ଦୀପବୀରଙ୍କ ଆଜି କୋଙ୍କଣୀ ରୀତିନୀତିରେ ବିବାହ : ସଂଗୀତ ପାର୍ଟିରେ ଦୀପିକାଙ୍କୁ ପ୍ରପୋଜ କଲେ ରଣବୀର, ଭାବପ୍ରବଣ ହୋଇଗଲେ ଦୀପିକା

Published By : Prameya-News7 Bureau | November 14, 2018 IST

ମୁମ୍ବାଇ ୧୪/୧୧ : ଆଜି ରଣବୀର ଦୀପିକା ବିବାହ ବନ୍ଧନରେ ବାନ୍ଧି ହେବେ | ଆଜି କୋଙ୍କଣୀ ରୀତିନୀତି ଅନୁସାରେ ଦୀପବୀରଙ୍କ ବାହାହେବେ ଏବଂ ଆସନ୍ତାକାଲି ସିନ୍ଧି ରୀତିନୀତି ଅନୁସାରେ ବାହାହେବେ | ସୂଚନାଯୋଗ୍ୟ ଯେ, ଦୀପିକା ଆଜି କାଞ୍ଜିବରମ ଶାଢ଼ୀ ପିନ୍ଧିବେ ଏବଂ ରଣବୀର ପାରମ୍ପରିକ ଦକ୍ଷିଣୀ ପୋଷାକ ପିନ୍ଧିବେ | ଦୀପିକା ରଣବୀର ବିବାହରେ ଯୋଗ ଦେଇଥିବା ଅତିଥିଙ୍କୁ ନିବେଦନ କରିଛନ୍ତି ଯେ, କେହି ସୋସିଆଲ ନେଟୱାର୍କ ସାଇଡରେ ବାହାଘର ଫଟୋ ସେୟାର କରିବେନାହିଁ | ଏଥିସହ ଅତିଥିଙ୍କୁ ଆହୁରି ନିଦେଦନ କରାଯାଇଛି ତାଙ୍କ ବିନା ଅନୁମତିରେ କେହି ବରକନ୍ୟାଙ୍କ ଫଟୋ ଉଠେଇବେନାହିଁ | ଆହୁରି ସେ ଅପିଲ କରିଛନ୍ତି ଯେ, ଅତିଥିମାନେ ବରକନ୍ୟାଙ୍କ ପାଇଁ କୌଣସି ଉପହାର ଆଣିବେନି ବରଂ ବଦଳରେ ତାଙ୍କ ଫାଉଣ୍ଡେସନକୁ ଦାନ କରିଦେବେ | ଖବର ଅନୁଯାୟୀ, ଉଭୟ ପରିବାର ପାଇଁ ଏକ ଥିମ ରଖାଯାଇଛି | ଉଭୟ ପରିବାରର ଅତିଥି ଯେଉଁ ହୋଟେଲରେ ରହିଛନ୍ତି ତାର ଗୋଟିଏ ରାତିର ରୁମର ଚାର୍ଜ ପାଖାପାଖି ୩୩ ହଜାର | ଅତିଥିମାନଙ୍କ ପାଇଁ ପ୍ରାୟ ୭୫ ରୁମ ବୁକ କରାଯାଇଛି | ଅତିଥିମାନଙ୍କ ଖିଅଵା, ପିଇବା, ନାଚଗୀତ ଛଡା ସ୍ପା ବ୍ୟବସ୍ଥା ମଧ୍ୟ କରାଯାଇଛି | ବାହାଘର ଖାଇବା ବ୍ୟବସ୍ଥା ସ୍ୱତନ୍ତ୍ର ତରିକାରେ କରାଯାଇଛି | ଆଜି ଅତିଥିଙ୍କୁ ଦକ୍ଷିଣୀ ଭୋଜନ ପାରାସାଯିବାର ଆୟୋଜନ ହୋଇଛି | ଆସନ୍ତାକାଲି ବାହାଘରରେ ଅତିଥିଙ୍କ ପାଇଁ ସିନ୍ଧି ଭୋଜନର ଆୟୋଜନ ହୋଇଛି | ସୂଚନାଯୋଗ୍ୟ ଯେ, ଗତକାଲି ଉଭୟଙ୍କ ସଂଗୀତ, ମେହନ୍ଦି ଏବଂ ନିର୍ବନ୍ଧ କାର୍ଯ୍ୟକ୍ରମ ଥିଲା | ରଣବୀର ନିଜ ଅନ୍ଦାଜରେ ଆଣ୍ଠେଇ ଦୀପିକାଙ୍କୁ ପ୍ରପୋଜ କରିଥିଲେ | ଦୀପିକାଙ୍କ ପାଇଁ ରଣବୀର 'ତୁନେ ମାରି ଏଣ୍ଟ୍ରି' ଗୀତ ଗାଈ ତାଙ୍କୁ ଅଭିବାଦନ ଜଣେଇଥିଲେ | ଏହା ଶୁଣି ଦୀପିକା ଭାବପ୍ରବଣ ହୋଇପଡିଥିଲେ | ଏହି ଦେଖି ରଣବୀର ତାଙ୍କୁ ଆଲିଙ୍ଗନ କରିପକେଇଥିଲେ | ରଣବୀର ଆଜି ସିପ୍ଲେନରେ ବରଯାତ୍ରୀ ନେଇ ଯିବେ ଦୀପିକାଙ୍କୁ ଆଣିବା ପାଇଁ | ମିଡ଼ିଆ ରିପୋର୍ଟ ଅନୁଯାୟୀ, ରଣବୀର ଦୀପିକା ବାହାଘର ପାଇଁ ଇନ୍ସ୍ୟୁରାନ୍ସ କରିଛନ୍ତି | ସରକାରୀ କମ୍ପାନୀ ଓରିଏଣ୍ଟାଲ ଇନ୍ସ୍ୟୁରାନ୍ସରେ ବାହାଘର ଇନ୍ସ୍ୟୁରାନ୍ସ କରାଯାଇଛି | ଏହାର ପଲିସି ରଣବୀରଙ୍କ ନାଁରେ ଜାରି କରାଯାଇଛି | ବାହାଘର ପାଇଁ ଉଭୟ ଇଟାଲୀରେ ୫ଦିନ ରହିବାର ବ୍ୟବସ୍ଥା ହୋଇଛି | ଏହି ୫ଦିନ ଭିତରେ ଯଦି କୌଣସି ଅସୁବିଧା ବା କ୍ଷତି ହୋଇଥାଏ ତେବେ ଏହି ଇନ୍ସ୍ୟୁରାନ୍ସ ତାର ଭରଣପୋଷଣ କରିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.