଖରେ ଓଟିଟିରେ ରିଲିଜ ହୋଇଥିବା ଫିଲ୍ମ‘ରାତ ଅକେଲି ହେ’ର ନିର୍ଦେଶକ ହନି ତ୍ରେହନ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ଏହି ଭାଇରସରେ ପୀଡ଼ିତ ହେବାର ଖବର ସେ ନିଜେ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ସେୟାର କରି ଦେଇଛନ୍ତି। ହନି ଏବିଷୟରେ ବିଏମସିକୁ ମଧ୍ୟ ସୂଚିତ କରିଛନ୍ତି। ସେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ଯେ ଗତ ୧୦ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ ନିଜ କରୋନା ଟେଷ୍ଟ୍ କରାଇ ନିଅନ୍ତୁ।

{"id":321403,"sizeSlug":"large"}

ହନି ଫିଲ୍ମ ‘ରାତ ଅକେଲି ହେ’ରୁ ନିର୍ଦେଶନା ଦୁନିଆରେ ପାଦ ରଖିଛନ୍ତି। ଏହି ଫିଲ୍ମରେ ନଓ୍ବାଜୁଦ୍ଦିନ ସିଦ୍ଦିକୀ ଏବଂ ରାଧିକା ଆପ୍ତେ ମୁଖ୍ୟ ଭୂମିକା​ରେ ଅଭିନୟ କରିଛନ୍ତି। ଗତ ଗୁରୁବାର ଦ୍ବିପ୍ରହରରେ ହନି ଟ୍ବିଟରରେ ଲେଖିଥିଲେ,‘ ଆଜି ତାଙ୍କର କରୋନା ଭାଇରସର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଖୁବ୍ ଶୀଘ୍ର ତାଙ୍କ ପରିବାର ଏବଂ ତାଙ୍କ ପୂରା ଷ୍ଟାଫଙ୍କ ଟେଷ୍ଟ୍ କରାଯିବ। ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ଯେ ଗତ ୧୦ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ ନିଜ କରୋନା ଟେଷ୍ଟ୍ କରାଇ ନିଅନ୍ତୁ।

{"id":321405,"sizeSlug":"large"}

ହନି ତ୍ରେହାନ୍ ଫିଲ୍ମ ନିର୍ଦେଶନାରେ ନୂଆ ଥିଲେ ବି କାଷ୍ଟିଂ ଡାଇରେକ୍ସନରେ ତାଙ୍କର ପାଖାପାଖି ୨ବର୍ଷ ପୁରୁଣା ସମ୍ପର୍କ ରହିଛି। ସେ କମାଣ୍ଡୋ ୩,ମଣିକର୍ଣ୍ଣିକା-ଦ କୁଇନ୍ ଅଫ୍ ଝାନସି,ଫୁକରେ ରିଟର୍ଣ୍ଣସ୍,ହିନ୍ଦୀ ମିଡିୟମ୍,ରଇସ୍,ଫୋର୍ସ ୨,ଉଡ଼ତା ପଞ୍ଜାବ,ତଲଓ୍ବାର ଭଳି କେତେକ ସୁପରହିଟ୍ ଫିଲ୍ମର କାଷ୍ଟିଂ କରିଛନ୍ତି। ଏହା ବ୍ୟତୀତ ସୋନଚିଡ଼ିଆ,ଏ ଡେଥ ଇନ ଦ ଗଞ୍ଜ,ତଲଓ୍ବାର ଭଳି ଫିଲ୍ମ ନିର୍ମାଣ ସହ ମଧ୍ୟ ଜଡ଼ିତ ଅଛନ୍ତି। ଦିବଂଗତ ଅଭିନେତା ଋଷି କପୁରଙ୍କ ଜୁହି ଚାଓ୍ବଲାଙ୍କ ସହ ଶେ​‌ଷ ଫିଲ୍ମ ‘ଶର୍ମାଜୀ ନମକିନ’ର ନିର୍ମାଣ ମଧ୍ୟ ହନି କରିଛନ୍ତି। ଏହି ଫିଲ୍ମ ଏବେ ବି ରିଲିଜ ହୋଇନାହିଁ।

{"id":321406,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.