ନିଜ ପଦବୀର ଧାକ୍ ଦେଖାଇବାକୁ ଯାଇ ଅଡୁଆରେ ବିଧାୟକ : ବିଧାୟକଙ୍କ କଙ୍ଗାରୁକୋର୍ଟ ବିରୋଧରେ ପ୍ରତିବାଦକୁ ଓହ୍ଲାଇଛି ଡିପ୍ଲୋମା ଇଂଜିନିୟର ସଂଘ

Published By : Prameya-News7 Bureau | June 08, 2019 IST

ବଲାଙ୍ଗିର (ଚିନ୍ମୟ ମିଶ୍ର) ୮/୬ : ବଢ଼ୁଛି ପାଟଣାଗଡ଼ ବିଜେଡି ବିଧାୟକଙ୍କ ଅଡ଼ୁଆ । ପୁର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ବିଚ୍‌ ରାସ୍ତାରେ ଉଠ୍‌ବସ୍‌ କରାଇବା ଘଟଣାରେ ରୁଜୁ ହେଲା ମାମଲା । ସେପଟେ ବିଧାୟକଙ୍କ ଗିରଫ ଦାବିରେ ଘେରିଲେଣି ବିରୋଧୀ । ଘେରିଲାଣି ଡିପ୍ଲୋମା ଇଂଜିନିୟର ସଂଘ ।  ପ୍ରସଙ୍ଗ ଜୋର୍‌ ଧରୁଥିବା ଦେଖି ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ । ଆଉ ତଦନ୍ତ ପରେ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ।….

{"id":121096}

ନିଜ ବିଧାୟକଗିରିର ଧାକ୍‌ ଦେଖାଇବାକୁ ଯାଇ ପୂର୍ତ୍ତ ବିଭାଗର ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ସର୍ବସାଧାରଣରେ ଅପମାନ ଦେଲେ । ଉଠ୍‌ବସ୍‌ କରାଇଲେ । ଲୋକେ ପିଟିବେ ବୋଲି ଚେତାବନୀ ଦେଇ  ନିର୍ବାହୀ ଯନ୍ତ୍ରୀଙ୍କ ଦ୍ବାରା ଚାପୁଡ଼ା ମାରିଲେ । ଯାହାର ରେକର୍ଡିଂ ଭିଡିଓ ଭାଇରାଲ୍‌ ହେଲା । ଗଣମାଧ୍ୟମରେ ଚର୍ଚ୍ଚା ହେଲା ।

{"id":121097}

ମଉକା ଦେଖି ମୁହଁ ଖୋଲିଲେ ବିରୋଧୀ । ପ୍ରତିବାଦକୁ ଓହ୍ଲାଇଲାଣି ଡିପ୍ଲୋମା ଇଂଜିନିୟର ସଂଘ ଆଉ ଜିଲ୍ଲା ଆଦିବାସୀ ସଂଘ । ତଥାପି ଘଟଣାର ତିନି ଦିନ ପରେ ବି ଖୁଲମ୍‌ ଖୁଲ୍ଲା ବୁଲୁଛନ୍ତି ପାଟଣାଗଡ଼ ବିଜେଡି ବିଧାୟକ ସରୋଜ ମେହେର । ଆଉ ବିଧାୟକଙ୍କ ନାଁରେ କେବଳ ମାମଲା ରୁଜୁ କରି ବିନ୍ଦାସ ବସିଛି ବଲାଙ୍ଗିର ପୋଲିସ । ଘଟଣାରେ ଅଭିଯୁକ୍ତ ନିର୍ବାହୀ ଯନ୍ତ୍ରୀ ଲୋକନାଥ ମିଶ୍ରଙ୍କ ଉପରେ ବି ଏଯାଏଁ ହୋଇନି ଆକ୍ସନ ।

{"id":121098}

ପୂରା ଘଟଣାରେ ଜଣେ ଆଦିବାସୀ ସରକାରୀ କର୍ମଚାରୀଙ୍କ ମାନବାଧିକାର କ୍ଷୁର୍ଣ୍ଣ ହୋଇଛି । ଏମିତିରେ ଯଦି ପୋଲିସ ତା’ର କର୍ତ୍ତବ୍ୟ ଠିକ୍‌ ଭାବେ କରୁନି, ତାହେଲେ ମାନବାଧିକାର କମିଶନ ଏହା ଉପରେ ଆକ୍ସନ ନେବେ ବୋଲି ଆଶା କରୁଛନ୍ତି ଆଇନଜୀବୀ ।

{"id":121099}

ପୂର୍ତ୍ତ ବିଭାଗର ଜଣେ ଜୁନିୟର ଇଂଜିନିୟର ମାଡ଼ ଖାଇଛନ୍ତି, ତାଙ୍କୁ ସର୍ବସମ୍ମୁଖରେ ଅକଥନୀୟ ନିର୍ଯାତନା ଦିଆଯାଇଛି । ହେଲେ ଘଟଣାର ତିନି ଦିନ ପରେ ବି ପୂର୍ତ୍ତମନ୍ତ୍ରୀ କହୁଛନ୍ତି ତଦନ୍ତ ହେବ । ଆଉ ତଦନ୍ତ ପରେ ଯାଇ କାର୍ଯ୍ୟାନୁଷ୍ଠାନ ହେବ ।

{"id":121101}

ମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ ସଫେଇକୁ କିନ୍ତୁ ଗ୍ରହଣ କରିବା ମୁଡ୍‌ରେ ନାହିଁ ଡିପ୍ଲୋମା ଇଂଜିନିୟର ସଂଘ । ଜଣେ ବିଧାୟକଙ୍କ ଏଭଳି କଙ୍ଗାରୁକୋର୍ଟ ବିରୋଧ ପ୍ରତିବାଦକୁ ଓହ୍ଲାଇଲାଣି ସଂଘ । ଏମିତିକି ବାଲେଶ୍ବରରେ ମଧ୍ୟ ଡିପ୍ଲୋମା ଇଂଜିନିୟ ସଂଘର କର୍ମକର୍ତ୍ତାମାନେ ପ୍ରେସ୍‌ ମିଟ୍‌ କରି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

{"id":121102}

ତଦନ୍ତ, ତଦନ୍ତ, ତଦନ୍ତ । କେବଳ ତଦନ୍ତ ନିର୍ଦେଶ ଦେଇ ସମସ୍ତେ ହାତବାନ୍ଧି ବସିଛନ୍ତି । ହେଲେ ଆକ୍ସନ ଜିରୋ । ଏମିତିରେ ପ୍ରଶ୍ନ ଉଠୁଛି ସମୟ ଗଡ଼ାଇ ମାମଲାକୁ ରଫାଦଫା କରିବାକୁ ଚେଷ୍ଟା କରାଯାଉନି ତ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.