ପଦୋନ୍ନତି ପାଇଥିବା ପ୍ରଧାନଶିକ୍ଷକଙ୍କୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ତାଗିଦ, କାର୍ଯ୍ୟରେ ଯୋଗନଦେଲେ ହେବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | October 05, 2021 IST

ଭୁବନେଶ୍ବର ୫।୧୦: ପଦୋନ୍ନତି ପାଇଥିବା ପ୍ରଧାନଶିକ୍ଷକଙ୍କୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ତାଗିଦ । ଅକ୍ଟୋବର ୮ରେ ନିଯୁକ୍ତି ହୋଇଥିବା ସ୍କୁଲରେ କାର୍ଯ୍ୟରେ ଯୋଗ ନଦେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଲାଗି ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି ।

ଅଗଷ୍ଟ ୩ରେ ସରକାର ୧୦୯୭ ଶିକ୍ଷକଙ୍କୁ ପ୍ରଧାନଶିକ୍ଷକକୁ ପଦୋନ୍ନତି ଦେଇଥିଲେ । ସପ୍ତାହକ ଭିତରେ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଥିଲେ ସୁଦ୍ଧା ୨ ମାସ ହେବ ଅଧିକାଂଶ ପ୍ରଧାନଶିକ୍ଷକ ନିଜ ପୋଷ୍ଟିଂ ସ୍କୁଲରେ ଯୋଗ ଦେଇନାହାନ୍ତି ।

ସେପଟେ କିନ୍ତୁ ମନ୍ତ୍ରୀ କହିଛନ୍ତି, କିଛି ଶିକ୍ଷକ କାର୍ଯ୍ୟରେ ଯୋଗ ଦେଇନଥିବାରୁ ତାଙ୍କୁ ତାଗିଦ କରାଯାଇଛି । କିନ୍ତୁ ଏହା ଏକ ସାଧାରଣ ପ୍ରକ୍ରିୟା । ଯେ କୌଣସି ବ୍ୟକ୍ତି ନିଜର ଇଚ୍ଛା ଓ ଆବଶ୍ୟକତା ଅନୁସାରେ ଛୁଟି ନେଇପାରିବେ । କିଛି ଶିକ୍ଷକ ଏ ପର୍ଯ୍ୟନ୍ତ ଯୋଗ ଦେଇନାହାନ୍ତି । ସେମାନଙ୍କ ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.