Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦୀପିକା ପାଦୁକୋନଙ୍କ ‘ସ୍କୁଲ ରିମାର୍କ କାର୍ଡ’ ପୋଷ୍ଟ ଉପରେ ସ୍ବାମୀ ରଣବୀର ସିଂହ ଦେଲେ ଏମିତି କମେଣ୍ଟ

ମୁମ୍ବାଇ୧|୧୦: ଅଭିନେତ୍ରୀ ଦୀପିକା ପାଦୁକୋନ ପୁଣି ତାଙ୍କ ଛୋଟବେଳର କଥାକୁ ମନେପକାଇଛନ୍ତି। ତାଙ୍କର ସ୍କୁଲ ରିମାର୍କ କାର୍ଡକୁ ଦୀପିକା ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି। ସୋସିଆଲ ମଡ଼ିଆରେ ଦୀପିକାଙ୍କ ପୋଷ୍ଟ ଉପରେ ରଣବୀର ସିଂହ ଗୋଟେ କ୍ୟୁଟ କମେଣ୍ଟ ଦେଇଛନ୍ତି। ସୋସିଆଲ ମିଡ଼ିଆରେ ଦୀପିକାଙ୍କ ସ୍କୁଲ ରିମାର୍କ କାର୍ଡ ଓ ରଣବୀରଙ୍କ କମେଣ୍ଟକୁ ନେଇ ଚର୍ଚ୍ଚା ଚାଲିଛି।

View this post on Instagram

Really!?!?😲

A post shared by Deepika Padukone (@deepikapadukone) on

ଗୋଟିଏ ନୁହେଁ ତିନୋଟି ସ୍କୁଲ ରିମାର୍କ କାର୍ଡକୁ ଦୀପିକା ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି। ତାଙ୍କର ତିନୋଟି ସ୍କୁଲ ରିମାର୍କ କାର୍ଡ ପୋଷ୍ଟକରି ଦୀପିକା ଲେଖିଛନ୍ତି, ପାଠ ପଢ଼ିବା ବେଳେ ଦୀପିକା କ୍ଲାସରେ ଅଧିକା କଥା କୁହନ୍ତି।

View this post on Instagram

Hmmmmm…🤔

A post shared by Deepika Padukone (@deepikapadukone) on

ଦ୍ବିତୀୟ ପୋଷ୍ଟରେ ଲେଖିଛନ୍ତି, ଦୀପିକାଙ୍କୁ ନିର୍ଦେଶ ପାଳନ ଶିଖିବା ଉଚିତ୍।

View this post on Instagram

Oh!🤷🏽‍♀️

A post shared by Deepika Padukone (@deepikapadukone) on

ଶେଷରେ ତୃତୀୟ ପୋଷ୍ଟରେ ଲେଖିଛନ୍ତି, ଦୀପିକା ଦିନରେ ସ୍ବପ୍ନ ଦେଖନ୍ତି। ଏହି ପୋଷ୍ଟରେ ଦୀପିକାଙ୍କ ସ୍ବାମୀ ରଣବୀର ଲେଖିଛନ୍ତି, ଟିଚର ଦୀପିକାଙ୍କୁ ‘ନିର୍ଦେଶ’ ଅନୁକରଣ କରିବା ଉଚିତ୍‌। ସ୍ବାମୀ ଓ ସ୍ତ୍ରୀଙ୍କ ପୋଷ୍ଟ ଓ କମେଣ୍ଟକୁ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି।

1671 Views

   ସମ୍ବନ୍ଧିତ ଖବର